ଏବେ ସମୟ ନିରୋଳାରେ କଥା ହୁଅନ୍ତୁ Sumit ଓ Tapaswini ! ନହେଲେ…ଦେଖନ୍ତୁ କଣ କହିଲେ ସମାଜସେବୀ Sarita Panda, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ତପସ୍ୱିନୀ ଓ ସୁମିତ ଙ୍କ ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି । କୋର୍ଟ ର ଶୁଣାଣି ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଉଭୟ ଙ୍କ ସମ୍ପର୍କ ରେ ସୁଧାର ଆସି ନାହିଁ । ତପସ୍ୱିନୀ ଙ୍କୁ ସୁମିତ ଗ୍ରହଣ କରିବାକୁ ଚାହୁଁ ନାହାନ୍ତି ଏବଂ ତପସ୍ୱିନୀ ନିଜର ଅଧିକାର ପାଇଁ ଲଢେ଼ଇ ଜାରି ରଖିଛନ୍ତି । ତେବେ ତପସ୍ୱିନୀ ଓ ସୁମିତ ଙ୍କ ମିଳନ ର ବାଟ ବାହାର କରିଲେ ସମାଜସେବୀ ।

ସୁମିତ ଓ ତପସ୍ୱିନୀ ଙ୍କ ବିବାଦ କୁ ନେଇ କଣ କହୁଛନ୍ତି ସମାଜସେବୀ ସରିତା ପଣ୍ଡା ଆସନ୍ତୁ ସେହି ସମ୍ବନ୍ଧରେ ଜାଣିବା । ତେବେ ସମାଜସେବୀ ସରିତା ପଣ୍ଡା ଙ୍କ କହିବାନୁଯାୟୀ, ତପସ୍ୱିନୀ ଓ ସୁମିତ ଦୁହେଁ ଦୁହିଁଙ୍କୁ ଭଲ ପାଇଥିଲେ ଏବଂ ଉଭୟ ପରସ୍ପର ଙ୍କ ବିଷୟ ରେ ଭଲ ଭାବରେ ଜାଣିଥିବେ ମଧ୍ୟ । ସେମାନେ ଦୁହେଁ ପରସ୍ପର ସହିତ ମିଳାମିଶା କରି ହିଁ ଗୋଟିଏ ସମାଧାନ ର ବାଟ କାଢ଼ି ପାରିବେ ।

କୋର୍ଟ କୁ ଗଲେ କୌଣସି କଥା ର ଶୀଘ୍ର ସମାଧାନ ହୋଇ ନଥାଏ ଏବଂ ଏଥିପାଇଁ ବହୁତ ସମୟ ମଧ୍ୟ ଲାଗିଥାଏ । ଯଦି ଦିନ ଗଡ଼ି ଚାଲିବ ତେବେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିବ । ତେଣୁ ଏହି ସ୍ଥାନରେ ଆବଶ୍ୟକତା ରହିଛି ଉଭୟ ମିଳାମିଶା କରି ଏହି ସମସ୍ୟା ର ସମାଧାନ କରିବେ । ତେବେ ତପସ୍ୱିନୀ ଓ ସୁମିତ ଙ୍କ ମଧ୍ୟ ରେ ଥିବା ବିବାଦ ର ସମାଧାନ ହୋଇ ପାରିବ ପରସ୍ପର ର ବୁଝାମଣା ଯୋଗୁଁ ।

ଯଦି ତପସ୍ୱିନୀ ଓ ସୁମିତ ଙ୍କ ମିଳନ ର ପାଞ୍ଚ ପ୍ରତିଶତ ସତ ଥାଆନ୍ତା ତହେଲେ ଆବଶ୍ୟକ ପଡ଼ି ନଥାନ୍ତା କଳା କୋଟ୍ ପିନ୍ଧା ଓକିଲ ମାନଙ୍କର । କାହିଁକି ନା ପ୍ରଥମ ରୁ ହିଁ ଉଭୟ ଙ୍କ ମଧ୍ୟ ରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଉଭୟ ଯଦି ଶୃଙ୍ଖଳା ଚାହୁଁଛନ୍ତି ତେବେ ପରସ୍ପର ସହିତ କଥା ହେବା ଆବଶ୍ୟକ ଏବଂ କଥା ହେଲେ ହିଁ ବାହାରିବ ସମାଧାନ ର ବାଟ । ଆଉ ବାଟ ବାହାରିଲେ ମିଶିଵ ମନ ଏବଂ ମନ ମିଶିଲେ ମିଶିବେ ପରିବାର ।

ସବୁକିଛି ଭୁଲି ଯାଇ ଉଭୟ ସାମ୍ନାସାମ୍ନି ହୋଇ କରିବେ କି ଆଲୋଚନା? ଅବୁଝା ସୁମିତ ଙ୍କୁ ବୁଝାଇବେ କି ତପସ୍ୱିନୀ? ଯେଉଁ ପ୍ରେମ ରୁ ସମ୍ପର୍କ ଆରମ୍ଭ କରିଥିଲେ ସେହି ପ୍ରେମ ରେ ରହିବେ କି ତପସ୍ୱିନୀ ଓ ସୁମିତ? କିଏ ସାହସ କରିବ ଉଭୟ ଙ୍କ ପ୍ରେମ ସମ୍ପର୍କ ର ସେତୁ ହେବା ପାଇଁ? ତେବେ ଏହିପରି ଅନେକ ପ୍ରଶ୍ନ ବର୍ତ୍ତମାନ ସାମ୍ନା କୁ ଆସୁଛି । ବର୍ତ୍ତମାନ ଉଭୟ କିପରି ନିଜ ସମସ୍ୟା ର ସମାଧାନ କରିବେ ତାହା ଦେଖିବା ବାକି ରହିଲା । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *