କେତେ ଦିନ ପର୍ଯ୍ୟନ୍ତ କାରୋନାରୁ ସୁରକ୍ଷା ଦେଇ ପାରିବ ଟୀକା, କଣ ଏହା ପ୍ରତିବର୍ଷ ନେବାକୁ ପଡିବ ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ !

ବନ୍ଧୁଗଣ ବର୍ତ୍ତମାନ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ନିଜ ଭୟଙ୍କର ରୁପ ଦେଖାଇଛି ।

ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜ ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସ ବହୁତ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଟୀକା ଓ ଲକଡାଉନ ଆଦି ପ୍ରଚଳନ କରିଛନ୍ତି । ମେ ୧ରୁ ଲୋକ ମାନେ ଟୀକା ନେଉଛନ୍ତି ।

ଏହି ଟୀକା ବ୍ୟକ୍ତିଙ୍କ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତିକୁ ବଢାଇବା ସହ କରୋନା ମହାମାରୀ ସହ ଲଢିଥାଏ । ହେଲେ ବନ୍ଧୁଗଣ ଟୀକା ସହ ଜଡିତ ଅନେକ ପ୍ରଶ୍ନ ଲୋକ ମାନଙ୍କ ମନକୁ ଆସୁଛି । ଆଜିଆମେ ଆପଣ ମାନଙ୍କୁ ଏହି ଟୀକାର କିଛି ବିଶେଷ ସୂଚନା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସାଧାରଣତଃ ଲୋକମାନେ ଏହି ଟୀକା କେତେକ ଦିନ ପର୍ଯ୍ୟନ୍ତ କରୋନା ମହାମାରୀ ଠାରୁ ସୁରକ୍ଷା ଦେବ ତାହା ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ବିଶେଷଜ୍ଞ ମାନଙ୍କ ମତରେ ଏହି ଟୀକା କେତେ ଦିନ ପର୍ଯ୍ୟନ୍ତ କରୋନା ମହାମାରୀ ଠାରୁ ସୁରକ୍ଷା ଦେବ ତାହା ବର୍ତ୍ତମାନ ଯାଏଁ ଜଣା ପଡି ନାହିଁ । ଦେଶର ବିଭିନ୍ନ କମ୍ପାନୀ ଟୀକା ପ୍ରସ୍ତୁତି କରୁଛି । କେତେକ ଟୀକା ୬ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ସୁରକ୍ଷା ଦେବ ବୋଲି ଦାବି କରୁଥିବା ବେଳେ ଅନ୍ୟ କେତେକ ଟୀକାର ପରୀକ୍ଷା କରାଯାଉଛି ।

ଡାନା ଫାରବେର କ୍ୟାନସର ଇନଷ୍ଟିଚ୍ୟୁଟର ମୁଖ୍ୟ ମେଡିକାଲ ଅଫିସର କ୍ରେଗ ବୁନ୍ନେଲ କହିଛନ୍ତି ଯେ- ‘ଭଲ ଖବର ହେଉଛି, ଟିକା ନେବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି କି ନାହିଁ, ସେକଥା ଜାଣିବାକୁ ଆମ ପାଖରେ ଆଣ୍ଟିବଡି ଟେଷ୍ଟ ରହିଛି । କିନ୍ତୁ ଖରାପ ଖବର ହେଉଛି ଯେ ଏହି ରେଜଲ୍ଟକୁ ଆମେ କେମିତି ଉପସ୍ଥାପନ କରିବୁ ସେକଥା ଜାଣିପାରୁନୁ। ଏହାର ଅର୍ଥ ଆଣ୍ଟିବଡି ଟିକା ନେବା ଦ୍ୱାରା କେତେ ଦିନ ଆମକୁ ସୁରକ୍ଷିତ ରଖୁଛି, ତାହା ଜଣାପଡ଼ି ନାହିଁ ।’

ବନ୍ଧୁଗଣ ମିଳିଥିବା ସମସ୍ତ ସୂଚନାକୁ ଧ୍ୟାନରେ ରଖିଲେ ଟିକା ନେବା ଦ୍ୱାରା ଅତିକମରେ ୬ ମାସ ଯାଏ ଶରୀରରେ ଆଣ୍ଟିବଡି ରହୁଛି ବୋଲି କୁହାଯାଇ ପରେ । ଏହାପରେ କ’ଣ ହେବ, ସେ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ୟାନସର ରୋଗରେ ପୀଡ଼ିତ ଥିବା ୪୦ରୁ ୫୦% ରୋଗୀଙ୍କ ଶରୀରରେ ଟିକା ନେଲେ ମଧ୍ୟ ଆଣ୍ଟିବଡି ସୃଷ୍ଟି ହେଉ ନଥିବା ଦେଖିବାକୁ ମିଳିଛି ।

କିନ୍ତୁ ବନ୍ଧୁଗଣ ବର୍ତ୍ତମାନର ସମୟରେ ଆମ ମାନଙ୍କୁ ଏକା ସହ ଏହି ମହାମାରୀର ମୁକାବାଲା କରିବାକୁ ପଡିବ । ତେଣୁ ଆପଣ ମାନେ ସମସ୍ତେ ଟୀକା ନିଅନ୍ତୁ ଓ ସରକାରଙ୍କ ଗାଇଡଲାଇନର ପାଳନ କରନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *