ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି କିଛି ସାମଗ୍ରୀ ଉପରେ ଜିଏସଟି ଲାଗିବା ହେତୁ ଦରଦାମ ବଢିବାକୁ ଯାଉଛି । ଏହି ଖବର ବିଷୟରେ ଜାଣି ଅବଶ୍ୟ ଆପଣ ମାନେ ଚିନ୍ତାରେ ପଡି ଯାଇଥିବେ କାରଣ ଗରିବ ଓ ମାଧ୍ୟମ ବର୍ଗ ଲୋକ ମାନଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡିବାକୁ ଯାଉଛି । ବନ୍ଧୁଗଣ ଆସନ୍ତା ଜୁଲାଇ 18 ତାରିଖରୁ କିଛି ଘର କରଣା ସାମଗ୍ରୀ, ହୋଟେଲ ଏବଂ ବେଙ୍କ ସେବା ଆଦି ମହଙ୍ଗା ହେବାକୁ ଯାଉଛି ।

ଗତ ମାସ ଚଣ୍ଡିଗଡରେ ହୋଇଥିବା 47ତମ ଜିଏସଟି ପରିସର ବୈଠକରେ କେତେକ ସାମଗ୍ରୀ ଏବଂ ସେବା ଉପରେ ଟିକସ ହାର ସଂଶୋଧନ କରାଯାଇଥିବା ବେଳେ ଟିକସ ମୁକ୍ତ ଥିବା କେତେକ ସାମଗ୍ରୀ ଓ ସେବାକୁ ଟିକସ ପରିସରକୁ ଅଣା ଯାଇଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସବୁ ସାମଗ୍ରୀ ଗୁଡିକ ବିଷୟରେ ଯାହା ସବୁ ମହଙ୍ଗା ହେବାକୁ ଯାଉଛି ।
ବିଭିନ୍ନ ପ୍ରକାର ବୀଜ ଓ ଡାଲି ଭଳି ଶସ୍ୟର ସଫେଇ ପାଇଁ ଉର୍ଦ୍ଦିଷ୍ଟ ମେସିନ, ଖାଦ୍ୟ ଶସ୍ୟ ଫେଷିବା ପାଇଁ ଉଦିଷ୍ଟ ମେସି, ପବନ ଚାଳିତ ଅଟା ଚକି ଏବଂ ୱେଟ କ୍ରାଉନରେ ୧୮ ପ୍ରତିଶତ ଜିଏସଟି ଲାଗିବ । LED ଲାମ୍ପ, କାଳି ବା ସିହାଇ, ଛୁରୀ, ବ୍ଲେଡ, ପେନ୍ସିଲ କଟର, ଚାମଚ ଫର୍କ, କେକ ସର୍ବର, ପ୍ରିଣ୍ଟିଙ୍ଗ, ମରାମତି ପାଇଁ ଉର୍ଦ୍ଧିଷ୍ଟ ଫିକସର ଆଦିରେ ୧୮ ପ୍ରତିଶତ ଜିଏସଟି ଲାଗିବ ।

ସେହି ଭଳି ଶକ୍ତି ଚାଳିତ ବାଇ ସାଇକେଲ ପମ୍ପ, ଡାଏରୀ ମେସିନେରୀରେ ୧୮ ପ୍ରତିଶତ ଜିଏସଟି ଲାଗିବ ।ସୋଲାର ୱାଟର ହିଟର ଏବଂ ସିଷ୍ଟମରେ ୧୨ ପ୍ରତିଶତ ଜିଏସଟି ଲାଗିବ । ଚମଡାରେ ଲାଗିବ ୧୨ ପ୍ରତିଶତ ଜିଏସଟି । ସମସ୍ତ ପ୍ରକାରର ପ୍ରିନ୍ଟେଡ ମ୍ୟାପ ଓ ଚାଟ ୧୨ ପ୍ରତିଶତ ଜିଏସଟିକୁ ଆସିବ । ଆଇସିୟୁକୁ ଛାଡି ଦେଲେ ଦୈନିକ ହସ୍ପିଟାଲ ରୁମ ଭଡା ୫ ହଜାର ଟଙ୍କାରୁ ଅଧିକ ହେଲେ ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗିବ । ଦିନକୁ ହଜାର ଟଙ୍କା ପର୍ଯ୍ୟନ୍ତ ହୋଟେଲ ଭଡାରେ ୧୨ ପ୍ରତିଶତ ଜିଏସଟି ଲାଗିବ ।

ସବୁଠାରୁ ବଡ କଥା ହେଉଛି ଚେକ୍ ଉପରେ ମଧ୍ୟ ୧୮ ପ୍ରତିଶତ ଜିଏସଟି ଲାଗିବ । କେନାଲ, ଡ୍ୟାମ, ପାଇପ ଲାଇନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଆଦି ପାଇଁ କେନ୍ଦ୍ର ରାଜ୍ୟ ଓ ଅନ୍ୟାନ୍ୟ ସ୍ଥାନୀୟ ପ୍ରଶାସନ ଆଦିକୁ ଦିଆଯାଇଥିବା ୱାର୍କ କଣ୍ଟ୍ରାକ୍ଟ ଉପରେ ୧୮ ପ୍ରତିଶତ ଜିଏସଟି ଲାଗିବ । ସଡକ ସେତୁ, ରେଳପଥ ମେଟ୍ରୋ ଏବଂ ଶବ ଗୃହ ଆଦି ପାଇଁ ୱାର୍କ କଣ୍ଟ୍ରାକ୍ଟରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

