ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ନିଜ ଭୟଙ୍କର ରୁପ ଦେଖାଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜ ପ୍ରାଣ ହରାଇ ସାରିଛନ୍ତି ।
ବନ୍ଧୁଗଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସ ବହୁତ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଟୀକା ଓ ଲକଡାଉନ ଆଦି ପ୍ରଚଳନ କରିଛନ୍ତି । ଟୀକା ବ୍ୟକ୍ତିଙ୍କ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ସହ କରୋନା ମହାମାରୀ ସହ ଲଢିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଭାରତରେ ପ୍ରଚଳିତ ହେଉଥିବା ସମସ୍ତ ଟୀକା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଡାକ୍ତର ଭିକେ ମିଶ୍ରଙ୍କ ମତରେ, ଭାରତରେ ବର୍ତ୍ତମାନ ତିନୋଟି ଟୀକା ପ୍ରଚଳିତ ଅଛି । ପ୍ରଥମଟି ହେଉଛି କୋଭ୍ୟାକ୍ସିନ, ଦ୍ଵିତୀୟରେ ହେଉଛି କୋଭିସିଲ୍ଡ ଓ ତୃତୀୟଟି ହେଉଛି ସ୍ପୁଟିନିକ ଭି । ବନ୍ଧୁଗଣ ଏହି ତିନୋଟି ଟୀକା ଭାରତରେ ପ୍ରଚଳିତ ହେଉଛି । ଗତ କିଛି ଦିନ ପୂର୍ବରୁ ତୃତୀୟ ଟୀକା ତଥା ସ୍ପୁଟିନିକ ଭି ରୁଷିଆରୁ ଅଣା ଯାଇଛି । ବନ୍ଧୁଗଣ ଏହି ସମସ୍ତ ଟୀକାର ପ୍ରଭାବ ଓ ସାଇଡ ଇଫେକ୍ଟ ଅଲଗା ଅଲଗା ରହିଛି ।
ବନ୍ଧୁଗଣ ପ୍ରଥମ ଟୀକାଟି ହେଉଛି କୋଭିସିଲ୍ଡ । ଏହା ଆମ ଶରୀରରେ ୭୦ ପ୍ରତିଶତ କାମ କରିଥାଏ । ହେଲେ ଏହାର ଦ୍ଵିତୀୟ ଡୋଜ ନେବା ପରେ ଏହା ଆମ ଶରୀରରେ ୯୦ ପ୍ରତିଶତ କାମ କରିଥାଏ । ଦ୍ଵିତୀୟରେ ହେଉଛି କୋଭ୍ୟାକ୍ସିନ । କୋଭ୍ୟାକ୍ସିନ ଆମ ଶରୀରରେ ୮୧ ପ୍ରତିଶତ ରୋଗକୁ ରୋକିବା ପାଇଁ କାମ କରିଥାଏ । ଏହା ଅନ୍ୟ କିଛି ଘାତକ ଭାଇରସକୁ ରୋକିବା ପାଇଁ ଉପଯୋଗୀ ଅଟେ ।
ତୃତୀୟରେ ହେଉଛି ସ୍ପୁଟିନିକ ଭି । ଏହି ଟୀକା ୯୧.୬ ପ୍ରତିଶତ ଭାଇରସକୁ ରୋକିବା ପାଇଁ କାମ କରିଥାଏ ଓ ଏହାର ପ୍ରଭାବ ବହୁତ ଶୀଘ୍ର ଦେଖିବାକୁ ମିଳିଥାଏ । ବନ୍ଧୁଗଣ ସମସ୍ତ ଟୀକାର କିଛି ନା କିଛି ସାଇଡ ଇଫେକ୍ଟ ରହିଥାଏ । କାରଣ ଏହା ଆମ ଶରୀର ମଧ୍ୟକୁ ଯିବାପରେ ଆମ ରୋଗ ପ୍ରତିଷେଧକ ବଢାଇଥାଏ ଓ ଭାଇରସକୁ ରୋକିବାରେ ଲାଭଦାୟକ ହୋଇଥାଏ । ତେଣୁ ଏହାର ଯାହା ବି ସାଇଡ ଇଫେକ୍ଟ ରହିଛି ତାହା କେବଳ କିଛି ଦିନ ପାଇଁ ।
ସ୍ପୁଟିନିକ ଭିର ସାଇଡ ଇଫେକ୍ଟ ହେଉଛି ମୁଣ୍ଡ ବିନ୍ଧା, ଇଞ୍ଜେକ୍ସନ ନେଇଥିବା ବାହୁରେ କିଛି ଦିନ କଷ୍ଟ ହେବା ଓ ଜ୍ଵର ଆଦି ହେବା । କୋଭ୍ୟାକ୍ସିନର ସାଇଡ ଇଫେକ୍ଟ ହେଉଛି, ଜ୍ଵର ହେବା, ଶରୀରର ତାପମାତ୍ରା ପରିବର୍ତ୍ତନ ହେବା, ମୁଣ୍ଡ ବିନ୍ଧା ଓ ଦୁର୍ବଳତା ଆଦି । କୋଭିସିଲ୍ଡର ସାଇଡ ଇଫେକ୍ଟ ହେଉଛି ଇଞ୍ଜେକ୍ସନ ନେଇଥିବା ସ୍ଥାନ ନାଲି ପଡିଯିବା ଓ କଷ୍ଟ ହେବା, ଜ୍ଵର ହେବା ଓ ଶରୀରରେ ଯନ୍ତ୍ରଣା ଆଦି ହେବା ।
ତେଣୁ ବନ୍ଧୁଗଣ ଏହି ସବୁ ସୂଚନାକୁ ଆଧାର କରି କେଉଁ ଟୀକା ସବୁଠାରୁ ଭଲ ଆପଣ ଆମକୁ କମେଣ୍ଟ କରନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ