ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ଲୋକ ନିଜ ଅର୍ଜିତ ଟଙ୍କାକୁ ବ୍ୟାଙ୍କରେ ରଖିଥାନ୍ତି । ଆମ ଭାରତରେ ଅନେକ ବ୍ୟାଙ୍କ ଅଛି ଓ ସମସ୍ତ ବ୍ୟାଙ୍କର ଭିନ୍ନ ଭିନ୍ନ ସ୍କିମ ରହିଛି । ବ୍ୟାଙ୍କରେ ଟଙ୍କା ରଖିବା ସୁରକ୍ଷିତ ହୋଇଥାଏ ଓ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟାଙ୍କରେ ଟଙ୍କା ରଖିଲେ ସୁଧ ମଧ୍ୟ ବଢିଥାଏ । ତେବେ ବନ୍ଧୁଗଣ ବର୍ତ୍ତମାନର ସମୟରେ ଦେଶର ସମସ୍ତ ଲୋକ ବ୍ୟାଙ୍କ ମାଧ୍ୟମରେ ଟଙ୍କା କାରବାର କରୁଛନ୍ତି ।

ହେଲେ ବ୍ୟାଙ୍କ ସହ ଜଡିତ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଆସନ୍ତା କାଲି ତଥା ଜାନୁୟାରୀ ୧୮ ତାରିଖରୁ ୬ ଦିନ ଯାଏଁ ବ୍ୟାଙ୍କ ବନ୍ଦ ରହିବ ।
ତେବେ ବନ୍ଧୁଗଣ ଏହାକୁ ନେଇ ରିଜର୍ବ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ୱେବ ସାଇଡରେ ସୂଚନା ଦେଇଛି । ବନ୍ଧୁଗଣ ଏହି ଛୁଟି ଦିନ ଗୁଡିକ ସବୁ ରାଜ୍ୟରେ ଲାଗୁ ହେବ ନାହିଁ । ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ଅଲଗା ଦିନ ବ୍ୟାଙ୍କ ବନ୍ଦ ରହିବ । କେବଳ ଗଣତନ୍ତ୍ର ଦିବସ, ରବିବାର ଏବଂ ଚତୁର୍ଥ ଶନୀବାର ସାରା ଦେଶରେ ବ୍ୟାଙ୍କ ଛୁଟି ରହିବ । ତା ହେଲେ ବନ୍ଧୁଗଣ କେଉଁ ସବୁ ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିବ ଆସନ୍ତୁ ଜାଣିବା ।

ଆରବିଆଇ ଜାରି କରିଥିବା ସୂଚନା ଅନୁସାରେ, ଆସନ୍ତା ୧୮ତାରିଖ ମଙ୍ଗଳବାର ‘ଥାଇ ପୁସମ୍’ ପଡୁଥିବାରୁ ଏହି ଦିନ କେବଳ ଚେନ୍ନାଇରେ ବ୍ୟାଙ୍କ ବନ୍ଦ ରହିବ । ସେହିପରି ୨୨ ଜାନୁଆରୀ ମାସର ଚତୁର୍ଥ ଶନିବାର ପଡୁଥିବାରୁ ସେଦିନ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ଜାନୁଆରୀ ୨୩ ତାରିଖ ରବିବାର ପାଇଁ ବ୍ୟାଙ୍କ ବନ୍ଦ । ୨୫ ଜାନୁଆରୀ ମଙ୍ଗଳବାର ହିମାଚଳପ୍ରଦେଶରେ ରାଜ୍ୟ ସ୍ଥାପନା ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ ।

୨୬ ଜାନୁଆରୀ ବୁଧବାର ଗଣତନ୍ତ୍ର ଦିବସ ହୋଇଥିବାରୁ ପୂରା ଦେଶରେ ବ୍ୟାଙ୍କ ଛୁଟି ରହିବ । ୩୧ ଜାନୁଆରୀ ସୋମବାର ଆସାମରେ ବ୍ୟାଙ୍କ ବନ୍ଦ ରହିବ ।ତେଣୁ ବନ୍ଧୁଗଣ ଯଦି ଆପଣଙ୍କର ବ୍ୟାଙ୍କରେ କିଛି ଗୁରୁତ୍ଵପୂର୍ଣ୍ଣ କାମ ରହିଛି ତା ହେଲେ ଶୀଘ୍ର ଯାଇ ପୂରଣ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

