Breaking News: କାଲିଠୁ ଏହି ଜାଗାରେ ଖୋଲିବ ସବୁ ଦୋକାନ ବଜାର, କିନ୍ତୁ ମାନିବାକୁ ହେବ ଏହି ସବୁ ନିୟମ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ରୁ ରକ୍ଷା ପାଇବା ପାଇଁ ବିଭିନ୍ନ ରାଜ୍ୟର ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟ ରେ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ କିଛି ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସୁଥିବାର ଦେଖାଯାଉଛି ।

ସଂକ୍ରମଣ ର ହାର ଦିନ କୁ ଦିନ କମିବାରେ ଲାଗିଛି । ତେଣୁ କେତେକ ରାଜ୍ୟ ର ରାଜ୍ୟ ସରକାର ବର୍ତ୍ତମାନ ରାଜ୍ୟ ରୁ ଲକଡାଉନ ଉଠାଇବା ପାଇଁ ଚିନ୍ତା କରୁଛନ୍ତି । ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଦିଲ୍ଲୀ ରେ ଦୋକାନ ବଜାର ଖୋଲିବାକୁ ଯାଉଛି । ଦିଲ୍ଲୀ ରେ ସକାଳ ୧୦ ରୁ ରାତି ୮ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଓ ରେସ୍ତୋରାଁ ଖୋଲିବାକୁ ଯାଉଛି । ସମସ୍ତ ରେସ୍ତୋରାଁ ଗୁଡିକ ୫୦ ପ୍ରତିଶତ କ୍ଷମତା ରେ ଖୋଲିବ ।

ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ ପୁଣିଥରେ କଡାକଡି ଭାବରେ ଲକଡାଉନ କଟକଣା ଲାଗୁ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ଶତ ପ୍ରତିଶତ ଅଧିକାରୀ ଓ ୫୦ ପ୍ରତିଶତ କର୍ମଚାରୀ ଙ୍କ ଉପସ୍ଥିତି ରେ କାର୍ଯ୍ୟାଳୟ ଖୋଲାଯିବ । ସେହିପରି ଘରୋଇ କାର୍ଯ୍ୟାଳୟ ଗୁଡିକ ରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ ରେ ଯୋଗ ଦେଇପାରିବେ । ଏହା ସହିତ ୱାର୍କ ଫ୍ରମ ହୋମ କୁ ବେଶୀ ଗୁରୁତ୍ୱ ଦିଆଯିବ ।

ସକାଳ ୯ଟା ରୁ ୫ଟା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ । ଏହା ସହିତ ଦିଲ୍ଲୀ ରେ ସାପ୍ତାହିକ ହାଟ ଖୋଲିବାକୁ ସରକାର ଙ୍କ ତରଫ ରୁ ଅନୁମତି ଦିଆଯାଇଛି । ରାଜ୍ୟର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ଗୁଡିକ ସବୁ ବନ୍ଦ ରହିବ ଏବଂ ରାଜନୈତିକ ଓ ଧାର୍ମିକ ଅନୁଷ୍ଠାନ ଗୁଡିକ ମଧ୍ୟ ପୂର୍ବ ପରି ବନ୍ଦ ରହିବ ।

ଜିମ, ପାର୍କ,ସ୍ପା,ପାର୍ଲର ଓ ଯୋଗ ସେଣ୍ଟର ଗୁଡିକ ପୂର୍ବ ପରି ବନ୍ଦ ରହିବ । ରାଜ୍ୟ ର ଅର୍ଥନୀତି କୁ ସୁଧାରିବା ପାଇଁ ଧୀରେ ଧୀରେ କଟକଣା କୁ ରାଜ୍ୟ ରୁ କୋହଳ କରାଯାଉଛି କିନ୍ତୁ ଯଦି କରୋନା ସଂକ୍ରମଣ ବଢେ ତେବେ ପୁଣି ପୂର୍ବ ପରି କଟକଣା କୁ କଡାକଡି ଭାବରେ ଲାଗୁ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଦେଶର ସମସ୍ତ ଖବର ସହ ଅପଡେଟ ରହିବା ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *