ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟ ରେ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସୁଥିବାର ଦେଖାଯାଉଛି ।
ସଂକ୍ରମଣ ର ହାର ଦିନ କୁ ଦିନ କମିବାରେ ଲାଗିଛି । ତେଣୁ ଆସନ୍ତା ଜୁଲାଇ ମାସ ଠାରୁ ଲକଡାଉନ କଟକଣା କୁ କୋହଳ କରାଯିବା ବିଷୟ ରେ ଚିନ୍ତା କରାଯାଉଛି । ତେବେ ଜୁଲାଇ ମାସ ରେ ଲକଡାଉନ ଉଠିବ କି ନାହିଁ ସେ ବିଷୟରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ଖବର ଆସି ପହଞ୍ଚି ଯାଇଛି ଯେ ଯେଉଁ ସ୍ଥାନରେ ସଂକ୍ରମଣ ର ହାର ଅଧିକ ଅଛି ସେଠାରେ ଲକଡାଉନ ଉଠିବ ନାହିଁ ।
ଓଡ଼ିଶା ରେ ଆସନ୍ତା କାଲି ଜୁଲାଇ ମାସ ପାଇଁ ଗାଇଡ଼ ଲାଇନ ଆସିପାରେ ବୋଲି ସୂଚନା ମିଳିଛି । ଏହି ଗାଇଡ଼ ଲାଇନ ରେ ମୂଖ୍ୟତଃ ଯେଉଁ ଜିଲ୍ଲା ରେ ସଂକ୍ରମଣ ର ହାର ୧୦ ପ୍ରତିଶତ ରୁ ଅଧିକ ରହିଛି ସେହି ଜିଲ୍ଲା ରେ ଲକଡାଉନ ର ଅବଧି କୁ ବଢ଼ାଇବା ପାଇଁ ଯୋଜନା ଚାଲିଛି ।
ସେହି ସବୁ ଜିଲ୍ଲା ରେ କଟକଣା ବଳବତ୍ତର ରହିବା ସହିତ କଣ୍ଟେନମେଣ୍ଟ ଜୋନ ମଧ୍ୟ ଫେରିପାରେ ବୋଲି କୁହାଯାଉଛି । ଓଡିଶା ରେ ବର୍ତ୍ତମାନ ଗ୍ରୀନ ଜୋନ ର ସଂଖ୍ୟା ବଢି ଚାଲିଛି । କିନ୍ତୁ ତଥାପି ଉପକୂଳ ର କିଛି ଜିଲ୍ଲା ରେ ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ର ହାର କମୁନାହିଁ । ରାଜ୍ୟ ରେ ଦୈନିକ ୩ ରୁ ୪ ହଜାର ମଧ୍ୟରେ ସଂକ୍ରମଣ ର ସଂଖ୍ୟା ରହୁଛି ।
ବର୍ତ୍ତମାନ ଗ୍ରୀନ ଜୋନ ରେ ୨୧ ଜିଲ୍ଲା ଥିବା ବେଳେ ରେଡ଼ ଜୋନ ରେ ୪ ଟି ଜିଲ୍ଲା ରହିଛି । ରେଡ଼ ଜୋନ ରେ କଟକ,ବାଲେଶ୍ଵର,ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲା ରହିଛି । ଆଜି କଟକ ଓ ବାଲେଶ୍ଵର ରେ ସଂକ୍ରମଣ ର ହାର ୧୦ ପ୍ରତିଶତ ରୁ ଉର୍ଦ୍ଧ୍ବ ରହୁଛି । ୧୦ ପ୍ରତିଶତ ରୁ ଅଧିକ ସଂକ୍ରମଣ ଥିବା ଜିଲ୍ଲା ର୍ବ ଜୁଲାଇ ମାସ ରେ ପୁର୍ବ ପରି କଟକଣା ଜାରି ରହିପାରେ ।
ନଚେତ ଅଧିକ ସଂକ୍ରମିତ ଥିବା ଜିଲ୍ଲା ରେ ପୁଣି କଣ୍ଟେନମେଣ୍ଟ ଜୋନ ଲାଗୁ ହୋଇପାରେ । ପୁରା ରାଜ୍ୟ ରେ ନା କେବଳ ଅଧିକ ସଂକ୍ରମଣ ଥିବା ଜିଲ୍ଲା ରେ କଣ୍ଟେନମେଣ୍ଟ ଜୋନ ଲାଗୁ ହେବ ସେ ବିଷୟରେ ବର୍ତ୍ତମାନ ବିଚାର ବିମର୍ଷ ଚାଲିଛି । କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ଲୋକଙ୍କ ଜୀବନ ଜୀବିକା କୁ ମଧ୍ୟ ଆଖି ଆଗରେ ରଖୁଛନ୍ତି ତେଣୁ ସମଗ୍ର ରାଜ୍ୟ କୁ କଣ୍ଟେନମେଣ୍ଟ ଜୋନ କରିବା ସମ୍ଭବପର ନୁହେଁ ।
ତେବେ ଏଥିରେ ଆପଣ ମାନଙ୍କ ମତାମତ କଣ କଣ ଆମ ରାଜ୍ୟରୁ ଏଥର ଲକଡାଉନ ଉଠିବା ଉଚିତ କି ନୁହେଁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ