ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହର ବହୁତ ଦ୍ରୁତ ଗତିରେ ଦେଶରେ ସଂକ୍ରମିତ ହେଉଛି । ଏହି ଭାଇରସରେ ସଂକ୍ରମିତ ହୋଇ ହଜାର ହଜାର ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ।
ଅନ୍ୟ ପକ୍ଷରେ ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନ ସିଲିଣ୍ଡରର ଅଭାବ ଏକ ବଡ ଚିନ୍ତାର ବିଷୟ ପାଲଟିଛି । ଗତବର୍ଷ ଅପେକ୍ଷା ଏହି ଭାଇରସଟି ଅଧିକ ଶକ୍ତିଶାଳୀ ହୋଇ ଏହି ବର୍ଷ ସଂକ୍ରମିତ ହେଉଛି । କେନ୍ଦ୍ର ସରକାର ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଅନେକ ଗାଇଡଲାଇନ ଘୋଷଣା କରିଛନ୍ତି । ଏହା ସହିତ କେତେକ ରାଜ୍ୟର ରାଜ୍ୟ ସରକାର ମାନେ ରାଜ୍ୟରେ ଲକଡାଉନ କରିଛନ୍ତି ।

ସାଧାରଣତଃ ଏହି ଭାଇରସଟି ମଣିଷ ଫୁସଫୁସ ଉପରେ ଆକ୍ରମଣ କରୁଛି । ଯାହାଦ୍ୱାରା ମଣିଷକୁ ନିଶ୍ଵାସ ନେବାରେ ଅସୁବିଧା ହେଉଛି ଓ ଶରୀରରେ ଆକ୍ସିଜେନ ସ୍ତର ବହୁତ ମାତ୍ରାରେ କମ ଯାଉଛି । ତେଣୁ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବିଶେଷ କଥା ବିଷୟରେ କହିବାକୁ ଯାଉଛୁ ଯାହାକୁ ଧ୍ୟାନରେ ରଖିବା ଦ୍ଵାରା ଆପଣ ଏହି ଭାଇରସ ଦ୍ଵାରା ନିଜର ପ୍ରାଣ ହରେଇବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଜଣେ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହେବା ପରେ ୫ ରୁ ୬ ଦିନ ମଧ୍ୟରେ ସେହି ବ୍ୟକ୍ତିର ଫୁସଫୁସ ଜନିତ ସମସ୍ୟା ଦେଖାଦେବ । ଏହି ସମୟରେ ଆପଣଙ୍କ ଫୁସଫୁସ କେତେ ସୁସ୍ଥ ବା ମଝବୁତ ଅଛି ତାହା ବିଷୟରେ ଆପଣ ମାନଙ୍କୁ ଜାଣିବା ନିହାତି ଆବଶ୍ୟକ । ସାଧାରଣତଃ ଫୁସଫୁସର ଅବସ୍ଥା ବିଷୟରେ ଜାଣିବା ପାଇଁ ଆପଣ ମାନେ ଏକ୍ସରେ କରିପାରିବେ ।
ହେଲେ ଆଜି ଆମେ ଆପଣ ମାନଙ୍କୁ କହିବୁ କିପରି ଆପଣ ଘରେ ବସି ବହୁତ ସହଜ ଉପାୟରେ ନିଜ ଫୁସଫୁସ ପରୀକ୍ଷା କରିପାରିବେ । ଆପଣ ମାନେ ଘରେ ବସି ନିଜ ଫୁସଫୁସ ଠିକ ଅଛି ନା ନାହିଁ ତାହା ବିଷୟରେ ଜାଣିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଦେଶର ଅନ୍ୟତମ ପ୍ରମୁଖ ଡାକ୍ତରଖାନା ମଧ୍ୟରୁ ଜିଡସ୍ ହସ୍ପିଟାଲ୍ ନିକଟରେ ଏକ ପରୀକ୍ଷଣ ଭିଡିଓ ସେୟାର କରିଛି । ଡାକ୍ତରଖାନାରେ ଫୁସଫୁସ ପରୀକ୍ଷା କରିବାର ସହଜ ଉପାୟ ଏକ ଆନିମେଟେଡ୍ ଭିଡିଓ ଦର୍ଶାଇଛି । ଭିଡିଓ ସେୟାର କରି ଜିଡସ୍ ହସ୍ପିଟାଲ୍ ଲେଖିଛି, ଏହା ଆପଣଙ୍କ ଫୁସଫୁସ କ୍ଷମତା ପରୀକ୍ଷା କରିବାର ଏକ ଦ୍ରୁତ ଏବଂ ସହଜ ଉପାୟ ।

ଜିଡସ୍ ହସ୍ପିଟାଲ୍ ଦ୍ୱାରା ହୋଇଥିବା ଭିଡିଓ ଗୁଡିକ 0 ରୁ 10 ପର୍ଯ୍ୟନ୍ତ ସଂଖ୍ୟା ଦେଇଛି ଯେଉଁଥିରେ 2 ନମ୍ବରକୁ ସାଧାରଣ ଫୁସଫୁସ କୁହାଯାଏ । ସଂଖ୍ୟା 5 କୁ ଶକ୍ତିଶାଳୀ ଫୁସଫୁସ କୁହାଯାଏ । ସେହି ସମୟରେ 10 ନମ୍ବରକୁ ସୁପର ଫୁସଫୁସ କୁହାଯାଏ । ଆପଣ ମାନଙ୍କୁ କେବଳ ଭିଡିଓ ଚଲାଇ ନିଜ ନିଶ୍ଵାସକୁ ରୋକିବାକୁ ପଡିବ ଏବଂ ଏବଂ ଲାଲ୍ ବଲ୍ ସ୍ପିନ୍ ଦେଖିବାକୁ ହେବ । କେତେଥର ଘୂର୍ଣ୍ଣନ କରେ ତାହା ଅନୁଯାୟୀ ଆପଣଙ୍କୁ ନମ୍ବର ଦିଆଯିବ ।

“ତାହା ହେଉଛି, ଯେତେବେଳେ ତୁମେ ତୁମର ନିଶ୍ୱାସକୁ ଧରି ରଖ, ଭିଡିଓ ଚଲାନ୍ତୁ ଏବଂ ଯେତେବେଳେ ତୁମେ ନିଶ୍ୱାସ ପୁଣି ନେବ, ସେତେବେଳେ ତୁମକୁ କେତେ ପଏଣ୍ଟ ଦିଆଯାଇଛି ତାହା ପାଇବ । ” ଆପଣ ଯେତେ ଅଧିକ ସମୟ ପର୍ଯ୍ୟନ୍ତ ଆପଣଙ୍କର ନିଶ୍ୱାସ କୁ ଧରି ରଖିବାରେ ସକ୍ଷମ ହେବେ, ଆପଣଙ୍କ ଫୁସଫୁସ ଅଧିକ ଶକ୍ତିଶାଳୀ ହେବ । ତେଣୁ ବନ୍ଧୁଗଣ ଏହି ସହଜ ଉପାୟ ଦ୍ଵାରା ନିଜ ଫୁସଫୁସ ସୁସ୍ଥ ଅଛି ନା ନାହିଁ ତାହା ବିଷୟରେ ଜାଣନ୍ତୁ । ଯଦି ଆପଣଙ୍କର ଫୁସଫୁସ ଜନିତ କୌଣସି ସମସ୍ୟା ଦେଖାଯାଉଛି ତା ହେଲେ ଆପଣ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଧନ୍ୟବାଦ ।

