ବନ୍ଧୁଗଣ ହିନ୍ଦୀ ରିଆଲିଟି ସୋ ‘କୋନ ବନେଗା କରୋଡ ପତି’ର ନୂଆ ସିଜିନ ୨୩ ଅଗଷ୍ଟରେ ଆରମ୍ଭ ହେବାକୁ ଯାଉଛି । ସୋନି ଟିଭିରେ ପ୍ରସାରିତ ହେଉଥିବା ଏହି ସୋ ଅମିତାବ ବଚ୍ଚନଙ୍କ ଦ୍ଵାରା ହୋଷ୍ଟ କରାଯାଇଥାଏ । ଏହି ସୋରେ ପ୍ରଶ୍ନର ସଠିକ ଉତ୍ତର ଦେଇ କୋଟି କୋଟି ଟଙ୍କା ଜିତି ଥାନ୍ତି ପ୍ରତିଯୋଗୀ । ଏହି ସୋକୁ ବହୁତ ଲୋକ ଜିତିଛନ୍ତି ହେଲେ ଆଜି ଆମେ ଆପଣ ମାନଙ୍କୁ ସୁଶୀଲ କୁମାରଙ୍କ ବିଷୟରେ କହିବାକୁ ଯାଉଛୁ । ସୁଶୀଲ ଏହି ସୋରେ ୫ କୋଟି ଟଙ୍କା ଜିତିଥିଲେ ।
ସୁଶୀଲ କୁମାର ବିହାରର ବାସିନ୍ଧା ଅଟନ୍ତି ସେ ଅଧିକ ପାଠ ପଢି ନାହାନ୍ତି । ହେଲେ ସେ ପ୍ରତ୍ୟକ ପ୍ରଶ୍ନର ସଠିକ ଉତ୍ତର ଦେଇ ଏହି ସୋରୁ ୫ କୋଟି ଟଙ୍କା ଜିତିଥିଲେ । ଏହି ସୋରେ ସୁଶୀଲଙ୍କୁ ତାଙ୍କ ଭାଗ୍ୟର ସହାୟତା ମିଳିଥିଲା । ଏତେ ବଡ ରାଶି ଜିତିବା ପରେ ମଧ୍ୟ ସେ ଆଜି ବି ଦରିଦ୍ରତାରେ ଜୀବନ ଅତିବାହିତ କରୁଛନ୍ତି ।
ସୁଶୀଲଙ୍କ ମତରେ ତାଙ୍କ ଜୀବନର ସବୁଠାରୁ ଖରାପ ଦିନ ସେହି ସୋକୁ ଜିତିବା ପରେ ଆରମ୍ଭ ହୋଇଥିଲା । ଗତ କିଛି ବର୍ଷ ତଳେ ସୁଶୀଲ ସୋ-ସି-ଆ-ଲ ମି-ଡି-ଆ ଜରିଆରେ ନିଜ ଖରାପ ଦିନ ବିଷୟରେ କହିଥିଲେ । ସୁଶୀଲ ସୋ-ସି-ଆ-ଲ ମି-ଡି-ଆରେ ଏକ ପୋ-ଷ୍ଟ କରିଥିଲେ । ସେହି ପୋ-ଷ୍ଟରେ ସେ ଲେଖିଥିଲେ-‘୨୦୧୫ ଓ ୧୬ ବର୍ଷ ମୋ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ଥିଲା । ସେହି ସମୟରେ ମୁ କିଛି ବୁଝି ପାରୁ ନଥିଲି । ମୋତେ ମାସକୁ ୧୦ ରୁ ୧୫ ଦିନ ବିବାହରେ କେତେକ କାର୍ଯ୍ୟ କ୍ରମରେ ସାମିଲ ହେବାକୁ ପଡୁଥିଲା’ ।
ଏହା ପରେ ଆଗକୁ ସୁଶୀଲ ଲେଖିଛନ୍ତି-‘ଧୀରେ ଧୀରେ ମୋର ପାଠ ପଢା ପ୍ରତି ମନ ଛାଡିବାରେ ଲାଗିଲା । ମୁ ବିନା କିଛି ଅଭିଜ୍ଞତାରେ ନୂଆ ନୂଆ ବିଜନେସ ଆରମ୍ଭ କରିଥିଲି । ହେଲେ ସବୁ ବିଜନେସ କିଛି ଦିନ ମଧ୍ୟରେ ବୁଡି ଯାଉଥିଲା । ଏହା ପରେ ମୁ ଦିଲ୍ଲୀ ଆସି ଏକ ସାଙ୍ଗ ପାଖରେ ଗାଡି ଚଲେଇଲି । ଏହି କାମରେ ମୋତେ ମାସକୁ କିଛି ଦିନ ଦିଲ୍ଲୀ ଆସିବାକୁ ପଡୁଥିଲା’ ।
ଏହା ପରେ ଆଗକୁ ସୁଶୀଲ ଲେଖିଛନ୍ତି-‘ସେହି ସମୟରେ ମୁ ଯେଏନୟୁର କିଛି ସ୍ଟୁଡେନ୍ଟସଙ୍କ ସହ ସାକ୍ଷାତ କରିଥିଲି । ଏହା ପରେ ମୁ ଦୁନିଆ ବିଷୟରେ ବହୁତ କିଛି ଜାଣିବାକୁ ପାଇଲି । କେବିସି ଜିତିବା ପରେ ମୁ ସବୁ ମାସରେ ୫୦ ହଜାର ଟଙ୍କା ଦାନ କରିଲି । କେବିସି ଜିତିବା ପରେ ତାଙ୍କ ପତ୍ନୀଙ୍କ ସହ ସମ୍ପର୍କ ମଧ୍ୟ ଖରାପ ହେବାକୁ ଲାଗିଲା’ ।
ଧୀରେ ଧୀରେ ସେ ନିଜର ସମସ୍ତ ଟଙ୍କାକୁ ଖର୍ଚ କରିବାକୁ ଲାଗିଲେ ଓ ଶେଷରେ ତାଙ୍କ ପାଖରେ ସମସ୍ତ ଟଙ୍କା ଶେଷ ହୋଇ ଯାଇଥିଲା । ବନ୍ଧୁଗଣ ସେହି ସମୟରେ ସେ ବହୁତ ଖରାପ ଦିନ ଦେଖିବାକୁ ପାଇଥିଲେ । ବର୍ତ୍ତମାନ ସେ ଏକ ଶିକ୍ଷକର ଚାକିରି କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।