କୋଭିଡ୍-୧୯ : କାହାକୁ ରହିଛି ପୁନଃ ସଂକ୍ରମଣର ଭୟ ? Dr Manoj Kumar Sahu

ଆଜି କାଲି ଦେଶ ର ପରିସ୍ଥିତି ବହୁତ ଭୟଙ୍କର ହୋଇ ଗଲାଣି । କରୋନା ମ-ହା-ମା-ରୀ ର ଭୟ ଚାରି ଆଡ଼େ ବ୍ୟାପି ଗଲାଣି । ଲୋକମାନେ ଏହି ମ-ହା-ମା-ରୀ ରେ ଆକ୍ରାନ୍ତ ହୋଇ ବହୁତ ମାତ୍ରା ରେ ମୃ-ତ୍ୟୁ ବରଣ ମଧ୍ୟ କରୁଛନ୍ତି ।

ଏହି ଭୁତାଣୁ ଆମ ଗଳା ରେ ସଂକ୍ରମଣ କରୁଛି ଏବଂ ପରେ ତାହା ଧୀରେ ଧୀରେ ଫୁସଫୁସ ରେ ଯାଇ ଆମ ଫୁସଫୁସ କୁ ମଧ୍ୟ ନଷ୍ଟ କରି ଦେଉଛି ଯାହା ଫଳରେ ଆମକୁ ନିଶ୍ୱାସ ନେବା ରେ ବହୁତ ଅସୁବିଧା ହେଉଛି ଏବଂ ଅମ୍ଳଜାନ ଅର୍ଥାତ ଅକ୍ସୀଜେନ ର ମାତ୍ରା କମ ହେବାରୁ ଲୋକମାନେ ମୃ-ତ୍ୟୁ ବରଣ କରୁଛନ୍ତି । ଏହି ମ-ହା-ମା-ରୀ ବହୁତ ଶୀଘ୍ର ବ୍ୟାପିବାରେ ଲାଗିଛି ।

ଏହି କରୋନା ମ-ହା-ମା-ରୀ ରୁ ବର୍ତ୍ତିବା ପାଇଁ ପ୍ରଥମେ ତ ସରକାର ଙ୍କ ଦ୍ଵାରା ଦିଆ ଯାଇଥିବା ନିୟମ କୁ ମାନିବାକୁ ପଡିବ । ଆପଣ ବାହାରକୁ ଯଦି ଅତି ଜରୁରୀ ଅଛି ତେବେ ଯାଆନ୍ତୁ ଏବଂ ବାହାରକୁ ଯିବା ସମୟରେ ମୁହଁରେ ମାସ୍କ ପିନ୍ଧନ୍ତୁ ନିଜ ପାଖରେ ସର୍ଵଦା ସାନିଟାଇଜର ରଖନ୍ତୁ ଏବଂ ବ୍ୟବହାର କରନ୍ତୁ । କୌଣସି କାର୍ଯ୍ୟ କରିବା ପରେ ନିଜ ହାତ କୁ ଭଲ ଭାବରେ ସଫା କରନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ ।

ତେବେ ଯଦି ଆପଣ ଙ୍କୁ କରୋନା ହୋଇ ସାରିଛି ଏବଂ ଆପଣ ଭଲ ମଧ୍ୟ ହୋଇ ସାରିଛନ୍ତି କିନ୍ତୁ ଆପଣ ଙ୍କ ଭିତରେ ପୁନଃ ସଂକ୍ରମଣ ଦେଖାଯାଉଛି ତେବେ ଏହି ସମୟରେ କଣ କରିବା ଉଚିତ । ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ପୂର୍ବକ ଆଲୋଚନା କରିବା । ଆମ ଦେଶ ରେ ପୁନଃ ସଂକ୍ରମଣ ର କେଶ ବହୁତ କମ ଦେଖିବାକୁ ମିଳୁଛି । ପୁନଃ ସଂକ୍ରମଣ ର ଅର୍ଥ ହେଉଛି ଆପଣ ଙ୍କୁ କରୋନା ହୋଇ ଯାଇଛି କିନ୍ତୁ ଆପଣ ନିଜର ପୁନଃବାର ପରୀକ୍ଷା କରିବା ଦ୍ୱାରା ଅନ୍ୟ ଏକ ଭାଇରସ ରହି ଥିବାର ମିଳୁଛି ତେବେ ତାହାକୁ ପୁନଃ ସଂକ୍ରମଣ କୁହାଯାଏ ।

ତେବେ କେଉଁ ମାନଂକୁ ଭୟ ରହିଛି ଏହି ପୁନଃ ସଂକ୍ରମଣ ହେବାର । ଯେଉଁ ବ୍ୟକ୍ତି କୁ କରୋନା ହୋଇଛି ଏବଂ ଆପଣ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି ଏବଂ କିଛି ସମୟ ପରେ ଆପଣ ଙ୍କୁ ଆଉ ଅନ୍ୟ ଏକ ସଂକ୍ରମଣ କିମ୍ବା ଭାଇରସ ଦେଖା ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି ହୋଇ ନାହିଁ ଆପଣ ଭିତରୁ ଦୁର୍ବଳ ଅଛନ୍ତି ।

ଯେହେତୁ ଆପଣଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ର ବୃଦ୍ଧି ହୋଇ ନାହିଁ ଏବଂ ଆପଣ ଭିତରୁ ଦୁର୍ବଳ ଅଛନ୍ତି ତେଣୁ ଆପଣ ଙ୍କୁ ଅନ୍ୟ ଏକ ଭାଇରସ ଆକ୍ରମଣ କରିବାରେ ସୁବିଧା ହୋଇଥାଏ ଏବଂ ଆପଣଙ୍କୁ ପୁନଃ ସଂକ୍ରମଣ ହେବାର ଆଶଙ୍କା ବଢିଯାଇ ଥାଏ । ଏହା ହେବାର ଅନ୍ୟ ଏକ କାରଣ ହେଉଛି ଯଦି ଆପଣ ଙ୍କୁ କରୋନା ହୋଇଛି ଏବଂ ଆପଣ ଭଲ ହୋଇ ଯାଇଛନ୍ତି ତେବେ ଆପଣ ଙ୍କ ଭିତରେ ସେହି ଡର କମି ଯାଇଥାଏ ଏବଂ କୋଭିଡ ନିୟମ ମଧ୍ୟ ପାଳନ କରନ୍ତି ନାହିଁ ତେଣୁ ଆପଣ ଭଲ ହେବା ପରେ ମଧ୍ୟ ସାମାଜିକ ଦୂରତା,ସାନିଟାଇଜର ଆଦି କୋଭିଡ ନିୟମ କୁ ପାଳନ କରିବା ଉଚିତ ।

ତେଣୁ ଆପଣ ନିୟମ ସବୁ ଠିକ ଭାବେ ପାଳନ କରନ୍ତୁ ଏବଂ ପୋଷଣ ଏବଂ ଉପଯୁକ୍ତ ଖାଦ୍ୟ ର ସେବନ କରନ୍ତୁ । ବିଶ୍ରାମ କରନ୍ତୁ ଘରେ ରୁହନ୍ତୁ ଏବଂ ଯଦି ଅଧିକ କିଛି ଅସୁବିଧା ହୁଏ ତେବେ ଡାକ୍ତର ଙ୍କ ପରାମର୍ଶ ନେବା ଏବଂ ନିଜର ଚିକିତ୍ସା କରିବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *