ସାରା ଦେଶରେ କରୋନା ଭାଇରସର ଆତଙ୍କ କାରଣରୁ ଦେଶକୁ 21 ଦିନିଆ ଲକଡାଉନ ଘୋଷଣା କରା ଯାଇଛି ଯାହା ଦ୍ଵାରା ଏହି ଭାଇରସ ସହ ଲଢିହେବ । ଏମିତିରେ ଦେଶରେ ଆର୍ଥିକ ସଙ୍କଟ ଦେଖା ଦେଇଛି । କାରଣ ଦେଶର ସମସ୍ତ କାରଖାନା, ସିନେମା ହଲ, ମଲ ଓ ପରିବହନ ବ୍ୟବସ୍ଥା ବନ୍ଦ ହୋଇ ଯାଇଛି । ଯାହାର ପ୍ରଭବ ଏଥିରେ କାମ କାରୁଥିବା କର୍ମଚାରୀଙ୍କ ଉପରେ ପଡିଛି । ଏମିତିରେ ହଜାର ହଜାର ଶ୍ରମିକ ଓ କର୍ମଚାରୀ ଘରେ ବସିଛନ୍ତି ।
ଏମିତି ପରିସ୍ଥିତିକୁ ନଜରରେ ରଖି ଗୁଜୁରାଟ ସରକାର ଏକ ବଡ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି କି କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଲେ କିମ୍ବା ଦରମା ନଦେଲେ ମାଲିକମାନଙ୍କୁ ଦଣ୍ଡିତ କରାଯିବ । ସରକାରଙ୍କ ଘୋଷଣା ଅନୁସାରେ କୌଣସି କମ୍ପାନୀ ବା ଅନ୍ୟ କୌଣସି ସଂସ୍ଥାର ମାଲିକ ସେମାନଙ୍କ କର୍ମଚାରୀଙ୍କର ବେତନ ବନ୍ଦ କରିବେ ନାହିଁ କିମ୍ବା ତାଙ୍କୁ କାମରୁ ବାହାର କରିବେ ନାହିଁ । ଯଦି ସେମାନେ ଏପରି କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଆଇନ ଧାରା 51 ଅନୁସାରେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଏହି ନିଷ୍ପତ୍ତି ଅନୁସାରେ କୌଣସି ମାଲିକ ଲକଡାଉନ ସମୟରେ ସେମାନଙ୍କ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ପାରିବେ ନାହିଁ ଓ କମ୍ପାନୀରେ କାମ କରୁଥିବା ୧୮ ଲକ୍ଷ ଶ୍ରମିକ ଓ ପଞ୍ଜୀକୃତ କଣ୍ଟ୍ରାକ୍ଟରଙ୍କ ଅଣ୍ଡରରେ କାମ କରୁଥିବା ୨୫ ଲକ୍ଷ ଶ୍ରମିକ ଓ ଅନ୍ଯାନ୍ଯ ମଲ କିମ୍ବା ଦୋକାନରେ କାମ କରୁଥିବା ୧୨ ଲକ୍ଷ କର୍ମଚାରି ଲାଭାନ୍ଵିତ ହେବେ ଓ ଘରୁ କାମ କରୁଥିବା କର୍ମଚାରୀମାନେ ସଂପୂର୍ଣ୍ଣ ଦରମା ପାଇବେ । ଏହା ବିଷୟରେ ସଂପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ ଅଶ୍ଵିନୀ କୁମାର ।