ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।
ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।
ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରୋନା ନିମନ୍ତେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି । ତେବେ ବନ୍ଧୁଗଣ ଏହିପରି ଭୟଙ୍କର ସମୟ ରେ ଏକ ଖୁସି ଖବର ଶୁଣିବାକୁ ମିଳୁଛି । ତାହେଲେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଖୁସି ଖବର ବିଷୟରେ ।
ବନ୍ଧୁଗଣ ବର୍ତ୍ତମାନ ଏକ ଖୁସି ଖବର ଶୁଣିବାକୁ ମିଳୁଛି ଯେ ଦେଶ ରେ ବର୍ତ୍ତମାନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା କମିବାରେ ଲାଗିଛି । ଦେଶ ରେ ବର୍ତ୍ତମାନ ୨ଲକ୍ଷ ୭୦ହଜାର ୭୦ ଜଣ କରୋନା ସଂକ୍ରମିତ ଚିନ୍ହଟ ହୋଇଥିବା ବେଳେ ୩ହଜାର ୮ଶହ ୭୪ ଜଣଙ୍କ ର ମୃ-ତ୍ୟୁ ହୋଇଛି । ବର୍ତ୍ତମାନ ସମୟ ରେ ଅନେକ ଲୋକ ଙ୍କ ମନ ରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ କଣ କରୋନା ର ସଂକ୍ରମଣ ଏବେ କମିବାରେ ଲାଗିଛି ଓ ଏହାର ଦ୍ଵିତୀୟ ଲହରି ର କଣ ଅନ୍ତ ହେବାକୁ ଯାଉଛି କି?
ବନ୍ଧୁଗଣ ବୈଜ୍ଞାନିକ ମାନେ ଗାଣିତିକ ମଡେଲ ତିଆରି କରି ଅନୁମାନ କରୁଛନ୍ତି ଯେ ପ୍ରାୟ ଦୁଇ ମାସ ପରେ ଅର୍ଥାତ ଜୁଲାଇ ମାସ ବେଳକୁ ଦେଶ ରେ ଦ୍ଵିତୀୟ ଲହରୀ କମିଯାଇ ପାରେ ଓ ପ୍ରାୟ ୬ମାସ ପରେ ଦେଶ ରେ ତୃତୀୟ ଲହରୀ ଦେଖାଦେଇ ପାରେ । ବର୍ତ୍ତମାନ ଏକ ଖୁସି ଖବର ମିଳୁଛି ଯେ ଦୁଇ ମାସ ପରେ କରୋନା ର ଦ୍ଵିତୀୟ ଲହର ଶେଷ ହୋଇଯାଇ ପାରେ କିନ୍ତୁ ସେହି ସମୟ ରେ ଆଉ ଏକ ଭୟଙ୍କର ସୂଚନା ମିଳିଛି ଯେ ୬ ରୁ ୮ ମାସ ମଧ୍ୟରେ କରୋନା ର ତୃତୀୟ ଲହର ଦେଶ ରେ ଦେଖା ଦେଇ ପାରେ ।
କରୋନା ଭୁତାଣୁ କୁ ନେଇ ପୁଣି ଏହି ପରି ଏକ ଚିନ୍ତାଜନକ ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ ତିନି ଜଣିଆ ବୈଜ୍ଞାନିକ ଦଳ । କେନ୍ଦ୍ର ପ୍ରଯୁକ୍ତି ଓ ବିଜ୍ଞାନ ବିଭାଗ ର ବୈଜ୍ଞାନିକ ଦଳ ଏହି ସାଇଣ୍ଟିଫିକ ସୂତ୍ର ମଡେଲ କୁ ବ୍ୟବହାର କରି ଏହାର ପୂର୍ବାନୁମାନ କରିଛନ୍ତି । ସେମାନଙ୍କ କହିବା ମୁତାବିକ ମେ ମାସ ଶେଷ ସୁଦ୍ଧା ଦୈନିକ ସଂକ୍ରମଣ ସଂଖ୍ୟା ଦେଢ଼ ଲକ୍ଷ କୁ ଛୁଇଁବ ଓ ଜୁଲାଇ ମାସ ବେଳକୁ ଏହା ୨୦ ହଜାର ରେ ପହଞ୍ଚିବ ।
ଦିଲ୍ଲୀ ମେଡିକାଲ କାଉନସିଲ ର ଅଧ୍ୟକ୍ଷ ଡାକ୍ତର ଅରୁଣ ଗୁପ୍ତ ଏହି ବିଷୟ ରେ ନିଜ ମତ ଦେଇ କହିଛନ୍ତି କରୋନା ର ଦ୍ଵିତୀୟ ଲହରୀ ଜୁଲାଇ ମାସ ସୁଦ୍ଧା ଶେଷ ଅନ୍ତ ହୋଇଯିବ କିନ୍ତୁ ତୃତୀୟ ଲହର ଟି ଆସିବ କି ନାହିଁ ସେ ବିଷୟ ରେ ସଠିକ ଭାବରେ କହି ହେଉ ନାହିଁ । ଦ୍ଵିତୀୟ ଲହରୀ ର ଅନୁମାନ ଠିକ ସମୟ ରେ ନ ଲଗାଇ ପାରିବାରୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ ।
କିନ୍ତୁ ତୃତୀୟ ଲହରୀ ପାଇଁ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛନ୍ତି । ତେଣୁ ଲୋକ ମାନଂକୁ କୌଣସି ପ୍ରକାର ର ଚିନ୍ତା ନ କରିବା ପାଇଁ ଓ ଭୟଭୀତ ନ ହେବା ସହିତ କେବଳ ସରକାରଙ୍କ ଦ୍ଵାରା ପ୍ରଚଳିତ ଗାଇଡ଼ ଲାଇନ କୁ ମାନିବାକୁ ସେ ପରାମର୍ଶ ଦେଇଛନ୍ତି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ କିପରି ଲାଗିଲା କମେନ୍ଟ କରନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ