ବନ୍ଧୁଗଣ ପ୍ରତେକ ସ୍ଵାମୀ ସ୍ତ୍ରୀଙ୍କର ସୁସନ୍ତାନ ପାଇଁ କାମନା ରହିଥାଏ । କିନ୍ତୁ ସହବାସ କରିବାର ସଠିକ ସମୟ, ତିଥି, ବାର, ନକ୍ଷତ୍ର ରହିଛି ଯାହା ଶାସ୍ତ୍ର ରେ ବର୍ଣ୍ଣିତ ଅଛି । ଏହି ସବୁ ନିୟମ ଗୁଡିକର ପାଳନ କରିଲେ ଉଭୟ ସ୍ଵାମୀ ସ୍ତ୍ରୀ ନିଶ୍ଚିନ୍ତ ରୂପରେ ଉତ୍ତମ ସନ୍ତାନ ପ୍ରାପ୍ତ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ ସୁସନ୍ତାନ ପାଇଁ କେଉଁ ବାର ଓ ତିଥି ଉତ୍ତମ ହୋଇଥାଏ । କେଉଁ ସମୟରେ ସନ୍ତାନ ପ୍ରାପ୍ତି ପାଇଁ ସହବାସ କରିଲେ ସର୍ବ ଶ୍ରେଷ୍ଠ ହୋଇଥାଏ ତାହା ମଧ୍ୟ ଚର୍ଚ୍ଚା କରିବୁ ।
୧- ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ଧ୍ୟାନ ରଖିବେ କେବେ ବି ଦିନ ସମୟରେ ସହବାସ କରିବା ଉଚିତ ନୁହେଁ । ଯଦି ସୂର୍ଯ୍ୟ ଠିଆବ ଅବସ୍ଥାରେ ସନ୍ତାନ କାମନା କରି ସହବାସ କରିବେ ତେବେ ଯଦି ଯେଉଁ ସନ୍ତାନ ଔରସରୁ ଜାତ ହେବ ସେ ସନ୍ତାନ ବିକଳାଙ୍ଗ ହୋଇ ଜନ୍ମ ହୋଇଥାଏ ।
୨- ସ୍ତ୍ରୀ ସହବାସ ରାତି ୧୧ଟା ରୁ ୪ଟା ମଧ୍ୟରେ କରିବା ଉଚିତ ଯାହା ଶାସ୍ତ୍ର ରେ ନିୟମ ରହିଛି । ଅମାବାସ୍ୟା, ଷଷ୍ଠୀ, ଅଷ୍ଟମୀ, ଚତୁର୍ଦ୍ଦଶୀ, ନବମୀ, ଚତୁର୍ଥୀ ତିଥିରେ ସ୍ତ୍ରୀ ସହବାସ କରିବା ଉଚିତ ନୁହେଁ । ଏହା ଶାସ୍ତ୍ର ବିରୋଧି ଅଟେ । ଏହି ଦିନ ମାନଙ୍କରେ ସହବାସ କରିଲେ ଔରସରୁ ଯେଉଁ ପିଲା ଜାତ ହେବ ତାହା ନିଶ୍ଚୟ ଭାବେ କୁସନ୍ତାନ ଭାବେ ଜନ୍ମଗ୍ରହଣ କରିବ ।
୩- ଶାସ୍ତ୍ର ଅନୁଯାୟୀ ରବିବାର, ମଙ୍ଗଳବାର, ଶନିବାର ଦିନ ୩ଟି ବାର ମୁଖ୍ୟ ବାର ହୋଇଥାଏ । ଏହି ୩ ଦିନରେ ସନ୍ତାନ ଇଚ୍ଛା କରି କେବେ ବି ସ୍ତ୍ରୀ ସହବାସ କରନ୍ତୁ ନାହି ।
୪- ଯେଉଁ ଦିନ ବାପା କି ମା ଙ୍କର ଶ୍ରାଦ୍ଧର ଦିନ ଥିବ ସେଦିନ ମଧ୍ୟ ସ୍ତ୍ରୀ ସହବାସ କରିବା ଉଚିତ ନୁହେଁ । ତା ସହ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ସ୍ତ୍ରୀ ସହବାସ କରିବା ବର୍ଜନ ଅଟେ । ଯାହା ଦ୍ଵାରା ଯେଉଁ ପିଲା ଜାତ ହେବ ତାର ଅଳ୍ପ ଆୟୁଷ ହୋଇଥାଏ ।
୫- ନିଜର ଜନ୍ମ ନକ୍ଷତ୍ର ଠାରୁ ସପ୍ତମ ନକ୍ଷତ୍ର ଚାଲୁଥିବା ସମୟରେ ସହବାସ ନିଷେଧ ଅଟେ । ନିଜ ରାଶି ଠାରୁ ଅଷ୍ଟମ ଚନ୍ଦ୍ର ଯେଉଁ ଦିନ ଚାଲିଥିବ ସେହି ସମୟରେ ସ୍ତ୍ରୀ ସହବାସ ନିଷେଧ ଅଟେ ।
୬- ଉତ୍ତମ ସନ୍ତାନ ପାଇଁ, ଦୀର୍ଘାୟୁ, ଗୁଣବାନ, ପରୋପକାରୀ, ଭାଗ୍ୟଶାଳୀ ସନ୍ତାନ ପାଇଁ ଆପଣଙ୍କୁ ସଠିକ ନକ୍ଷତ୍ର ବାଛିବାକୁ ପଡିବ । ଶ୍ରବଣା, ହସ୍ତା, ଅନୁରାଧା, ସ୍ଵାତି, ସତଭିଷା, ଧନିଷ୍ଠା, ଉତ୍ତର ଫାଲ୍ଗୁନୀ, ଉତ୍ତର ଶଢା, ଉତ୍ତର ଭାଦ୍ରପଦା, ମୂଳା, ରୋହିଣୀ ନକ୍ଷତ୍ର ରେ ଯେତେବେଳେ ଗୋଚର ରେ ଚାଲୁଥିବେ ସେହି ସମୟରେ ସ୍ତ୍ରୀ ସହବାସ କରିବା ଉତ୍ତମ ହୋଇଥାଏ । ଏହି ସମୟରେ ସନ୍ତାନ ଇଚ୍ଛା କରି ସହବାସ କରିଲେ ଯେଉଁ ସନ୍ତାନ ଜାତ ହେବ ସେ ଭାଗ୍ୟଶାଳୀ, ଦୀର୍ଘାୟୁ, ଧର୍ମବନ୍ତ, ପରୋପକାରୀ ଓ ଜଗତ କଲ୍ୟାଣକାରୀ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।