ବନ୍ଧୁଗଣ ଆପଣ ମାନେ ସମସ୍ତେ କିନ୍ନର ମାନଙ୍କ ବିଷୟରେ ନିଶ୍ଚୟ ଜାଣିଥିବେ । ମଣିଷଙ୍କ ପରି କିନ୍ନର ମାନେ ମଧ୍ୟ ଦୁଇ ପ୍ରକାରର ହୋଇଥାନ୍ତି । ବନ୍ଧୁଗଣ ପ୍ରଥମଟି ହେଉଛି କିନ୍ନର ଯାହାକୁ କିଙ୍ଗ ପୁରୁଷ କୁହାଯାଏ ଓ ଦୁତୀୟଟି ହେଉଛି କିନ୍ନରୀ ଯାହାକୁ କିଙ୍ଗ ପୁରୁଷି କୁହାଯାଏ । ବନ୍ଧୁଗଣ ଆପଣ ମାନେ ସମସ୍ତେ ରାସ୍ତା ଘାଟରେ ନିଶ୍ଚୟ ଏହି କିନ୍ନର ମାନଙ୍କୁ ଦେଖିଥିବେ । ହେଲେ ଆପଣ ମାନେ କଣ ଏମାନଙ୍କର ସୃଷ୍ଠୀ ବିଷୟରେ ଜାଣିଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଶାସ୍ତ୍ର ଅନୁସାରେ କିନ୍ନର ମାନଙ୍କର ସୃଷ୍ଟି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ବହୁତ ପୁରାତନ କାଳରେ ପ୍ରଜାପତି କଦମଙ୍କର ଇଲ ନାମକ ପୁତ୍ର ଥିଲେ ।
ସେ ଜଣେ ଧର୍ମାତ୍ମା ରାଜା ଥିଲେ ଗୋଟିଏ ଦିନ ରାଜା ତାଙ୍କର ସୈନିକ ମାନଙ୍କ ସହିତ ଶିକାର କରିବାକୁ ଯାଇଥିଲେ । ଜଙ୍ଗଲରେ କିଛି ପଶୁ ପକ୍ଷୀଙ୍କର ଶିକାର କରିବା ପରେ ମଧ୍ୟ ରାଜା ଇଲଙ୍କର ମନ ଭରିଲା ନାହିଁ । ଶିକାର କରିବା ଇଛାରେ ସେ ଏକ ପର୍ବତ ପାଖକୁ ଚାଲିଯାଇଥିଲେ ଯେଉଁଠି ଭଗବାନ ଶିବ ନିଜ ପତ୍ନୀ ପାର୍ବତୀଙ୍କ ସହ ବିଳାସ ବ୍ୟାସନରେ ରହିଥିଲେ ।
ସେତେବେଳେ ଭଗବାନ ଶିବ ନିଜ ପତ୍ନୀଙ୍କୁ ପ୍ରସନ୍ନ କରିବା ପାଇଁ ସ୍ତ୍ରୀ ରୂପ ନେଇଥିଲେ, ସେହି ସମୟରେ ଜଙ୍ଗଲରେ ଥିବା ସମସ୍ତ ଜୀବ ଓ ଗଛ ସ୍ତ୍ରୀଲିଙ୍ଗରେ ପରିଣତ ହୋଇଗଲେ । ଯାହା ଫଳରେ ସେହି ସମୟରେ ରାଜା ଇଲ ଓ ତାଙ୍କ ସୈନ ମାନେ ସ୍ତ୍ରୀ ରୂପ ଧାରଣ କରିସାରିଥିଲେ । ସେହି ସମୟରେ ସେ ବହୁତ ଦୁଃଖ ଅନୁଭବ କରିଥିଲେ ହେଲେ ଯେତେବେଳେ ସେ ଜାଣିଲେ ଏହା ସବୁ ଭଗବାନ ଶିବଙ୍କ ପାଇଁ ହୋଇଛି ସେ ଆହୁରି ଭୟଭୀତ ହୋଇଗଲେ ।
ଏହା ପରେ ସେ ଭଗବାନ ଶିବଙ୍କ ଶରଣରେ ପହଞ୍ଚିଥିଲେ, ହେଲେ ଶିବ ଇଲଙ୍କୁ ପୁରୁଷ ହେବାର ବର ବ୍ଯତୀତ ଅନ୍ୟ ସମସ୍ତ ବର ଦେବା ପାଇଁ ରାଜି ହୋଇଥିଲେ । ହେଲେ ଇଲ ଅନ୍ୟ କୌଣସି ବର ନ ନେଇ ମାତା ପାର୍ବତୀଙ୍କୁ ପ୍ରସନ୍ନ କରେଇଲେ । ଏହା ପରେ ମାତା ପାର୍ବତୀ କହିଥିଲେ, ତମେ ଯଦି ପୁରୁଷତ୍ଵର ବର ନେବାକୁ ଚାହୁଁଛ ତେବେ ମୋର ଅଧ ଭାଗ ହେଉଛି ଶିବ ତେଣୁ ମୁଁ କେବଳ ତୁମକୁ ଅଧ ଭାଗର ବର ଦେଇପାରିବି । ଅର୍ଥାତ ତୁମେ ତୁମର ଅଧା ଜୀବନ ପୁରୁଷ ଓ ଅନ୍ୟ ଅଧା ଜୀବନ ସ୍ତ୍ରୀ ହୋଇରହିବ ।
ବନ୍ଧୁଗଣ ଏହା ଶୁଣି ରାଜା କହିଥିଲେ, ସେ ଗୋଟେ ମାସ ପୁରୁଷ ଓ ଅନ୍ୟ ଏକ ମାସ ସ୍ତ୍ରୀ ହୋଇ ରହିବେ । ଏହା ଶୁଣି ମାତା ପାର୍ବତୀ ଆଶୀର୍ବାଦ ଦେଇଥିଲେ । ହେଲେ ରାଜାଙ୍କ ସୈନ୍ୟ ମାନେ ପୁନର୍ବାର ପୁରୁଷ ହୋଇପାରିଲେ ନାହିଁ । ଥରେ ରାଜା ନିଜ ସୈନ୍ୟ ମାନଙ୍କ ସହ ବିତରଣ କରୁଥିବା ସମୟରେ ଚନ୍ଦ୍ରମାଙ୍କ ପୁତ୍ର ମହାତ୍ମା ବୁଧଙ୍କ ପାଖରେ ପହଞ୍ଚି ଯାଇଥିଲେ । ସେହି ସମୟରେ ବୁଧ ସୈନ୍ୟ ମାନଙ୍କୁ କହିଲେ ଯେ, ତୁମେ ସବୁ କିଙ୍ଗ ପୁରୁଷି ଏହି ପର୍ବତରେ ନିଜ ନିବାସ ସ୍ଥାନ ବନେଇ ଦିଅ, ଆଗକୁ ଯାଇ ତୁମେ ସବୁ କିଙ୍ଗ ପୁରୁଷ ପତିଙ୍କୁ ପ୍ରାପ୍ତ କରିବ । ଏହାପରେ ବନ୍ଧୁଗଣ ସୈନ୍ୟ ମାନେ ସେହି ସ୍ଥାନରେ ନିବାସ କରି ରହିଥିଲେ । ବନ୍ଧୁଗଣ କିନ୍ନର ମାନଙ୍କ ସମସ୍ତ ତଥ୍ୟ ବାଲ୍ମୀକି ରାମାୟଣରେ ବିସ୍ତାର ରୂପେ କୁହାଯାଇଛି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ