ଜୁନ ୧ ରୁ ଲାଗୁ ହେବ ଏହି ସବୁ ନୂଆ ନିୟମ, ଜାଣନ୍ତୁ କଣ କଣ ବଦଳିବ ଓ ଆପଣଙ୍କ ପକେଟ ଉପରେ କଣ ରହିବ ଏହାର ପ୍ରଭାବ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ହୋଇଛି । କରୋନା ମହାମାରୀର ଦ୍ଵିତୀୟ ଲହର ଦେଶରେ ନିଜ କୋପ ବର୍ଷାଇଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ସାରିଛନ୍ତି

ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ଛନ୍ତି । ବନ୍ଧୁଗଣ ଏହି କରୋନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ କେତକ ରାଜ୍ୟରେ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନ ପାଇଁ ଜନସାଧାରଣ ମାନେ ବହୁତ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବନ୍ଧୁଗଣ ଏହି ଚୋଚନୀୟ ସମୟରେ ଆସୁଥିବା ଜୁନ ମାସରେ ଦେଶରେ କିଛି ବଡ ପରିବର୍ତ୍ତନ ହେବାକୁ ଯାଉଛି ଯାହାର ସିଧା ପ୍ରଭାବ ବେପାରୀ ଓ ଜନସାଧାରଣ ମାନଙ୍କ ଉପରେ ପଡିବ । ଆଜିଆମେ ଆପଣ ମାନଙ୍କୁ ଜୁନ ମାସରେ ହେବାକୁ ଯାଉଥିବା ସେହି ସମସ୍ତ ବଡ ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଜୁନ ୧ ତାରିଖରୁ ବଦଳିପାରେ ଏଲଫିଜି ସିଲିଣ୍ଡରର ଦର । ବର୍ତ୍ତମାନ ଏଲପିଯି ସିଲିଣ୍ଡରର ଦାମ ହଜାର ଟଙ୍କାରୁ କିଛି କମ ରହିଛି ତେବେ କମ୍ପାନୀ ପ୍ରତିମାସ ଆରମ୍ଭରୁ ନୂଆ ଦର ଜାରି କରିଥାଏ । ତେଣୁ ଆଗାମୀ ମାସରୁ ଏଲପିଯି କମ୍ପାନୀ ଦୂର ଦର ଜାରି କରିବାକୁ ଯାଉଛି । ଆଗାମୀ ମାସରୁ ଇନ୍କମ ଟ୍ୟାକ୍ସ ରିଟର୍ନର ନୂଆ ୱେବସାଇଡ ଆସିବାକୁ ଯାଉଛି । ଯଦି ଆପଣ ମାନେ ଇନ୍କମ ଟ୍ୟାକ୍ସ ରିଟର୍ନ ଦେଉଛନ୍ତି ତା ହେଲେ ଆପଣ ମାନଙ୍କ ପାଇଁ ବଡ ଖବର ।

ଜୁନ ୭ ତାରିଖରୁ ଆଇଟିଆରର ନୂଆ ୱେବସାଇଡ ଲଞ୍ଚ ହେବାକୁ ଯାଉଛି । ଆଗାମୀ ମାସରେ ବଦଳିବାକୁ ଯାଉଛି IFSC କୋର୍ଡ । କାନାରା ବ୍ୟାଙ୍କ ସହ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ହେବା ପରେ ଗ୍ରାହାକଙ୍କୁ ଜୁନ ୩୦ ତାରିଖ ଭିତରେ ନିଜ IFSC କୋର୍ଡ ବଦଳାଇବା ପାଇଁ କୁହାଯାଇଥିଲା । କାରଣ ଆଗାମୀ ମାସରୁ ପୁରୁଣା IFSC କୋର୍ଡ ଅମାନ୍ୟ ହୋଇଯିବ । ବନ୍ଧୁଗଣ ଆଗାମୀ ମାସରୁ ଚେକ ଜରିଆରେ ପେମେଣ୍ଟ କରିବାର ଉପାୟ ବଦଳିବାକୁ ଯାଉଛି ।

ବ୍ୟାଙ୍କ ଅଫ ବରୋଦା ଗ୍ରାହକ ମାନଙ୍କ ପାଇଁ ଜୁନ ୧ ତାରିଖରୁ ବଦଳିବାକୁ ଯାଉଛି ଚେକ ଜରିଆରେ ପେମେଣ୍ଟ କରିବାର ଉପାୟ । ବ୍ୟାଙ୍କ ବର୍ତ୍ତମାନ କେତେକ ଠକେଇକୁ ରୋକିବା ପାଇଁ ନୂଆ ପେମେଣ୍ଟ ସିଷ୍ଟମ ଆଣିବାକୁ ଯାଉଛି । ଯେଉଁଥିରେ ଭଲ ଭାବରେ ତଥ୍ୟ ଯାଞ୍ଚ କରାଯିବା ପରେ ଟଙ୍କା କାରବାର କରାଯାଇପାରିବ ।

ଏହା ସହିତ ଆଗାମୀ ମାସରୁ ଗୁଗୁଲ ଷ୍ଟୋରେଜ ପଲିସିରେ ପରିବର୍ତ୍ତନ ହେବାକୁ ଯାଉଛି । ଆଗାମୀ ମାସରୁ ଆପଣ ଗୁଗୁଲ ଫଟୋଜରେ କେବଳ ୧୫ ଜିବିର ଫଟୋ ଷ୍ଟୋର କରିପାରିବେ । ତା ହେଲେ ବନ୍ଧୁଗଣ ଏହି ସବୁ ବଡ ପରିବର୍ତ୍ତନ ହେବାଦ୍ବାରା ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *