ରାଗିଛନ୍ତି କି ମା’ ସୁଭଦ୍ରା ? କାହିଁକି ଅଚାନକ ଲିଭିଗଲା ମା ‘ ସୁଭଦ୍ରାଙ୍କ ଆଳତି ! ଏହା କେଉଁ ବିପଦର ସଂକେତ ନୁହେଁ ତ ?

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମା ‘ ସୁଭଦ୍ରାଙ୍କୁ ଆଳତି କରିବା ସମୟରେ ଘଟିଥିଲା କିଛି ଏପରି ଦୃଶ୍ୟ ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆପଣମାନଙ୍କ ମନରେ ବି ଆସିପାରେ ଅନେକ ପ୍ରଶ୍ନ । ଗତକାଲି ଥିଲା ଅଧରାପଣା ନୀତି ଏବଂ ତାହା ସମ୍ପନ୍ନ ହେବା ପରେ ତିନି ଠାକୁରଙ୍କୁ ସଞ୍ଜ ଆଳତି ଦେବା ପାଇଁ ପଣ୍ଡିତ ପ୍ରସ୍ତୁତି କରୁଥିଲେ ।

ଭଗବାନଙ୍କ ଆଳତି କରି ଯେବେ ମା ‘ ସୁଭଦ୍ରାଙ୍କ ପାଖକୁ ଆସି ଆଳତି କରିବା ଆରମ୍ଭ ହୋଇଥିଲା । ତେବେ ଆଳତି ମଝିରେ ଘଟିଥିଲା ଅଶୁଭ ଘଟଣା ଯଥା ଆଳତି  ଲିଭିଯାଇଥିଲା । ପବନର ବେଗ ଯେତେ ଅଧିକ ହେଉ ପଛେ କେବେବି ଏଭଳି ହୋଇନଥିଲା । ମାତ୍ର ଚଳିତ ବର୍ଷ ପୂଜାରେ ଗୋଟାଏ ପରେ ଗୋଟାଏ ଅଶୁଭ ଘଟଣା ଘଟିବା ପଛରେ କିଛି କାରଣ ରହିଛି କି ?

ଏହା ମା ‘ ସୁଭଦ୍ରାଙ୍କ ଆଗାମୀ ଭବିଷ୍ୟତ ବିପଦର ଚିହ୍ନ ହୋଇପାରେ କି । ସାଧାରଣତଃ ଶାସ୍ତ୍ର ଅନୁଯାୟୀ  ପୂଜାରେ ହେଉଥିବା ଅଶୁଭ ଘଟଣାମାନ ସବୁ ଆମକୁ ଆଗାମୀ ବିପଦର  ସଂକେତ ଦେଇଥାନ୍ତି । ତେଣୁ କରି ଏହା ମଧ୍ୟ ବିପଦ ପୂର୍ବର ଚିହ୍ନ ହୋଇପାରେ ବୋଲି ଲୋକେ କହୁଛନ୍ତି । ଚଳିତ ବର୍ଷରେ ଦେଶରେ ବହୁତ ଗୁଡାଏ ଦୁର୍ଘଟଣାମନ ଘଟିଛି ।

ଯେଉଁଥିରେ ଶହ ଶହ ଲୋକମାନଙ୍କର ଅକାଳରେ ମୃ-ତ୍ୟୁ ହୋଇଛି । ରଥଯାତ୍ରା ବେଳେ ମଧ୍ୟ ଅନେକ ଦୁର୍ଘଟଣା ଦେଖିବାକୁ ମିଳିଥିଲା । ତେବେ ଗତକାଲି ମା ‘ ସୁଭଦ୍ରାଙ୍କ ଆଳତି ଅଚାନକ ଲିଭିଯିବାକୁ ନେଇ ପଣ୍ଡିତ ମହାଶୟ କିଛି ସମୟ ସେହିପରି ଛିଡା ହୋଇଯାଇ ମା ‘ ସୁଭଦ୍ରାଙ୍କୁ କ୍ଷମା ପ୍ରାଥନା କରୁଥିବା ଦୃଶ୍ୟରେ ସ୍ପଷ୍ଟ ରୂପେ ଦେଖାଯାଉଛି ।

ସେହିସମୟ ଆଉ ଏକ ସେବାୟତା ପୁଣ୍ୟବାର ଆଳତିକୁ ଜଳାଇଥିଲେ ଓ ମା ‘ସୁଭଦ୍ରାଙ୍କ ଆଳତି ସମ୍ପର୍ଣ୍ଣ ହୋଇଥିଲା । ମାତ୍ର ଏହାକୁ ନେଇ ପୂଜା କମିଟି ଓ ଲୋକମାନଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି । ଆଗାମୀଦିନମାନଙ୍କରେ କଣ ଘଟିବ ବା ଆମର କେଉଁଠି ଭୁଲ ରହିଛି ବୋଲି ଚିନ୍ତାରେ ବୁଢିଛନ୍ତି । ମାତ୍ର ଏପରି ଆଳତି ଲିଭିବା ଅଶୁଭ ଅଟେ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମ ନିଶ୍ଚୟ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *