ଏହି କାରଣରୁ Sunil Shetty ଙ୍କୁ ନିଜର ବାପା ବୋଲି ଭାବୁ ନଥିଲେ ଝିଅ Athiya, କହୁଥିଲେ ‘ମୋର 2-2 ତା ବାପା’

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଆଥିଆ ସେଟିଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଥିଆ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ସୁନୀଲ ସେଟିଙ୍କ ଏକ ମାତ୍ର ଝିଅ । ଆର୍ଥିଆଙ୍କ ବ୍ୟତୀତ ସୁନୀଲଙ୍କ ଏକ ପୁଅ ମଧ୍ୟ ଅଛି ଯାହାର ନାମ ହେଉଛି ଆହାନ ସେଟି । ଆଥିଆ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡର କିଛି ଫିଲ୍ମରେ କାମ କରି ସାରିଛନ୍ତି ଓ ଆହାନ ବଲିଉଡ ଫିଲ୍ମ ‘ତଡପ’ରୁ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ବନ୍ଧୁଗଣ ସୁନୀଲଙ୍କ ଦୁଇ ଛୁଆ ମଧ୍ୟରୁ ଆଥିଆ ବଡ ଅଛନ୍ତି ।

ଆଥିଆ ସେଟିଙ୍କ ଜନ୍ମ ୫ ନଭେମ୍ବର ୧୯୯୨ ମସିହାରେ ମୁମ୍ବାଇରେ ହୋଇଥିଲା । ବର୍ତ୍ତମାନ ଆଥିଆଙ୍କୁ ୨୯ ବର୍ଷ ବୟସ ହୋଇ ସାରିଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁନୀଲ ଓ ଆଥିଆଙ୍କ ସହ ଜଡିତ ଏକ ଖାସ କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ କଥା ବିଷୟରେ କହିବାକୁ ଯାଉଛୁ ତାହା ସୁନୀଲଙ୍କର ଏକ ଫିଲ୍ମ ସହ ଜଡିତ ଅଛି । ଆଥିଆ ପିଲା ଦିନରେ ସୁନୀଲଙ୍କୁ ‘ମୋର ଦୁଇ ଦୁଇ ବାପା’ କହି ଡାକୁ ଥିଲେ । ୧୯୯୪ ମସିହାରେ ସୁନୀଲଙ୍କର ଏକ ସୁପର ହିଟ ଫିଲ୍ମ ଆସିଥିଲା ‘ଗୋପୀ କିଶନ’ । ଏହି ଫିଲ୍ମରେ ସୁନୀଲ ଡବଲ ରୋଲରେ ନଜର ଆସିଥିଲେ ଓ ଦର୍ଶକ ମାନେ ମଧ୍ୟ ଏହି ଫିଲ୍ମକୁ ବେସ ଅଧିକ ପସନ୍ଦ କରିଥିଲେ ।

ଫିଲ୍ମରେ ସେ ଉଭୟ ଗୋପୀ ଓ କିଶନ ଭୂମିକାରେ ନଜର ଆସିଥିଲେ । ସୁନୀଲଙ୍କର ଏହି ଦୁଇ ଭୂମିକା ଅଧିକ ଲୋକପ୍ରିୟ ହୋଇଥିଲା । ଫିଲ୍ମରେ ତାଙ୍କ ପୁଅ ‘ମୋର ଦୁଇ ଦୁଇଟି ବାପା ଅଛନ୍ତି’ କହୁଥିଲା ଓ ସେହି ସମୟରେ ଏହି ଡାଇଲଗ ବହୁତ ଫେମସ ଥିଲା । ଅସଲ ଜୀବନରେ ବି ସୁନୀଲଙ୍କୁ ଏହି କଥା ଶୁଣିବାକୁ ପଡିଲା । ଆଥିଆ ପିଲା ବେଳେ ଏହି ଫିଲ୍ମ ଦେଖି ସୁନୀଲଙ୍କୁ ‘ମୋର ଦୁଇ ଦୁଇଟି ବାପା ଅଛନ୍ତି’ ବୋଲି କହୁଥିଲେ ।

ସୁନୀଲ ଏକ ଇଣ୍ଟର୍ବ୍ୟୁରେ ଏହି କଥାର ଖୁଲାସା କରିଥିଲେ । ଆଥିଆ ସେତେବେଳେ ଛୋଟ ଥିଲେ ତେଣୁ ସେ ଜାଣି ପାରୁଥିଲେ ଯେ, ସୁନୀଲ ସେହି ଫିଲ୍ମରେ ଡବଲ ରୋଲ କରିଛନ୍ତି ସେ ସବୁ ସତ ଭାବୁ ଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆଥିଆ ସେଟି କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *