ବନ୍ଧୁଗଣ ବର୍ତ୍ତମାନର ସମୟରେ କରୋନା ମହାମାରୀର କୋପ ବଢିବାରେ ଲାଗିଛି । ଦିନକୁ ଦିନ ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି ଓ ଅନ୍ୟ ପକ୍ଷରେ କିଛି ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରା-ଣ ହରାଇ ସାରିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ଏକ ବଡ ସମସ୍ୟା ପାଲଟିଛି ଓ ଅନ୍ୟ ପକ୍ଷରେ ଆକ୍ସିଜେନର ଅଭାବ ମଧ୍ୟ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ସାଧାରଣତଃ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀ ହେବାର କିଛି ଅଲଗା ଲକ୍ଷଣ ଦେଖା ଯାଉଛି ।
ଗତବର୍ଷ ଜ୍ଵର, ତଣ୍ଟି ତରଜ, ସ୍ମେଲ ନହେବା, ଟେଷ୍ଟ ନଆସିବା ଓ ଛାତିରେ କଷ୍ଟ ହେବା ଆଦି ସମସ୍ୟା ଦେଖା ଦେଇଥିଲା । ହେଲେ ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ଲକ୍ଷଣ ବହୁତ ଅଲଗା ରହିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ସବୁ ଲକ୍ଷଣ ଦେଖା ଯାଉଛି ତା ହେଲେ ଅଣଦେଖା କରନ୍ତୁ ନାହିଁ କାରଣ ଏହି ଭାଇରସ ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଲକ୍ଷଣ ଗୁଡିକ ବିଷୟରେ ।
ବନ୍ଧୁଗଣ ଗତବର୍ଷ କରୋନା ମହାମାରୀର ପ୍ରଥମ ଲହରୀ ଥିଲା ଓ ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହରୀ ଆସିଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଗତବର୍ଷ ସଂପୂର୍ଣ୍ଣ ବର୍ଷରେ ଯେତିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନଥିଲେ ତା ଠାରୁ ଅଧିକ ଏହି ବର୍ଷର ଏହି ମାସରେ ଲୋକମାନେ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ବନ୍ଧୁଗଣ ସଂପୂର୍ଣ୍ଣ ଦେଶରେ ପାଖାପାଖି ସାଢେ ତିନି ଲକ୍ଷ ରୋଗୀ ଓ ରାଜ୍ୟରେ ପାଖାପାଖି ୬୦୦୦ ରୋଗୀ ଆକ୍ରାନ୍ତ ହୋଇସାରିଛନ୍ତି ।
ବନ୍ଧୁଗଣ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକଙ୍କର କିଛି ଭିନ୍ନ ଲକ୍ଷଣ ଦେଖାଯାଉଛି । ସାଧାରଣତଃ ଅନେକ ଲୋକଙ୍କର ପେଟ ଜନିତ ସମସ୍ୟା, ପତଳା ଝାଡା, ବାନ୍ତି ହେଉଛି, ଚର୍ମ ଜନିତ ସମସ୍ୟା ଦେଖାଯାଉଛି, ମୁଣ୍ଡ ବିନ୍ଧା ହେଉଛି, ନିଦ ହେଉ ନାହିଁ, ସ୍ମେଲ ଓ ଟେଷ୍ଟ ଚାଲିଯିବା ଏକ ସାଧାରଣ ଲକ୍ଷଣ ରହିଛି । ବନ୍ଧୁଗଣ ଏହି ବର୍ଷ କରୋନା ରୋଗୀଙ୍କ ଲକ୍ଷଣ ପୂର୍ବ ବର୍ଷ ଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି । ଅନେକ କେସରେ କିଛି ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଉ ନାହିଁ ହେଲେ ସେମାନେ କରୋନା ଚିହ୍ନଟ ହେଉଛନ୍ତି ।
ଯଦି ବନ୍ଧୁଗଣ ଯଦି ଆପଣ କୌଣସି କରୋନା ସଂକ୍ରମଣ ବ୍ୟକ୍ତିର ସଂସ୍ପର୍ଶରେ ଆସିଯାଇଛନ୍ତି ତା ହେଲେ ଆପଣ ସଂସ୍ପର୍ଶରେ ଆସିବାର ପାଞ୍ଚ ଦିନରେ କରୋନା ଟେଷ୍ଟ କରେଇ ଦିଅନ୍ତୁ । ଯଦି ଆପଣଙ୍କର ଉପରୋକ୍ତ ଲକ୍ଷଣ ଗୁଡିକ ହେଉଛି ତା ହେଲେ ଆପଣ ନିଶ୍ଚୟ କରୋନା ଟେଷ୍ଟ କରିଦିଅନ୍ତୁ । ଯଦି ଟେଷ୍ଟ କରେଇବା ପରେ ଆପଣଙ୍କର ନେଗେଟିଭ ଆସୁଛି ତା ହେଲେ ଆପଣ ନିଜର ରକ୍ତ ପରୀକ୍ଷା, ନିଜ ଛାତିର ଏକ୍ସରେ ଓ ଛାତିର ସ୍କାନ ନିଶ୍ଚୟ କରନ୍ତୁ ।
ଏହି ସବୁ ପରୀକ୍ଷା ଦ୍ଵାରା ମଧ୍ୟ ଜଣା ପଡିଥାଏ ଯେ, ଛାତି କେତେ ମାତ୍ରାରେ ଆକ୍ରାନ୍ତ ହୋଇଛି । ଏହି ସବୁ ପରୀକ୍ଷା କରିବା ଦ୍ଵାରା ଆମେ ଜାଣିପାରିବା ଯେ, ଆମ ଶରୀରରେ କେତେ ମାତ୍ରାରେ ରୋଗ ଅଛି ବା ରୋଗ ମୂଳରୁ ନାହିଁ । । ଏହା ସହିତ ଆପଣ ଅନବରତ ମାସ୍କର ବ୍ୟବହାର କରନ୍ତୁ ଓ ସରକାରଙ୍କ ଗାଇଡଲାଇନର ପାଳନ କରନ୍ତୁ, ଧନ୍ୟବାଦ ।