ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଲ ଏବେ ପୁଣିଥରେ ଭାଇରାଲ ହେଲେଣି । ଗାଇଲେ ପୁଣି ଚର୍ଚ୍ଚିତ ଗୀତ କାଚ୍ଚା ବାଦାମ । ଏମିତି ରେ ବର୍ତ୍ତମାନ ସୋସିଆଲ ମିଡିଆ ରେ ବେଙ୍ଗଲି ଗୀତ କାଚ୍ଚା ବାଦାମ ଖୁବ ମାତ୍ରାରେ ଭାଇରାଲ ହେଉଛି । ତେବେ ଏହି କାଚ୍ଚା ବାଦାମ ଗୀତ କୁ ଅସଲ ରେ ପୁଣି ଜଣେ ପଶ୍ଚିମବଙ୍ଗ ର ଚିନା ବାଦାମ ବିକ୍ରେତା ଭୁବନ ବିଦ୍ୟାକର ଗାଇଛନ୍ତି । ତାଙ୍କର ଏହି ଗୀତ ପୁଣି ସୋସିଆଲ ମିଡିଆ ରେ ଖୁବ ମାତ୍ରାରେ ଟ୍ରେଣ୍ଡ ହେଉଛି ।

ଯାହା ଉପରେ ଇଂଷ୍ଟାଗ୍ରାମ ରେ ଅନେକ ୟୁଜର୍ସ ରିଲ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ତେବେ ଲୋକ ଙ୍କ ମନକୁ ଏହି ଗୀତ ଟି ଏତେ ମାତ୍ରାରେ ଛୁଇଁ ପାରିଛି ଯେ, ଲୋକେ କିଛି ବି କାମ କରୁଥିଲେ ବା ଏକା ବସିଥିଲେ ଗୁଣୁଗୁଣୁ ହୋଇ ଏହି ଗୀତ କୁ ଗାଉଛନ୍ତି । ଆଉ ଏମିତି ରେ ପୁଣି ଏହି ଟ୍ରେଣ୍ଡିଙ୍ଗ ଗୀତ ଟି କୁ ଗାଇଛନ୍ତି ରାନୁ ମଣ୍ଡଲ । ସୋସିଆଲ ମିଡିଆ ରେ ରାନୁ ଙ୍କ ଏହି ଗୀତ ଗାଉ ଥିବାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ତେବେ ଏଠାରେ ପ୍ରାୟ ସମସ୍ତେ ଜାଣିଥିବେ ଯେ, ପଶ୍ଚିମବଙ୍ଗ ର ଏହି ଚର୍ଚ୍ଚିତ ପ୍ରତିଭା ରାନୁ ମଣ୍ଡଲ ୨୦୧୯ ଅଗଷ୍ଟ ମସିହାରେ ୧୯୭୨ ମସିହା ର ଗୀତ ପ୍ୟାର୍ କା ନଗ୍ମା ଗାଇ ପୁରା ଦେଶରେ ଚର୍ଚ୍ଚା ରେ ଆସି ଯାଇଥିଲେ । ତେବେ ରାନୁ ଙ୍କୁ ପଶ୍ଚିମବଙ୍ଗ ରେ ଏକ ରେଳ ଷ୍ଟେସନ ରୁ ଏକ ଯୁବ ଇଞ୍ଜିନିୟର ଅତୀନ୍ଦ୍ର ଚକ୍ରବର୍ତ୍ତୀ ଗୀତ ଗାଉଥିବା ଦେଖି ତାଙ୍କ ଭିଡିଓ କୁ ସୋସିଆଲ ମିଡିଆ ରେ ଭାଇରାଲ କରାଇଥିଲେ ।
ଏହାପରେ ରାନୁ ମଣ୍ଡଲ ରାତାରାତି ଷ୍ଟାର ହୋଇଯାଇଥିଲେ । ବଲିଉଡ ଅଭିନେତା ହୀମେଶ ରେଶମୀୟା ଏକ ଚଳଚ୍ଚିତ୍ର ରେ ତାଙ୍କୁ ଗୀତ ଗାଇବାର ସୁଯୋଗ ମଧ୍ୟ ଦେଇଥିଲେ । ତେବେ କିଛି ଦିନ ତଳେ ଇଂଷ୍ଟାଗ୍ରାମ ର ଏକ ପେଜ ରେ ରାନୁ ମଣ୍ଡଲ କଚ୍ଚା ବାଦାମ ଗୀତ ଗାଉ ଥିବାର ଭିଡିଓ କୁ ସେୟାର କରାଯାଇଥିଲା । ତେବେ ରାନୁ ଙ୍କ ଏହି ଭିଡିଓ ସୋସିଆଲ ମିଡିଆ ରେ ସେୟାର ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୮ ହଜାର ରୁ ଅଧିକ ଲୋକ ଦେଖି ସାରିଲେଣି ।

ଏହାପରେ ଭିଡିଓ ଟି ଖୁବ ଭାଇରାଲ ହେବା ସହିତ ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି । ତେବେ ଆପଣ ମାନେ ମଧ୍ୟ ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ରାନୁ ମଣ୍ଡଲ ଙ୍କ କାଚ୍ଚା ବାଦାମ ଗୀତ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ଶୁଣିଥିବେ । ଆପଣ ମାନଙ୍କୁ ଭିଡିଓ ଟି କିପରି ଲାଗିଲା ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

