ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ପ୍ରାଣ ହରାଇ ସାରିଛନ୍ତି ।
ଗତବର୍ଷ ଅପେକ୍ଷା ଏହି ବର୍ଷ ଭାଇରସ ଅଧିକ ଶକ୍ତିଶାଳୀ ହେବା ସହ ଜନସାଧାରଣ ମାନଙ୍କ ମଧ୍ୟରେ ତୀବ୍ର ଗତିରେ ସଂକ୍ରମିତ ହେଉଛି । ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭରତ ସରକାର ଦେଶରେ ମାଗଣା ଟୀକା କାରଣ ବ୍ୟବସ୍ଥା ଜାରି କରିଛନ୍ତି । ଗତ ମାସରୁ ଦେଶରେ ଟୀକା କାରଣ ବ୍ୟବସ୍ଥା ଆରମ୍ଭ ହୋଇସାରିଛି ।
ହେଲେ ଟୀକା ସହ ଜଡିତ ଅନେକ ପ୍ରଶ୍ନ ଲୋକ ମାନଙ୍କ ମନରେ ରହିଛି । କେତେକ ଲୋକ ଟୀକା ନେବାକୁ ଚାହୁଁ ନାହାନ୍ତି ତ କେତେକ ଲୋକ କେଉଁ ଟୀକା ନେବେ ତାହା ବିଷୟରେ ଚିନ୍ତା କରୁଛନ୍ତି । କାରଣ ବର୍ତ୍ତମାନ ଭାରତରେ ତିନୋଟି କମ୍ପାନୀର ଟୀକା ପ୍ରଚଳନ ହେଉଛି । ବନ୍ଧୁଗଣ ଆଜି ଆମେ ଟିକା ସହ ଜଡିତ ସମସ୍ତ ପ୍ରଶ୍ନର ଉତ୍ତର ଦେବୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ବର୍ତ୍ତମାନ ଦେଶରେ ତିନୋଟି ଟୀକା ପ୍ରଚଳନ ହେଉଛି । ସେଗୁଡିକ ହେଲା କୋଭ୍ୟାକ୍ସିନ, କୋଭିସିଲ୍ଡ ଓ ସ୍ପୁଟିନକ ଭି । ପ୍ରଥମ ଟୀକାଟି ହେଉଛି କୋଭ୍ୟାକ୍ସିନ । ଏହା ନାସନାଲ ଇନଷ୍ଟିଟ୍ଯୁଟ ଅଫ ଭିରୋଲୋଜିରେ ପ୍ରସ୍ତୁତ କରାଯାଇଛି । ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ ଓ ଏହା ଆମ ଶରୀରରେ ୮୧ ପ୍ରତିଶତ କାମ କରିଥାଏ । ବନ୍ଧୁଗଣ ଏହି ଟୀକାର କୌଣସି ଗୁରୁତ୍ଵର ସାଇଡ ଇଫେକ୍ଟ ନାହିଁ ।
ଦ୍ଵିତୀୟଟି ହେଉଛି କୋଭିସିଲ୍ଡ ଏହି ଟୀକାଟି ଅକ୍ଶଫର୍ଡ ୟୁନିଭର୍ସିଟିରେ ପ୍ରସ୍ତୁତ ହୋଇଛି । ଏହି ଟୀକାକୁ ବର୍ତ୍ତମାନ ଭାରତର ଶିରମ ଇନଷ୍ଟିଟ୍ଯୁଟ ପ୍ରସ୍ତୁତ କରୁଛି । ବନ୍ଧୁଗଣ ଏହା ମଧ୍ୟ ଆମ ଶରୀରରେ ୮୧ ପ୍ରତିଶତ ରୋଗ ପ୍ରତିଷେଧକ କ୍ଷମତାକୁ ବଢାଇବାରେ ସହାୟକ ହୁଏ । ଏହା ସହିତ ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ନାହିଁ ।
ବର୍ତ୍ତମାନ ଭାରତରେ ଲୋକମାନେ ଏହି ଦୁଇଟି ଟୀକା ନେଉଛନ୍ତି । ବନ୍ଧୁଗଣ ତୃତୀୟ ଟୀକାଟି ହେଉଛି ସ୍ପୁଟିନିକ ଭି । ଏହି ଟୀକାକୁ ସମଗ୍ର ବିଶ୍ଵ ମଞ୍ଜୁରୀ ଦେଇ ସାରିଛି ଓ ଏହି ଟୀକାଟି ଭାରତରେ ମଧ୍ୟ ପ୍ରଚଳନ ହେଉଛି । ବନ୍ଧୁଗଣ ସ୍ପୁଟିନିକ ଭି ସବୁଠାରୁ ଅଧିକ ଫଳଦାୟକ ରହିଛି । ଏହା ଆମ ଶରୀରରେ ୯୧ ପ୍ରତିଶତ କାମ କରୁଥିବାର ଜଣା ପଡିଛି ଓ ଏହାର କୌଣସି ସାଇଡ ଇଫେକ୍ଟ ନାହିଁ ।
ତେଣୁ ବନ୍ଧୁଗଣ ଆପଣ ମାନେ ଏହି ତିନୋଟି ଟୀକା ମଧ୍ୟରୁ ଯେକୌଣସି ଟୀକା ନେଇ ପାରିବେ । ଟୀକା ନେବା ଦ୍ଵାରା ଆପଣ ନିଜ ଜୀବନ ଓ ନିଜ ପରିବାରର ରକ୍ଷା କରିପାରିବେ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ