20 Interesting Gk Questions: ଭାରତର କେଉଁ ରାଜ୍ୟରେ କେବଳ 2 ଟି ଜିଲ୍ଲା ଅଛି ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଜ୍ଞାନର ବହୁତ ମହତ୍ଵ ରହିଛି ସେଥିପାଇଁ ଆମେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏହି ଦୁନିଆରେ ଥିବା ଅଧିକାଂଶ ଲୋକ ସରକାରୀ ଚାକିରି ପାଇବା ପାଇଁ ଚେଷ୍ଟା କରିଥାନ୍ତି । ସରକାରୀ ଚାକିରି ପାଇବା ପାଇଁ ସାଧାରଣ ଜ୍ଞାନ ଜାଣିବାର ଆବଶ୍ୟକତା ରହିଥାଏ ।

ବନ୍ଧୁଗଣ ସରକାରୀ ଚାକିରି ପରୀକ୍ଷାରେ ସାଧାରଣ ଜ୍ଞାନର ପ୍ରଶ୍ନ ଆସିଥାଏ ଯଦି ଆପଣ ସାଧାରଣ ଜ୍ଞାନ ପଢିଥିବେ ତା ହେଲେ ଆପଣ ଅତି ସହଜରେ ପରୀକ୍ଷାରେ ଉତିନ୍ନ ହୋଇପାରିବେ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ଯାହା ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵ ପୂର୍ଣ୍ଣ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଭାରତର ପ୍ରଥମ ମହିଳା ରାଜ୍ୟପାଳଙ୍କ ନାମ କଣ ?

ଉତ୍ତର- ସରୋଜିନୀ ନାଇଡୁ

୨. ଏସିଆନ ଗେମ୍ସରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ପ୍ରଥମ ଭାରତୀୟ ମହିଳା କିଏ ?

ଉତ୍ତର- କମଲଜିତ ସନ୍ଧୁ

୩. ବିଶ୍ଵର ସର୍ବ ବୃହତ ମହାକାବ୍ୟର ନାମ କଣ ?

ଉତ୍ତର- ମହାଭାରତ

୪. ବିଶ୍ଵର ସବୁଠାରୁ ଲମ୍ବା ନଦୀର ନାମ କଣ ?

ଉତ୍ତର- ନୀଳ

୫. କାହାକୁ ”ଦ୍ଵିତୀୟ” ବୁଦ୍ଧ କୁହାଯାଏ ?

ଉତ୍ତର- ପଦ୍ମସଂଭବ

୬. ହିରୋସିମା ଏବଂ ନାଗାସାକୀ ସହର ଜାପାନର କେଉଁ ଦ୍ଵିପ ଦ୍ୱୟରେ ଅବସ୍ଥିତ ?

ଉତ୍ତର- ହୋଂସୁ ଏବଂ କ୍ୟୁସୁ


୭. ଏସ. ବିଜୟଲକ୍ଷ୍ମୀ କେଉଁ ଖେଳ ସହିତ ସମ୍ବନ୍ଧିତ ?

ଉତ୍ତର- ଚେସ୍

୮. ସଚିନ ତେନ୍ଦୁଲକର ତାଙ୍କର ୧୦୦ ତମ ଶତକ କେଉଁ ଦେଶ ବିପକ୍ଷରେ କରିଥିଲେ ?

ଉତ୍ତର- ବାଂଲାଦେଶ

୯. ”ମେଘଦୂତ’ କାହାର ରଚନା ଅଟେ ?

ଉତ୍ତର- କାଳିଦାସ

୧୦. ”ରଙ୍ଗଭୂମି” କାହାର ରଚନା ଅଟେ ?

ଉତ୍ତର- ମୁନାଶୀ ପ୍ରେମଚାନ୍ଦ

୧୧. ଲକ୍ଷ୍ମଣଙ୍କ ପ୍ରାଣ ବଞ୍ଚାଇବା ପାଇଁ କେଉଁ ବୈଦ୍ୟ ପ୍ରଭୁ ଶ୍ରୀ ରାମ ଚନ୍ଦ୍ରଙ୍କୁ ସଞ୍ଜିବନୀ ବୁଟିର ରହସ୍ୟ ବତେଇ ଥିଲେ ?

ଉତ୍ତର- ସୁଷେଣ

୧୨. ଦାଦ୍ରା, ନଗର ହାବେଳୀ, ଡାମନ ଏବଂ ଡିଉ କେଉଁ ୟୂରୋପିଆନ ଶକ୍ତିର ଅଧୀନରେ ଥିଲେ ?

ଉତ୍ତର- ପର୍ତ୍ତୁଗାଲ

୧୩. କୁରୁକ୍ଷେତ୍ର ଯୁଦ୍ଧରେ ଭଗବାନ ଶ୍ରୀ କୃଷ୍ଣ ସୂର୍ଯ୍ୟଙ୍କୁ ବାଦଲ ପଛପଟେ ଲୁଚାଇ କୌରବ ମାନଙ୍କୁ ଧୋକା ଦେଇଥିଲେ । ଏହା ଦ୍ଵାରା ଅର୍ଜୁନ କାହାକୁ ବଦ୍ଧ କରିବାରେ ସକ୍ଷମ ହୋଇଥିଲେ ?

ଉତ୍ତର- ଜୟଦ୍ରଥ


୧୪. କେଉଁ ଭାରତୀୟ ହକୀ ଖେଳାଳି ଅଲମ୍ପିକର କୌଣସି ଏକ ଫାଇନାଲ ମ୍ୟାଚରେ ସର୍ବାଧିକ ଗୋଲ ସ୍କୋର କରିବାର ରେକର୍ଡ ରଖିଛନ୍ତି ?

ଉତ୍ତର- ବଲବୀର ସିଂହ

୧୫. ଭାରତର କେଉଁ ରାଜ୍ୟରେ କେବଳ ଦୁଇଟି ଜିଲ୍ଲା ଅଛି ?

ଉତ୍ତର- ଗୋଆ

Leave a Reply

Your email address will not be published. Required fields are marked *