ବନ୍ଧୁଗଣ ବର୍ତ୍ତମାନ ଏହି କରୋନା କାଳରେ ମଧ୍ୟ ରାଜ୍ୟରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚ୍ଚାରେ ରହୁଛି । ତେବେ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି । ତେବେ ବନ୍ଧୁଗଣ ଗୋଟେ ଯୁବତୀ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ।
ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି । ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ । ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲିଙ୍କ ମା ବାପା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିସାରିଛନ୍ତି ।
ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋନାଲି ଆଉ ସୋମ୍ୟଙ୍କ ଏକ କଲ୍ ରେକର୍ଡିଙ୍ଗ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି କଲ୍ ରେକର୍ଡିଙ୍ଗ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜଣାଇବା ଏହା ବିଷୟରେ । ବନ୍ଧୁଗଣ ସୋମ୍ୟ ସୁସାଇଡ କରିବା ପୂର୍ବରୁ ଅନେକ ଥର ସୋନାଲିକୁ କଲ୍ କରିଥିଲେ ହେଲେ ସୋନାଲି ତାଙ୍କ ଫୋନ ଉଠାଇ ନଥିଲେ ।
ତେବେ ଏହି କଲ୍ ରେକର୍ଡିଙ୍ଗରେ ସୋମ୍ୟ କାନ୍ଦି କାନ୍ଦି ସୋନାଲିଙ୍କ ସହ କଥା ହେଉଥିବାର ନଜର ଆସୁଛନ୍ତି । ସୋମ୍ୟଙ୍କ ସହ ରିଲେସନରେ ରହିବା ସମୟରେ ସୋନାଲି ସାରସ୍ଵତ ନାମକ ଯୁବକଙ୍କ ସହ କଥା ହେଉଥିଲେ । ତେବେ ଏହି କଲ୍ ରେକର୍ଡିଙ୍ଗରେ ସୋମ୍ୟ ସୋନାଲିଙ୍କୁ ସାରସ୍ଵତଙ୍କ ସହ କଥା ହେବାକୁ ମନା କରୁଛନ୍ତି । ହେଲେ ସେହି ସମୟରେ ସୋନାଲି ସୋମ୍ୟଙ୍କୁ କହୁଛନ୍ତି-‘ତୁମେ କାନ୍ଦ ତୁମେ କାନ୍ଦ କାନ୍ଦିକି ଗଡି ଯାଅ ତମେ କାନ୍ଦିକି ଗଡିଗଲେ ବି ମୋତେ କିଛି ଫରକ ପଡିବ ନାହିଁ’ ।
ଆଗକୁ ସୋନାଲି କହିଛନ୍ତି-‘ଫୋନ କରିବ ନାହିଁ ମୋତେ ମୁ ମନା କରୁଛି । ମୁ ସାରସ୍ଵତ ସହ ଗପେ କି ଯାହା ସହ ଗପେ । ମୁ ସାରସ୍ଵତ ସହ ଗପିବି ତମେ କଣ କରିବ ମୋର ମୁ ସାରସ୍ଵତ କଣ କେତେ ଟୋକାଙ୍କ ସହ ଗପିବି’ । ତା ହେଲେ ବନ୍ଧୁଗଣ ଏହି କଲ୍ ରେକର୍ଡିଙ୍ଗ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।