Jyoti ଙ୍କୁ ଝୁରୁଛି ପୁରା ସ୍କୁଲ, ଜ୍ୟୋତିଙ୍କୁ ମନେ ପକାଇ ତା’ର Classmate କାହିଁକି କହିଲେ ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଏହି ଦୁଇ ତିନି ଦିନ ତଳେ ଏକ ଅଘଟଣ ଘଟି ଯାଇଛି ଭୁବନେଶ୍ୱର ର ଶତାବ୍ଦୀ ନଗରରେ ୧୫ ବର୍ଷୀୟ ଛାତ୍ର ଜ୍ୟୋତି ପ୍ରକାଶ ଯିଏ କି ଦଶମ ଶ୍ରେଣୀ ରେ ପାଠ ପଢୁଥିଲେ । ତେବେ ସେ ରବିବାର ଦିନ ୨:୩୦ ରେ ନିଜର ଟିୟୁସନ ପାଇଁ ଘରୁ ବାହାରି ଯାଇଥିଲେ ତେବେ ବର୍ଷା ଏବଂ ବନ୍ୟା ଯୋଗୁଁ ରାସ୍ତା ଘାଟରେ ପ୍ରବଳ ପାଣି ହୋଇ ଯାଇଥିଲା ଏବଂ ରାସ୍ତା ନଳା ଖାଲ କିଛି ଜଣା ପଡୁ ନଥିଲା ସବୁ ସମାନ ହୋଇଯାଇଥିଲା ।

ତେବେ ଜ୍ୟୋତି ପାଣି ରେ କିଛି ନଜାଣି ପାରି ତାଙ୍କ ଗୋଡ ଭୁଲ ରେ ସେହି ଡ୍ରେନ ଯାହା କି ଖୋଲା ଥିଲା ସେହିଥିରେ ପଡି ଯାଇଥିଲା ଏବଂ ପାଣି ର ସୁଅ ଏତେ ଥିଲା ଯେ ତାଙ୍କୁ ଭସାଇ କେଉଁ ଆଡେ ନେଇ ଯାଇଥିଲା । ତେବେ ଏହି ଖବର ପରେ ତାଙ୍କୁ ବହୁତ ଖୋଜାଖୋଜି କରା ଯାଇଥିଲା କିନ୍ତୁ ତଥାପି ତାଙ୍କୁ ପାଇ ନଥିଲେ ଏବଂ ଶେଷ ରେ ସୋମବାର ସକାଳେ ତାଙ୍କ ମୃ-ତ ଦେହ ମିଳି ଥିଲା ।

ତେବେ ଏହି ଖବର ଆସିବା ପରେ ସମସ୍ତେ ବହୁତ ଦୁଃଖ ଏବଂ ଶୋକ ରେ ଅଛନ୍ତି । ଜ୍ୟୋତି ଜଣେ ବହୁତ ଭଲ ଛାତ୍ର ଥିଲେ ମେଧାବୀ ଛାତ୍ର ଥିଲେ ତାଙ୍କ ଶିକ୍ଷକ ଏବଂ ସହପାଠୀ ମାନେ ମଧ୍ୟ ସମସ୍ତେ ତାଙ୍କ ବିୟୋଗ ରେ ଶୋକ ପ୍ରକାଶ କରିଛନ୍ତି ।

ଏହା ଛଡା ଜ୍ୟୋତି ଙ୍କ ଅ-କା-ଳ ବିୟୋଗ ରେ ତାଙ୍କ ସ୍କୁଲ ରେ ଏକ ଶୋକ ସଭାର ଆୟୋଜନ ମଧ୍ୟ କରାଯାଇ ଥିଲା । ଯେଉଁଥିରେ ସମସ୍ତେ ଯୋଗ ଦେଇ ଜ୍ୟୋତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତେବେ ଜ୍ୟୋତି ଙ୍କ ର ଜଣେ ଝିଅ ସାହପାଠୀ ଜ୍ୟୋତି ଙ୍କ ବିଷୟ ରେ କହିଥିଲେ କି ସେ ମୋର ଜଣେ ବହୁତ ଭଲ ସାଙ୍ଗ । ତାର ମୋର ସବୁବେଳେ ପାଠ ପଢା କୁ ନେଇ ପରୀକ୍ଷା କୁ ନେଇ କିପରି ଆମ ବିଦ୍ୟାଳୟ ର ନାମ ଉଚ୍ଚ ରେ ରହିବ ତାକୁ ନେଇ କଥାବାର୍ତ୍ତା ହେଉଥାଉ ।

ଏହା ଛଡା ସେ ସର୍ଵଦା ପାଠ ପଢା ବିଷୟ ରେ ହିଁ ନିଜର ମନ ଦେଇଥାଏ ଆଉ କୌଣସି କଥାରେ କିଛି ଲେନ ଦେନ ନଥାଏ । ତେବେ ମୁଁ ମୋର ଜଣେ ଭାଇ ଏବଂ ସ୍କୁଲ ନିଜର ଜଣେ ପୁଅ କୁ ହରେଇ ଛି । ତେବେ ଜ୍ୟୋତି ର ସ୍ଥାନ ମୋ ହୃଦୟରେ କେହି ନେଇ ପାରିବେ ନାହିଁ । ସେ ସବୁବେଳେ ମୋ ହୃଦୟରେ ରହିବ ।

Leave a Reply

Your email address will not be published. Required fields are marked *