Bollywood ହିରୋଇନ Katrina Kaif ଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଅଟନ୍ତି ତାଙ୍କ ଭଉଣୀ, ପ୍ରଥମ ନଜରରେ ହିଁ ହେଇଯିବେ ଦିବାନା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କୁ ନିଶୟ ଦେଖିଥିବେ । ବଲିଉଡରେ କାଟ୍ରିନା ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । କାଟ୍ରିନାଙ୍କର ଅଧିକାଂଶ ଫିଲ୍ମ ସୁପର ହିଟ ମଧ୍ୟ ହୋଇଛି । ଏହି ଅଭିନେତ୍ରୀ ଜଣକ ହିନ୍ଦୀ ଫିଲ୍ମ ଛଡା ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଲୋକମାନେ କାଟ୍ରିନାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଆଜି ଆମେ ଆପଣ ମାନଙ୍କୁ କାଟ୍ରିନା ଓ ତାଙ୍କ ଭଉଣୀଙ୍କର କିଛି ଖାସ କଥା ବିଷୟରେ କହିବୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଟ୍ରିନାଙ୍କ ଜନ୍ମ ୧୬ ଜୁଲାଇ ୧୯୮୩ ମସିହାରେ ହଙ୍କଙ୍ଗରେ ହୋଇଥିଲା । କାଟ୍ରିନାଙ୍କ ପିତାଙ୍କର ନାମ ହେଉଛି ମହମ୍ମଦ କେଆଫ ଓ ତାଙ୍କ ମାଙ୍କର ନାମ ହେଲା ଶୁଜେନ । ତାଙ୍କ ପାରିବାରିକ ସମସ୍ଯା ବହୁତ ବଢିଯାଇଥିଲା, ସେଥିପାଇଁ ତାଙ୍କୁ ସବୁବେଳେ ଗୋଟେ ସହରରୁ ଅନ୍ୟ ସହରକୁ ସ୍ଥାନାନ୍ତରିତ ହେବାକୁ ପଡିଥିଲା ।

ଏହି କାରଣ ପାଇଁ କାଟ୍ରିନାଙ୍କ ଅଧା ପାଠ ପଢା ଟ୍ୟୁସନ ଓ ଟିଚର ମାନଙ୍କ ଘରେ ହୋଇଥିଲା । କାଟ୍ରିନାଙ୍କ କାରିୟରର ଆରମ୍ଭ ମାତ୍ର ୧୪ ବର୍ଷ ବୟସରେ ମଡେଲିଙ୍ଗରୁ ହୋଇଥିଲା । ମୋଡେଲିଙ୍ଗ କାରଣରୁ ତାଙ୍କୁ ୨୦୦୩ରେ ଆସିଥିବା ଫିଲ୍ମ ‘ବୁମ’ରେ ଅଭିନୟ କରିବାର ମଉକା ମିଳିଥିଲା । ହେଲେ ସେହି ଫିଲ୍ମରେ ଅଧିକ ବୋଲ୍ଟ ସିନ୍ସ ରହିଥିବାରୁ ତାହା ବ୍ୟାନ ହୋଇଥିଲା ।

ଏହାପରେ କାଟ୍ରିନା ତେଲୁଗୁ ଫିଲ୍ମରେ କାମ କରିଥିଲେ । ଏହାପରେ ସେ ଫିଲ୍ମ ‘ସରକାର’ରେ ମଧ୍ୟ ନଜର ଆସିଥିଲେ । କିନ୍ତୁ ଫିଲ୍ମ ‘ମେନେ ପ୍ୟାର କ୍ୟୁ କିଆ’ରେ ତାଙ୍କୁ ଏହି ବଲିଉଡରେ ଏକ ନୂଆ ପରିଚୟ ମିଳିଥିଲା । ସେହି ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଏହି ଫିଲ୍ମ ପରେ କାଟ୍ରିନା ବଲିଉଡର ସମସ୍ତ ଅଭିନେତା ମାନଙ୍କ ସହ ଫିଲ୍ମ କରିଥିଲେ ।

ଧୀରେ ଧୀରେ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଲା । କାଟ୍ରିନାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ପସନ୍ଦ କରୁଥିଲେ । ଯଦି ଆମେ ଲୁକ ଓ ଷ୍ଟାଇଲର କଥା କହିବା ତାହାଲେ କାଟ୍ରିନାଙ୍କ ଭଉଣୀ ଇଶା ବେଲ କେଆଫ କାଟ୍ରିନାଙ୍କ ପରି ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି ।

ଇଶା ବେଲ କେଆଫ ୧୪ ବର୍ଷ ବୟସରେ ମଡେଲିଙ୍ଗ କରିଥିଲେ ଓ ଏହାପରେ ସେ ଫିଲ୍ମ ଇନଷ୍ଟିଟ୍ଯୁଟ ଅଫ ନିଉୱର୍କରେ ଅଭିନୟ ଶିଖିଥିଲେ । ଇଶା ବେଲ ନିଜ କାରିୟରର ଆରମ୍ଭ ଇଂରାଜୀ ଫିଲ୍ମରୁ କରିଥିଲେ । ଇଶା ବେଲଙ୍କ ଫେମସ ଫିଲ୍ମ ‘କମିଙ୍ଗ ହୋମ’କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ହଲିଉଡରେ ଇଶା ବହୁତ ଫିଲ୍ମରେ କାମ କରିଛନ୍ତି । ସେ ମଧ୍ୟ କାଟ୍ରିନାଙ୍କ ପରି ହଲିଉଡରେ ଏକ ନୂଆ ପରିଚୟ ନିଜର କରିଛନ୍ତି ।

ତେବେ ବନ୍ଧୁଗଣ ଆପଣଙ୍କୁ କଟ୍ରିନାଙ୍କ ଆକଟିଂ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ବଲିଉଡ ର ଏମିତି କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *