ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବଡ ଖବର ସାମ୍ନାକୁ ଆସିଛି । କଟକରୁ ନାସା ଅଭିଯାନ ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ । ନିଜ ଦକ୍ଷତା ଓ ଜ୍ଞାନ କୌଶଳ ବଳରେ ନାସା ପାଇଁ ପ୍ରସ୍ତୁତ କରିଲେ ଏକ ହ୍ୟୁମାନ ରୋଭର ଯାହାକୁ ମଙ୍ଗଳ ଗ୍ରହକୁ ପଠାଇବ ନାସା ।
ନାସା ପାଇଁ ଏହିପରି ଏକ ରୋଭର ପ୍ରସ୍ତୁତ କରି ନାସା ଦ୍ଵାରା ପ୍ରଶଂସିତ ହୋଇଛନ୍ତି କଟକ ୟଙ୍ଗ ଟ୍ରିଙ୍କର ଅନୁଷ୍ଠାନର ପିଲା ମାନେ । ତେବେ ସବୁଠାରୁ ବଡ କଥା ହେଉଛି ଏହି ରୋଭରରେ ଲାଗିଥିବା ସବୁ ଜିନିଷ ପୁରୁଣା ଅଦରକାରୀ ଜିନିଷ ଗୁଡିକରେ ପ୍ରସ୍ତୁତ ହୋଇଛି ।
ବନ୍ଧୁଗଣ ନାସାର ହ୍ୟୁମାନ ରୋଭର ଚ୍ୟାଲେଞ୍ଜ ପାଇଁ ଭାରତରେ ପ୍ରତିନିଧିତ୍ଵ କରୁଛନ୍ତି ଓଡିଶାର ଏହି ଟିମ । ଭାରତରେ ପ୍ରଥମ ଥର ପାଇଁ ସ୍କୁଲ ପିଲାଙ୍କୁ ନେଇ ଏହି ଟିମ ବଛା ଯାଇଥିଲା । ଏହି ଚ୍ୟାଲେଞ୍ଜ ପାଇଁ ଆବେଦନ କରିଥିବା ୮୦୦ ଜଣ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ବଛା ଯାଇଥିବା ୧୦ ଜଣଙ୍କୁ ଏହି ଟିମରେ ସାମିଲ କରଯାଇଥିଲା ।
ବନ୍ଧୁଗଣ ଏହି ଟିମ ବର୍ତ୍ତମାନ ସଫଳତାର ସହ ନିଜ ଲକ୍ଷ ପୂରଣ କରିଛନ୍ତି । ନାସା ପାଇଁ ହ୍ୟୁମାନ ରୋଭର ବନେଇଥିବା ଆମ ଓଡିଆ ପିଲା ମାନଙ୍କ ମଧ୍ୟରୁ ଅନିଲ ପ୍ରଧାନଙ୍କ ଭୂମିକା ବେସ ଗୁରୁତ୍ଵପୂର୍ଣ୍ଣ ଥିଲା । ପ୍ରସ୍ତୁତ ହୋଇଥିବା ଏହି ରୋଭର ମଙ୍ଗଳ ଗ୍ରହରେ ଚାଲିବ ।
ଏହାକୁ ମାଧ୍ୟାକର୍ଷଣୀୟ ଶକ୍ତିର ବିପରୀତ ଭାବରେ ପ୍ରସ୍ତୁତ କରାଯାଇଛି । ବନ୍ଧୁଗଣ ପୂର୍ବରୁ ଏହାର ଏକ ଡେମୋ ଡିଜାଇନ କମ୍ପୁଟରରେ ପ୍ରସ୍ତୁତ କରଯାଇଥିଲା । ଏଥିରେ ଦୁଇଜଣ ସ୍ପେସ ମ୍ୟାନ ଆରମରେ ବସି ଚଲେଇ ପାରିବେ ।
କଟକ ୪୨ମଉଜା ସହରରେ ଜନ୍ମ ଗ୍ରହଣ କରିଥିବା ଅନିଲ ପ୍ରଧାନ ନିଜ ଗାଁରେ ଶିକ୍ଷା କୃତି ପାଇଁ ଏକ ପବ୍ଲିକ ସ୍କୁଲ ପ୍ରତିଷ୍ଠା କରିଛନ୍ତି । ଏହି ସ୍କୁଲରେ ସେ ବୈଷୟିକ ବିଜ୍ଞାନ ଓ ଟେକ୍ନୋଲୋଜି ଆଦି ବିଭିନ୍ନ ଶିକ୍ଷା ପ୍ରଦାନ କରୁଛନ୍ତି ।
ସେହି ସ୍କୁଲର ପିଲା ମାନଙ୍କୁ ନେଇ ସେ ନାସା ଅଭିଯାନର ମୂଳଦୁଆ ପକାଇ ଥିଲେ । ସବୁବେଳେ କିଛି ନୂଆ କରିବାର ଇଛା ସେମାନଙ୍କୁ ଆଜି ବିଶ୍ଵ ସ୍ତରରେ ପରିଚିତ କରାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓଡିଆ ପୁଅଙ୍କ ପାଇଁ ହୃଦୟରୁ ଗୋଟିଏ ଲାଇକ କରିଦେବେ, ଧନ୍ୟବାଦ ।