Special Report: ଭ୍ୟାକ୍ସିନ ନେବା ପରେ ମଧ୍ୟ ରୁହନ୍ତୁ ସାବଧାନ ! ଜାଣନ୍ତୁ ଡେଲ୍ଟା ପ୍ଲସ ଭ୍ୟାରିଆଣ୍ଟ ଉପରେ କଣ କାମ ଦେବ ଟୀକା ?

ନମସ୍କାର ବନ୍ଧୁଗଣ ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମହାମାରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମହାମାରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି । ଏହି ମହାମାରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି । ଏହି କରୋନା ମହାମାରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ ।

ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ତେବେ କରୋନା ର ଦ୍ଵିତୀୟ ଲହର ବହୁତ ଭୟାନକ ରୂପ ନେବା ପରେ ଏବେ ଏକ ଆହୁରି ନୂତନ କୋଭିଡ ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ଏବେ ଆସି ଗଲାଣି । ତେବେ ଏହା ଅନେକ ସହରକୁ ମଧ୍ୟ ନିଜ କାବୁ ରେ ରଖିବା ଆରମ୍ଭ କରି ଦେଇ ସାରିଲାଣି ତେବେ ଏହା ଉପରେ ଟୀକା କାମ କରିବ ନା ନାହିଁ ସେ ଚିନ୍ତା ବର୍ତ୍ତମାନ ସମସ୍ତ ଙ୍କ ମନରେ ।

ଡେ଼ଲ୍ଟା ଭାରିଆଣ୍ଟ କିମ୍ବା B.1.617.2 ଯାହା ସର୍ଵ ପ୍ରଥମେ ଭାରତ ରେ ମିଳିଥିଲା । ଧୀରେ ଧୀରେ ଏହା ଅନ୍ୟ ଦେଶ ରେ ମଧ୍ୟ ଦେଖାଗଲା । ଏହାପରେ କିଛି ପରିବର୍ତ୍ତନ ଯୋଗୁଁ ଡେ଼ଲ୍ଟା ଭାରିଆଣ୍ଟ ପ୍ଲସ ରେ ପରିଣତ ହୋଇଗଲା । ଏହା କରୋନା ଭାଇରସ ଭଳି ମଣିଷ ଶରୀର ଭିତରେ ପଶି ସଂକ୍ରମଣ କରି ଶରୀର କୁ ମଧ୍ୟ ସଂକ୍ରମିତ କରି ଦେଉଛି । ତେବେ ବର୍ତ୍ତମାନ କରୋନା ଭାଇରସ ର ରୂପ ବଦଳିବା ଯୋଗୁଁ ଏହାର ଲକ୍ଷଣ ରେ ମଧ୍ୟ ପରିବର୍ତ୍ତନ ଦେଖା ଗଲାଣି । ତେଣୁ ଏହି ଲକ୍ଷଣ ବିଷୟରେ ଜାଣିବା ଆବଶ୍ୟକ ।

ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ର ସାମାନ୍ୟ ଲକ୍ଷଣ ହେଉଛି ଶୁଖିଲା କାଶ,ଥକାପଣ,ଜ୍ଵର ଆଦି । ଏହା ପରେ ଗମ୍ଭୀର ଲକ୍ଷଣ ବିଷୟରେ ଆଲୋଚନା କଲେ ଛାତି ରେ ଯନ୍ତ୍ରଣା, ଶ୍ୱାସ ଫୁଲିବା,କିମ୍ବା ନିଶ୍ୱାସ ନେବାରେ ଅସୁବିଧା ଏବଂ କଥା ହେବାରେ ମଧ୍ୟ ବହୁତ ଅସୁବିଧା ହୋଇଥାଏ । ଏହା ଛଡା WHO ଦ୍ୱାରା ସ୍ୱାସ୍ଥ୍ୟ ଅଧିକାରୀ ହିଁ କିଛି ସାମାନ୍ୟ ଲକ୍ଷଣ କହିଛନ୍ତି ।
ତ୍ୱଚା ନଷ୍ଟ ହେବା କିମ୍ବା ପାଦ ଆଙ୍ଗୁଠି ର ରଙ୍ଗ ବଦଳିବା,ଗଳା ରେ ଦରଜ ହେବା ଏବଂ ସ୍ୱାଦ କିମ୍ବା ବାସ୍ନା ଜାଣି ପାରିବେ ନାହିଁ ।

ତେବେ ଭାରତ ରେ ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ ବହୁତ ଚିନ୍ତା ବଢ଼ାଇଲାଣି । କି ଏହା ଉପରେ ଟୀକା କାମ କରିବ କିମ୍ବା ନାହିଁ । ଏଥିପାଇଁ ICMR ଏହାକୁ ନେଇ ଅନେକ ଅନୁଧ୍ୟାନ ମଧ୍ୟ କରିଛନ୍ତି । ତେବେ ଏହି ଅନୁଧ୍ୟାନ ର ଫଳ ଆସନ୍ତା କିଛି ସପ୍ତାହ ମଧ୍ୟରେ ଆସିବ ବୋଲି କହିଛନ୍ତି । ତେବେ ଡେ଼ଲ୍ଟା ପ୍ଲସ ଭାରିଆଣ୍ଟ କେତେ ଦ୍ଵର ସଂକ୍ରମକ ତାହା ସ୍ପଷ୍ଟ ହୋଇ ନାହିଁ । କିନ୍ତୁ ଦ୍ଵିତୀୟ ଲହର ର କାରଣ ପାଲଟି ଥିବା ଡେ଼ଲ୍ଟା ଭାରିଆଣ୍ଟ ସହିତ କିଛି ଭୁଲ ନ କରାଯାଉ ନଚେତ ଫୁଣି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ଦ୍ଵିତୀୟ ଲହରର ଆସିବା ପର୍ଯ୍ୟନ୍ତ ଡେ଼ଲ୍ଟା ର ମୁକାବିଲା କରାଯାଇ ନଥିଲା । ତେବେ ସବୁ ଷ୍ଟ୍ରେନ ବିପକ୍ଷରେ ସବୁ ଟୀକା କିଛି ନା କିଛି ସୁରକ୍ଷା ଦେବ ବୋଲି ମଧ୍ୟ କୁହାଯାଉଛି । ତେବେ ଏଥିପାଇଁ ଆମକୁ ନିଜକୁ ସଚେତନ ରହିବାକୁ ପଡିବ ଏବଂ କୋଭିଡ ର ସମସ୍ତ ପ୍ରୋଟୋକଲ କୁ ମଧ୍ୟ ମାନିବାକୁ ପଡିବ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *