ପ୍ରତ୍ୟେକ୍ଷଦର୍ଶୀ କହିଲେ ସତ ? କାହିଁକି ଅଟକି ରହିଥିଲା ଆମ୍ବୁଲାନ୍ସ ? ଜାଣନ୍ତୁ କଣ ଥିଲା ସୌମ୍ଯଙ୍କ ମୃତ୍ୟୁ ପଛରେ ଆମ୍ବୁଲାନ୍ସ ର ରହସ୍ୟ, ଦେଖନ୍ତୁ Video

ACFO ସୋମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣା ଦିନ ତାଙ୍କୁ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲ ଅଣା ଯାଇଥିଲା। ତେବେ ସେଦିନ ବାଟରେ କଣ ଘଟିଥିଲା ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ହସ୍ପିଟାଲରେ ଠିକ ସମୟରେ ପହଞ୍ଚିଥିଲେ ବଞ୍ଚି ପାରିଥାନ୍ତେ ସୌମ୍ଯ ।

କିନ୍ତୁ ଫରେଷ୍ଟ ଗେଟ ନିକଟରେ ପ୍ରାୟ ଏକ ଘଣ୍ଟା କାଳ ଅଟକି ରହିଥିଲା ଆମ୍ବୁଲାନ୍ସ । ବିଦ୍ୟା ଏ କଥାକୁ ଖଣ୍ଡନ କରିଥିଲେ ମଧ୍ୟ, ପ୍ରତ୍ଯକ୍ଷଦର୍ଶୀ ଏହି ବିଷୟରେ ସତ କଥା କଣ କହିଛନ୍ତି । ତେବେ ଘଟଣାଦିନ ସେଠାରେ ଉପସ୍ଥିତ ଥିଲେ ମହିଳା ପୋଲିସ ଅଧିକାରୀ ମମତା ପଣ୍ଡା । ଯିଏ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ ବୋଲି ମଧ୍ୟ କୁହାଯାଉଛି ।

ଅଘଟଣରେ ACFO ସୌମ୍ଯ ରଞ୍ଜନଙ୍କ ଶରୀର ସତୁରୀ ଭାଗ ପୋଡିଯିବା ପରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆ ଯାଇଥିଲା । ମାତ୍ର କିଛି ବାଟ ଯିବା ପରେ ପ୍ରାୟ ଘଣ୍ଟେ କାଳ ଅଟକି ରହିଥିଲା ସୌମ୍ୟଙ୍କ ଆମ୍ବୁଲାନ୍ସ । ତେବେ ଆମ୍ବୁଲାନ୍ସ କଣ ପାଇଁ ଅଟକି ଥିଲା ଓ ଏହା କିଏ ଅଟକାଇ ଥିଲେ ? ଏହି ବିଷୟରେ ମହିଳା IIC ମମତା ପଣ୍ଡା ହିଁ କହି ପାରିବେ ।

ତେବେ ଏ ନେଇ ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡାଙ୍କୁ ପ୍ରଶ୍ନ କରାଯିବାରୁ, ସେ କିଛି କହି ପାରିବେ ନାହିଁ ଓ ତଦନ୍ତ ହେଲା ପରେ ଆପଣମାନେ ସବୁ ଜାଣିଯିବେ ବୋଲି ଉତ୍ତର ଦେଇଥିଲେ । ତେବେ ସେ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ କି ନା ସେ ବିଷୟରେ ପଚରା ଯିବାରୁ ମଧ୍ୟ ସେ ଚୁପ ରହିଛନ୍ତି ।

ଘଟଣା ଦିନ ଯେଉଁ ସ୍ଥାନରେ ଆମ୍ବୁଲାନ୍ସ ଅଟକା ଯାଇଥିଲା ସେଠାରେ ଉପସ୍ଥିତ ଥିଲେ ଏହି ପୋଲିସ ମହିଳା ଅଧିକାରୀ ମମତା ପଣ୍ଡା । ତେବେ ସେଠାରେ କଣ ପାଇଁ ଅଟକା ଯାଇଥିଲା ଆମ୍ବୁଲାନ୍ସ ? ଏ ବିଷୟରେ ଯେତେ ପଚରା ଗଲେ ମଧ୍ୟ ଚୁପ ରହୁଛନ୍ତି ଆଇଆଇସି ମମତା ପଣ୍ଡା ।

ତେବେ ସେଠାରେ ଉପସ୍ଥିତ ଥିବା କିଛି ପ୍ରତ୍ଯକ୍ଷଦର୍ଶୀ କହୁଛନ୍ତି କି ଯଦି ଠିକ ସମୟରେ ହସ୍ପିଟାଲରେ ପହଞ୍ଚି ପାରିଥାନ୍ତେ ସୌମ୍ଯ ସାର, ତେବେ ବଞ୍ଚି ଯାଇଥାନ୍ତେ । ଏହି ସମସ୍ତ ଘଟଣା ସାମନାକୁ ଆସିଲା ପରେ କେବଳ ଗୋଟିଏ ପ୍ରଶ୍ନ ଉଠୁଛି ଯେ ସୌମ୍ୟଙ୍କୁ ପୋଡିଲା କିଏ ? ଏବେ ସାରା ରାଜ୍ୟରେ ଏହି ଘଟଣା ସମ୍ବନ୍ଧରେ ଚାଲିଛି ଚର୍ଚ୍ଚା ।  ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *