ବନ୍ଧୁଗଣ ଆପଣ ମାନେ ସମସ୍ତେ ଇଣ୍ଡିଆନ ଆଇଡଲର ବିଜେତା ପବନଦୀପଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ନିଜ ଗୀତ ଓ ନିଜ ପର୍ଶନାଲ ଲାଇଫ ପାଇଁ ପବନଦୀପ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ସେ ଇଣ୍ଡିଆନ ଆଇଡଲ ସିଜନ ୧୨ର ବିଜେତା ହୋଇଛନ୍ତି । ପବନଦୀପଙ୍କୁ ନାମ ଓ ପ୍ରସିଦ୍ଧି ହାସଲ ହେବା ସହ ତାଙ୍କ ଉପରେ ଟଙ୍କାର ବର୍ଷା ହେଉଛି । ଏହି ସୋର ବିଜେତା ହେବା ପରେ ତାଙ୍କୁ ଟଙ୍କା ସହ କେତେକ ଗିଫ୍ଟ ମଧ୍ୟ ମିଳୁଛି ।
୨୦୧୬ରୁ ହିଁ ପବନଦୀପ ଉତ୍ତରାଖଣ୍ଡର ଯୁବ ବ୍ରାଣ୍ଡ ଆମ୍ବାସେଟର ରହିଥିଲେ । ପୂର୍ବରୁ ପବନଦୀପ ଦ ଭୋଏସ ଅଫ ଇଣ୍ଡିଆରେ ଯୋଗ ଦେଇଛନ୍ତି । ଏହି ସୋ ପରଠାରୁ ତାଙ୍କୁ କମ ମିଳିବା ଆରମ୍ଭ ହୋଇଥିଲା ଓ ଭଲ ଟଙ୍କା ମଧ୍ୟ ତାଙ୍କୁ ମିଳୁ ଥିଲା । ଏବେ ଇଣ୍ଡିଆ ଆଇଡଲ ସିଜନ ୧୨ର ବିଜେତା ହେବା ପରେ ତାଙ୍କୁ ୨୫ ଲକ୍ଷ ଟଙ୍କା ଓ ଏକ ସୁଇଫ୍ଟ କାର ମିଳିଛି ।
ବର୍ତ୍ତମାନ ତାଙ୍କ ଦରମା ୧୦ ରୁ ୨୦ ଲକ୍ଷ ଟଙ୍କା କୁହା ଯାଉଛି । ମିଡିଆ ରିପୋର୍ଟସ ଅନୁସାରେ ତାଙ୍କର ମୋଟ ସମ୍ପତ୍ତି ୧ ରୁ ୨ ମିଲିୟନ ଡଲାର ଅଟେ । ପବନଦୀପଙ୍କ ପାଖରେ ଏକ ଏକ୍ସୟୁବି ୫୦୦ କର ମଧ୍ୟ ଅଛି ଏହି କାରଟିକୁ ସେ ଗତ କିଛି ଦିନ ହେବ କିଣି ଛନ୍ତି । ଇଣ୍ଡିଆନ ଆଇଡଲ ଜିତିବା ପରେ ତାଙ୍କ ସାଙ୍ଗ ଅରୁଣିତା ତାଙ୍କୁ ଏକ ଅଡି q7 କାର ଗିଫ୍ଟ କରିଛନ୍ତି । ଏହି କାରର ଦାମ ୭୦ ହଜାରରୁ ଅଧିକ ଅଟେ ।
ଏହା ବ୍ଯତୀତ ତାଙ୍କ ସାଙ୍ଗ ଶୟାଲି ତାଙ୍କୁ ଏକ ସୁନା ଚେନ ଗିଫ୍ଟ କରିଛନ୍ତି ଯାହାର ଦାମ ୭୨ ହଜାର ଟଙ୍କା । ଏହା ସହିତ ମହମ୍ମଦ ଦାନିସ ତାଙ୍କୁ ଏକ ୧୪ ଲକ୍ଷ ଟଙ୍କାର ଗିଟାର ଗିଫ୍ଟ କରିଛନ୍ତି । ଗତ କିଛି ଦିନ ତଳେ ପବନଦୀପ ଏକ ଘର କିଣିଛନ୍ତି ହେଲେ ଖାସ କଥା ଏହା ହେଉଛି ଯେ, ଏହି ଘରଟି ତାଙ୍କ ସାଙ୍ଗ ଅରୁଣିତାର ବିଲଡିଙ୍ଗରେ ଅଛି । ଯେତେବେଳେ ପବନଦୀପଙ୍କୁ ଏହାର କାରଣ ପଚରା ଗଲା ସେତେବେଳେ ସେ କହିଲେ-‘ଆମ ସବୁ ବହୁତ ଭଲ ସାଙ୍ଗ ଏହି ବନ୍ଧୁତା ଜୀବନ ସାରା ରହିବ । ଆମେ ପରିବାର ଭଳି ସବୁ ମିସିକି ରହିବା’ ।
ଅନ୍ୟ ପକ୍ଷରେ ପବନଦୀପ ଓ ଅରୁଣିତାଙ୍କ ସମ୍ପର୍କକୁ ନେଇ ମଧ୍ୟ ଅନେକ ଚର୍ଚା ହେଉଛି । ଏହି ଦୁଇଜଣଙ୍କ ମଧ୍ୟରେ ଲଭ ରିଲେସନ ଅଛି ବୋଲି ଅନେକ ଲୋକ କହୁଛନ୍ତି । ହେଲେ ବାସ୍ତବରେ ଏହି ଦୁଇଜଣ ପରସ୍ପରର ଭଲ ସାଙ୍ଗ ଅଟନ୍ତି ବୋଲି କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗାୟକ ପବନଦୀପ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।