ନମସ୍କାର ସାଙ୍ଗମାନେ । ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ । ଆପଣ ଦେଖିଥିବେ କିଛି ଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତିବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ।
ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ। ଏହାର ଫଳ ନିଶ୍ଚୟ ଆପଣ ଙ୍କୁ ମିଳିବ। ପରିଶ୍ରମୀ ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ଏହା ତା ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ।ଏହି କଥା ମଧ୍ୟ ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରି ଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନମ୍ର ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ। ଦୟା ଭାବ ଆମ ମନରେ ଜାଗ୍ରତ କରେ ।

ପ୍ରଶ୍ନ୧.ଓଡ଼ିଶାର କାଶୀ କାହାକୁ କୁହାଯାଏ?
ଉତ୍ତର-ଭୁବନେଶ୍ୱର।(ଏହା ଓଡିଶା ର ରାଜଧାନୀ।ଏହାକୁ ମନ୍ଦିରମାଳିନୀ ସହର ମଧ୍ୟ କୁହାଯାଏ।)
ପ୍ରଶ୍ନ୨.ଓଡ଼ିଶାର ଗଦାକ୍ଷେତ୍ର କାହାକୁ କୁହାଯାଏ?
ଉତ୍ତର-ଯାଜପୁର।(କେଶରୀ ବଂଶ ର ଶାସନ ସମୟରେ ଏହା ତାଙ୍କର ରାଜଧାନୀ ଥିଲା)
ପ୍ରଶ୍ନ୩.ଓଡ଼ିଶାର ତୁଳସୀକ୍ଷେତ୍ର କାହାକୁ କୁହାଯାଏ?
ଉତ୍ତର-କେନ୍ଦ୍ରାପଡା(ଭିତରକନିକା,ଗହୀରମଥା ଓ ବଳଦେବାଜୀଉ ପାଇଁ ପ୍ରସିଦ୍ଧ)
ପ୍ରଶ୍ନ୪.ଓଡ଼ିଶାର କାଶ୍ମୀର କାହାକୁ କୁହାଯାଏ?
ଉତ୍ତର-ଦାରିଂବାଡି(ଏହା କନ୍ଧମାଳ ରେ ଅବସ୍ତିତ।)

ପ୍ରଶ୍ନ୫.ଓଡ଼ିଶାର ଭାତହାଣ୍ଡି କାହାକୁ କହନ୍ତି?
ଉତ୍ତର-ବାଲେଶ୍ୱର।(ଏଠାରେ ପ୍ରବଳ ଧାନ ଚାଷ ହୁଏ)
ପ୍ରଶ୍ନ୬.ଓଡ଼ିଆର ବିହଙ୍ଗ ବିହାର କାହାକୁ କହନ୍ତି?
ଉତ୍ତର-ଚିଲିକା(ଲୁଣି ପାଣିର ହ୍ରଦ)
ପ୍ରଶ୍ନ୭.ଓଡ଼ିଶାର ବାଣୀବିହାର କାହାକୁ କହନ୍ତି?
ଉତ୍ତର-ଉତ୍କଳ ବିଶ୍ୱ ବିଦ୍ୟାଳୟ(ସ୍ଥାପନ-୨୭ ନଭେମ୍ବର ୧୯୪୩)
ପ୍ରଶ୍ନ୮.ଓଡ଼ିଶାର ଭଞ୍ଜବିହାର କାହାକୁ କୁହାଯାଏ?
ଉତ୍ତର-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ(ସ୍ଥାପିତ-୦୨ଜାନୁଆରୀ ୧୯୬୭)
ପ୍ରଶ୍ନ୯.ଓଡ଼ିଶାର କଳା ପଗୋଡା କାହାକୁ କୁହାଯାଏ?
ଉତ୍ତର-କୋଣାର୍କ(ଲାଙ୍ଗୁଳା ନରସିଂହ ଦେବ ଙ୍କ ଦ୍ଵାରା ତିଆରି ହୋଇଥିଲା)

ପ୍ରଶ୍ନ୧୦.ଓଡ଼ିଶାର ମଣିକ୍ଷେତ୍ର କାହାକୁ କୁହାଯାଏ?
ଉତ୍ତର-ଆରଡ଼ି(ଭଦ୍ରକ ଜିଲ୍ଲାରେ)
ପ୍ରଶ୍ନ୧୧.ଓଡ଼ିଶାର ସ୍ୱର୍ଣ୍ଣ ତ୍ରିଭୁଜ କାହାକୁ କୁହାଯାଏ?
ଉତ୍ତର-ପୁରୀ,କୋଣାର୍କ ଓ ଭୁବନେଶ୍ୱର
ପ୍ରଶ୍ନ୧୨.ଓଡ଼ିଶାର ଶଙ୍ଖ କ୍ଷେତ୍ର କାହାକୁ କୁହାଯାଏ?
ଉତ୍ତର-ପୁରୀ(ଚାରି ଧାମ ମଧ୍ୟରୁ ଅନ୍ୟତମ)
ପ୍ରଶ୍ନ୧୩.ଓଡ଼ିଶାର ଅର୍କ କ୍ଷେତ୍ର କାହାକୁ କୁହାଯାଏ?
ଉତ୍ତର-କୋଣାର୍କ
ପ୍ରଶ୍ନ୧୪.ଓଡ଼ିଶାର ଗୁପ୍ତଗାଙ୍ଗା କାହାକୁ କହନ୍ତି?
ଉତ୍ତର-ବୈତରଣୀ
ପ୍ରଶ୍ନ୧୫.ଓଡ଼ିଶାର କୈଳାସ କାହାକୁ କହନ୍ତି?
ଉତ୍ତର-କପିଳାସ
ପ୍ରଶ୍ନ୧୬.ଓଡ଼ିଶାର ଇସ୍ପାତ ସହର କାହାକୁ କହନ୍ତି?
ଉତ୍ତର-ରାଉଲକେଲା
ପ୍ରଶ୍ନ୧୭.ଓଡ଼ିଶାର ଜ୍ୟୋତିକ୍ଷେତ୍ର କାହାକୁ କାହାନ୍ତି?
ଉତ୍ତର-ସମ୍ବଲପୁର ବିଶ୍ୱ ବିଦ୍ୟାଳୟ( ୪ ଜାନୁଆରୀ ୧୯୬୭)
ପ୍ରଶ୍ନ୧୮.ଓଡ଼ିଶାର ଶବର କ୍ଷେତ୍ର କାହାକୁ କହନ୍ତି?
ଉତ୍ତର-କୋରାପୁଟ
ପ୍ରଶ୍ନ୧୯.ଓଡ଼ିଶାର ଧଳା ପାଗଡ଼ କାହାକୁ କହନ୍ତି?
ଉତ୍ତର-ଜଗନ୍ନାଥ ମନ୍ଦିର।

ପ୍ରଶ୍ନ୨୦.ଓଡ଼ିଶାର ହୀରକ ତ୍ରିଭୁଜ କାହାକୁ କୁହନ୍ତି?
ଉତ୍ତର-ରତ୍ନଗିରି,ଉଦୟଗିରି ଓ ଲଳିତଗିରି
ପ୍ରଶ୍ନ ୨୧:- କେଉଁ ଜାତିରେ ଭାଇ ଭଉଣୀ ପରସ୍ପରକୁ ବାହା ହୁଅନ୍ତି ?
ଉତ୍ତର- ଧୁରବା ଜନଜାତି
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

