ACF Soumyaranjan ଡେଥ ମିଷ୍ଟ୍ରି: ଖୋଲିଲା DFO ଙ୍କ ଗୁମର…କାହିଁକି ମିଳିଥିଲା କ୍ଲିନ ଚିଟ ??? ଏବେ ଅଡ଼ୁଆରେ ବିଦ୍ୟା ଭାରତୀ…ଦେଖନ୍ତୁ Video

ବନ୍ଧୁଗଣ ପାରଳାଖେମୁଣ୍ଡି ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାରେ ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ପୋଲିସ କଡାକଡି ରୂପେ ତଦନ୍ତ କରୁଛି ଓ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ପୋଲିସକୁ ସହାୟତା କରୁଛି କ୍ରାଇମ ବ୍ରାଞ୍ଚ । ଘଟଣାକୁ ୧୮ ଦିନ ବୀତି ଯାଇଥିଲେ ମଧ୍ୟ ଏହି ଘଟଣାରେ ଥିବା ରହସ୍ୟର ପରଦାଫାସ ହୋଇ ନାହିଁ । ସୋମ୍ୟଙ୍କ ମାମଲା ତଦନ୍ତକୁ ନେଇ ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ସୋମ୍ୟଙ୍କ ପରିବାର ଓ ଆଇନଜୀବି । ଏପରିକି ସୋମ୍ୟଙ୍କ ଘରର ଚାବି ଡିଏଫଓଙ୍କ ଅଫିସରେ ଥିଲା ବୋଲି ପ୍ରଶ୍ନ ଉଠିଛି ।

ଏହି ମାମଲାରେ ଡିଏଫଓଙ୍କୁ ସୁରକ୍ଷା ଦିଆଯାଉଥିବାର ମଧ୍ୟ ଅଭିଯୋଗ ମିଳିଛି । ଅନ୍ୟ ପକ୍ଷରେ ସୋମ୍ୟଙ୍କ ସବ ବିବେଚିତ ରିପୋର୍ଟ ମଧ୍ୟ ଅନେକ ପ୍ରଶ୍ନ ଆଣିଛି । ଏହି ପରିସ୍ଥିତିରେ ପାରଳା ପୋଲିସ ୪ଟି ଜିଲ୍ଲା ବୁଲି ତଦନ୍ତ କରୁଛି । କିନ୍ତୁ କୌଣସି ସ୍ଥାନରୁ କିଛି ବିଶେଷ ସୂଚନା ମିଳି ପାରି ନାହିଁ ।

ବଲାଙ୍ଗୀରରେ ବିଦ୍ୟାଙ୍କ ହଷ୍ଟେଲ ସିଲ ହୋଇଥିବା ବେଳେ ଡିଏଫଓଙ୍କ ଅଫିସରେ ସୋମ୍ୟଙ୍କ କ୍ଵାଟର ଚାବି ଥିବାରୁ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି । ଦକ୍ଷିଣା ଅଞ୍ଚଳର ଡିଆଇଜି ସତ୍ୟବ୍ରତ ଭୋଇ ଘଟଣା ସ୍ଥଳ ଓ ତଦନ୍ତ ପ୍ରକ୍ରିୟା ସମୀକ୍ଷା ପରେ ତଦନ୍ତର ଅନେକ ଡ଼ିଆଇଜି ବାକି ଅଛି ବୋଲି କହିବାର ଦିନକ ପରେ ଏସ୍ପି ତପନ କୁମାର ପଟନାୟକ ତୁରନ୍ତ ଡିଏଫଓଙ୍କୁ ଏକ ପ୍ରକାରର କ୍ଳିନ ଚିଟ ଦେବା ଓ ପୁଣି ପରଦିନ ତଦନ୍ତ ଜାରି ରହିବ ବୋଲି କହିଥିଲ ।

ଏଥି ଲାଗି ପୋଲିସ ତରବାରିଆ ମକ୍ତବ୍ୟ ଦେଉଛି ବୋଲି କହିଛନ୍ତି ପୂର୍ବତ୍ତମ ଆଇଜି ବିପ୍ର ଚରଣ ଆଚାର୍ଯ୍ୟ । ଘଟଣା ଦ୍ରୁଷ୍ଟିରୁ ଡିଏଫଓଙ୍କୁ ତାଙ୍କ କାର୍ଯ୍ୟଲୟରେ ଜେରା ନକରି ପୋଲିସ ଥାନାକୁ ନେବା ଉଚିତ ଥିଲା ବୋଲି ସେ କହିଛନ୍ତି । ସୋମ୍ୟଙ୍କ ଆ-ତ୍ମ-ହ-ତ୍ୟା-କୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି ।

ଯଦି ଗୋଟେ ମଣିଷ ୯୫ ପ୍ରତିଶତ ଜଳି ଯାଇଥିବ ତା ହେଲେ ସେ ନିଶ୍ଚୟ ଚିତ୍କାର କରିବ ଓ ସେ ସ୍ତିର ହୋଇ ରହିପାରିବ ନାହିଁ । ସୋମ୍ୟଙ୍କ କ୍ଵାଟରରେ ମଧ୍ୟ ନିଆଁ ଜଳିବା କଥା ବୋଲି ସେ କହିଛନ୍ତି ହେଲେ ଏହି ମାମଲାରେ ଏମିତି କିଛି ବି ପ୍ରମାଣ ମିଳି ନାହିଁ । ଉଭୟ ସୋମ୍ୟ ଓ ବିଦ୍ୟାଙ୍କ ଅନେକ ଚିଠି ବର୍ତ୍ତମାନ ସାମ୍ନାକୁ ଆସିଛି ।

ସୋମ୍ୟ ନିଜ ଚିଠିରେ ବିଦ୍ୟାଙ୍କୁ ଭଲ ପାଉଥିବାର ଲେଖିଥିବା ବେଳେ ବିଦ୍ୟା ନିଜ ସ୍ଵାମୀକୁ ଘୃଣା କରନ୍ତି ବୋଲି ଲେଖିଛନ୍ତି । ସେହି ସବୁ ଚିଠିକୁ ପୋଲିସ ଜବତ କରି ତଦନ୍ତ କରିଛି କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *