Bollywood ର ସବୁଠୁ Mismatched Couple ଅଟନ୍ତି ଏହି ୮ ଟି ଯୋଡି, କେହି କାହା ସହିତ ମେଳ ଖାଆନ୍ତି ନାହିଁ, ନମ୍ବର ୫ ଙ୍କ ସ୍ଵାମୀଙ୍କୁ ତ ତାଙ୍କର ବାପା ବୋଲି ମଧ୍ୟ କୁହାଯାଏ

ବଲିଉଡ ଦୁନିଆରେ ସବୁ କିଛି ସମ୍ଭବ । ଏମିତିରେ କିଏ କିଛି ଅଭିନେତା ନିଜ ଠାରୁ ବହୁତ କମ ବଯସର ଝିଅଙ୍କୁ ବିବାହ କରିଥିବା ବେଳେ ଆଉ କିଛି ଅଭିନେତ୍ରୀ ନିଜ ଠାରୁ ବହୁତ କମ ବୟସର ପୁଅଙ୍କୁ ବିବାହ କରିଛନ୍ତି । ଏମିତିରେ ଏହି ସବୁ ବିଷୟ ବହୁତ ଚର୍ଚ୍ଚାରେ ରହିଥାଏ । ଆଜି ଆମେ ଆପଣଙ୍କୁ ବଲିଉଡ ର ସବୁଠୁ ମିସମ୍ଯାଚ ଯୋଡି ବିଷୟରେ କହିବୁ ଯେଉଁଥିରେ ପରସ୍ପରକୁ କେହି ମେଳ ଖାଆନ୍ତି ନାହିଁ ।

ବଲିଉଡ ରେ ବହୁତ ସାରା ସୁନ୍ଦର ଯୋଡି ରହିଥିବା ବେଳେ କିଛି ଏପରି ବି ଯୋଡି ଅଛନ୍ତି ଯାହା ପରସ୍ପର ସହ ବିଲକୁଲ ବି ମେଳ ଖାଆନ୍ତି ନାହିଁ । ଏହି ତାଲିକାରେ ପ୍ରଥମେ ନାମ ଆସେ ଅଭିଷେକ ବଚନ ଓ ଐଶ୍ଵର୍ଯ୍ୟ ରାୟ ବଚ୍ଚନ ଙ୍କର । ଏମାନେ ଦୁହେଁ ଏକ ସାଥିରେ ସୁନ୍ଦର ଦେଖାଗଲେ ମଧ୍ୟ ଲୋକମାନେ ଏମାନଙ୍କୁ ମେଳ ଖାଉ ନ ଥିବା ଯୋଡି ବୋଲି କୁହନ୍ତି ।

କାହିଁକି ନା ଐଶ୍ଵର୍ୟ୍ୟା ଙ୍କୁ ସୁନ୍ଦରୀ ମାନଙ୍କ ରାଣୀ କୁହା ଯାଉଥିବା ବେଳେ ଅଭିଷେକ ଏକ ଫ୍ଲପ୍ ଅଭିନେତା । ଏଥିପାଇଁ ଲୋକମାନେ ଏମାନଙ୍କୁ ମେଳ ଖାଉ ନ ଥିବା ଯୋଡି ବୋଲି କୁହନ୍ତି ।

ଏହି ତାଲିକାରେ ମଧ୍ୟ ନାମ ଅଛି ମଲାଇକା ଅରୋରା ଖାନ ଙ୍କର । ଯିଏ ଏବେ ଛାଡପତ୍ର ପରେ ମଲାଇକା ଅରୋରା ହେଇ ଯାଇଛନ୍ତି । ଆଉ ଅତି ଶୀଘ୍ର ସେ କପୁର ମଧ୍ୟ ହେବାକୁ ଯାଉଛନ୍ତି । କାରଣ ମଲାଇକା ଓ ଅର୍ଜୁନ ପରସ୍ପରକୁ ଡେଟ କରୁଥିବାର ଦେଖା ଯାଇଛି । ମଲାଇକା ଏବେ ବି ବହୁତ ଫିଟ୍ ଓ ସୁନ୍ଦର ଦେଖା ଯାଉଥିବା ବେଳେ ଅର୍ଜୁନ କପୁର ଫିଟନେସ୍ ରେ ବିଲକୁଲ ବି ଧ୍ୟାନ ଦେଉ ନାହାନ୍ତି । ଯାହା ଫଳରେ ଏମାନେ ପରସ୍ପର ସହ ମେଳ ଖାଉ ନାହାନ୍ତି ।

ଏହି ତାଲିକା ରେ ଥିବା ଏକ ମଜାଳିଆ ଯୋଡି ହେଲେ ଜ୍ୟାକଲିନ ଫର୍ଣ୍ଣାଡିସ ଓ ସାଜିଦ ଖାନ । ଏହି ଦୁଇ ଜଣଙ୍କର ମଧ୍ୟ ପ୍ରେମ ସମ୍ପର୍କ ଥିଲା କିନ୍ତୁ କେହି ବି ବିଶ୍ୱାସ କରୁ ନ ଥିଲେ । ଜ୍ୟାକଲିନ ବହୁତ ସୁନ୍ଦର ଓ ଫିଟ୍ ଥିବା ବେଳେ ସାଜିଦ୍ ଏକଦମ ମୋଟା ଯାହାକି ପରସ୍ପର ସହ ବିଲକୁଲ ବି ମେଳ ଖାଏ ନାହିଁ । କିନ୍ତୁ ଏମାନଙ୍କର ଏବେ ବ୍ରେକପ ହେଇଯାଇଛି୍ ବୋଧ ହୁଏ ଏମାନେ ବି ଜାଣିଗଲେ ଯେ ଦୁହେଁ ପରସ୍ପର ସହ ମେଳ ଖାଉ ନାହାନ୍ତି ବୋଲି ।

ବଲିଉଡରେ କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଏପରି କୁହାଯାଏ କି ଏମାନେ ଧନ ସମ୍ପତ୍ତି ଦେଖି କି ଏମିତି କାହା ସହ ବି ବିବାହ କରି ନେଇଛନ୍ତି । ଏହି ତାଲିକାରେ ରାଣୀ ମୁଖାର୍ଜୀ ଙ୍କର ମଧ୍ୟ ନାମ ଆସେ । ସେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରେ ଆକାଶ ପାତାଳ ର ଫରକ ଦେଖିବାକୁ ମିଳେ । ଆଦିତ୍ୟ ବୁଢା ଦେଖା ଯାଉଥିବା ବେଳେ ରାଣୀ ଏବେ ବି ବହୁତ ଫିଟ୍ ଓ ସୁନ୍ଦରୀ ଦିଶୁଛନ୍ତି । ସେଥିପାଇଁ ଏମାନଙ୍କୁ ମଧ୍ୟ ମେଳ ଖାଉ ନ ଥିବା ଯୋଡି ବୋଲି କୁହାଯାଏ ।

ଏହିପରି ଏକ ଯୋଡି ଥିଲେ ବୋନି କପୁର ଓ ଶ୍ରୀଦେବୀ । ବୋନି କପୁର ଙ୍କ ପ୍ରଥମ ବିବାହ ଭାଙ୍ଗି ଶ୍ରୀଦେବୀ ତାଙ୍କୁ ବିବାହ କରିଥିଲେ । କିନ୍ତୁ ସୋସିଆଲ ମିଡ଼ିଆ ରେ ବୋନି ଙ୍କୁ ଶ୍ରୀଦେବୀ ଙ୍କ ବାପା ବୋଲି କହି ଲୋକ ପରିହାସ କରନ୍ତି । କାରଣ ଶ୍ରୀଦେବୀ ଅତି ସୁନ୍ଦର ଓ ଯୁବତୀ ପରି ଦିଶୁଥିବା ବେଳେ ତାଙ୍କ ସ୍ୱାମୀ ବୋନି କପୁର ଏକଦମ ବୁଢା ପରି ଦିଶନ୍ତି । ଶ୍ରୀଦେବୀ ଆଜି ଏଇ ଦୁନିଆ ରେ ନାହାନ୍ତି କିନ୍ତୁ ଏଇ ଦୁଇ ଜଣଙ୍କୁ ସବୁବେଳେ ମେଳ ଖାଉ ନ ଥିବାର କୁହାଯାଏ ।

ଅଭିନେତା ଫରହାନ୍ ଅଖତର ଓ ଶିବାନୀ ଦାଣ୍ଡେକର୍ ଙ୍କ ନାମ ମଧ୍ୟ ଅଛି ଏହି ତାଲିକାରେ । ଫରହାନ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଶିବାନୀ ଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ । ଫରହାନ ଧୀରେ ଧୀରେ ବୁଢା ହୋଇ ଆସୁଛନ୍ତି କିନ୍ତୁ ଶିବାନୀ ଏବେ ବି ଯବାନ ଓ ସୁନ୍ଦର ଦିଶୁଛନ୍ତି । ସେଥିପାଇଁ ଏମାନେ ମଧ୍ୟ ସାମିଲ ହୋଇଛନ୍ତି ଏହି ତାଲିକାରେ ।

ଆଉ ଏକ ମଜାଳିଆ ଯୋଡି ହେଲେ ତୁଲିପ୍ ଯୋଶୀ ଓ ବିନୋଦ ନାୟର୍ । ବିନୋଦ ପତ୍ନୀ ତୁଲିପ୍ ଙ୍କ ଠୁ ଉଚ୍ଚତା ରେ ବି ଛୋଟ ଓ ଦେଖିବାକୁ ବି ତୁଲିପଙ୍କ ତୁଳନା ରେ ଏତେ ଖାସ୍ ନୁହନ୍ତି.

ଅଭିନେତ୍ରୀ ନର୍ଗିସ ଫାକ୍ରେ ଓ ଉଦୟ ଚୋପ୍ରା ମଧ୍ୟ ନିଜ ସମ୍ବନ୍ଧକୁ ସବୁବେଳେ ଲୁଚାଇ ରଖିବାକୁ ପ୍ରୟାସ କରିଥିଲେ । କିନ୍ତୁ ଏୟାରପୋର୍ଟ ଓ ଅନ୍ୟାନ୍ୟ ଜାଗା ମାନଙ୍କରେ ହାତ ଧରାଧରି ହୋଇ ଦେଖାଯାନ୍ତି । ଯାହା ଫଳରେ ଏମାନଙ୍କ ସମ୍ପର୍କ ମଧ୍ୟ ଲୁଚି ରହି ପାରି ନ ଥିଲା । କିନ୍ତୁ ଉଦୟ ନିଜ ଉପରେ ଧ୍ୟାନ ନ ଦେଇ ଏକଦମ ମୋଟା ଓ ବୁଢା ପାରି ଦିଶୁଛନ୍ତି ଓ ଏକଦମ ଗୋରୀ ସୁନ୍ଦରୀ ଓ ଯବାନ ଦିଶୁଥିବା ନର୍ଗିସ ବିଲକୁଲ ବି ଉଦୟଙ୍କ ସହ ମେଳ ଖାଉ ନାହାନ୍ତି । କିନ୍ତୁ ଏମାନଙ୍କ ସମ୍ପର୍କ ବେଶୀ ସମୟ ଯାଏ ଚାଲିଲାନି ଓ ଦୁହେଁ ପରସ୍ପର ଠୁ ଅଲଗା ହୋଇଗଲେ ।

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *