କେନ୍ଦ୍ର ସରକାରଙ୍କ ବଡ ନିସ୍ପତ୍ତି, କରୋନାରେ ମାତା ପିତା ହରାଉଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ଏହା ସହିତ ପ୍ରତି ମାସରେ ମିଳିବ…

ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇ ପଡିଛି । କରୋନା ଭାଇରସ ର ତାଣ୍ଡବ ସାରା ଦେଶରେ ଦେଖିବାକୁ ମିଳୁଛି । ପ୍ରତିଦିନ ହଜାର ହଜାର ଲୋକ ଏହି ମାହାମାରୀ ରେ ନିଜାର ପ୍ରାଣ ହରାଉଛନ୍ତି ।

ଏମିତି କି କିଛି ପରିବାର ଅଛନ୍ତି ଛୋଟ ଛୋଟ ପିଲାମାନେ ଉଭୟ ବାପା ମା ଙ୍କୁ ହରାଇ ଦେଉଛନ୍ତି । କରୋନାରେ ଅନାଥ ହେଇ ଯାଉଥିବା ପିଲାଙ୍କ ପାଇଁ ଏବେ କେନ୍ଦ୍ର ସରକାର ଏକ ଖୁସି ଖବର ଆଣି ଆସିଛନ୍ତି । ତେବେ ତାହା କଣ ଆସନ୍ତୁ ଜାଣିବା । ଏବେ କୋଭିଡ ରେ ପିତା ମାତା ହରାଇଥିବା ପିଲାଙ୍କ କଥା ବୁଝିବେ କେନ୍ଦ୍ର ସରକାର । ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ଦିନ ଏହା ଘୋଷଣା କରା ଯାଇଛି ।

ଶନିବାର ଦିନ ହୋଇଥିବା ବୈଠକ ରେ ଏହି ନିସ୍ପତି ନିଆ ଯାଇଛି । କରୋନାରେ ଅନାଥ ହେଉଥିବା ପିଲାଙ୍କ କଥା ଏବେ ବୁଝିବେ କେନ୍ଦ୍ର ସରକାର । ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଅଧ୍ଯକ୍ଷତାରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆ ଯାଇଛି ।

ପିଲାଙ୍କୁ 18 ବର୍ଷ ହେବା ଯାଏ ପ୍ରତି ମାସରେ ଆର୍ଥିକ ସହାୟତା ଯୋଗାଇ ଦେବେ କେନ୍ଦ୍ର ସରକାର । ଏହା ସହିତ 18 ବର୍ଷ ଯାଏ ଆୟୁଷ୍ମାନ ଭାରତ ଯୋଜନାରେ ପିଲାଙ୍କୁ 5 ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ । କୋଭିଡ ରେ ପିତା ମାତା ହରାଇଥିବା ଏହି ପିଲାମାନେ 23 ବର୍ଷ ର ହୋଇଗଲେ ସେମାନଙ୍କ ପାଇଁ 10 ଲକ୍ଷ ଟଙ୍କା ଫଣ୍ଡ ର ବ୍ୟବସ୍ଥା ରହିବ । ଏସବୁ ଖର୍ଚ୍ଚ ପିଏମ କେୟାର ଫଣ୍ଡ ରୁ କରାଯିବ ।

ତେବେ ଏଥିରେ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଏହାକୁ ଅଧିକ ଅଧିକ ଏହାକୁ ଶେୟାର କରି ସମସ୍ତଙ୍କୁ ଜଣାନ୍ତୁ, ଏହା ସହିତ ଦେଶ ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *