ଜୁଲାଇ ମାସ ଆରମ୍ଭରୁ ଆପଣମାନଙ୍କୁ ଲାଗିପାରେ ଝଟକା, ଘଟିବାକୁ ଯାଉଛି 5 ବଡ ପରିବର୍ତ୍ତନ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଜି ହେଉଛି ଜୁଲାଇ 1 ତାରିଖ । ଏହି ମାସର ଆରମ୍ଭରୁ ଆପଣମାନଙ୍କୁ ଲାଗିପାରେ ଝଟକା । ବଦଳିବ କିଛି ଜିନିଷ ଏବଂ ହେବ ବଡ ଧରଣର ପରିବର୍ତ୍ତନ । ଦେଶରେ ଘଟିବ ବଡ ପରିବର୍ତ୍ତନ ଯାହାର ପ୍ରଭାବ ଆମମାନଙ୍କ ଦୈନନ୍ଦିକ ଜୀବନଶୈଳୀ ଉପରେ ପଡିବ । ଘରେ ବ୍ୟବହାର କରୁଥିବା ଜିନିଷ ରୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ ସବୁସ୍ତରରେ ଦେଖାଯିବ ପରିବର୍ତ୍ତନ ।

ଏହା ସମ୍ବନ୍ଧରେ ଆପଣମାନେ ଜାଣିବା ନିହାତି ଜରୁରୀ । ଗତମାସରେ LPG  ଗ୍ୟାସ ଦରରେ ପରିବର୍ତ୍ତନ ହୋଇଥିଲା । ତେବେ ଚଳିତ ମାସରେ ମଧ୍ୟ ଘରେ ବ୍ୟବହାର କରୁଥିବା 14 kg ଏଲପିଜି ଗ୍ୟାସ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିଲା । ମାତ୍ର ସୂଚନା ଅନୁସାରେ ଗ୍ୟାସ ଦରରେ କୋଣସି ପ୍ରକାରର ପରିବର୍ତ୍ତନ ହେଇନି ।

ଅପର ପକ୍ଷେ ଗତମାସରେ CNG  ଦରରେ ପରିବର୍ତ୍ତନ ହୋଇଥିଲା ଏବଂ ଏଥର ମଧ୍ୟ ଦରରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ମାତ୍ର ଏହାପରର ବଡ ପରିବର୍ତ୍ତନ ହେବାକୁ ଯାଉଛି ବ୍ୟାଙ୍କ ସେକ୍ଟରେ   । ବେସରକାରୀ ସଂସ୍ଥାର ସବୁଠାରୁ ବଡ ବ୍ୟାଙ୍କ HDFC  ସହ ମିଶିବାକୁ ଯାଉଛି   HDFC ଲିମିଟେଡ଼ କମ୍ପାନୀ । ଏହା ଫଳରେ ସବୁ ବ୍ୟାଙ୍କରେ  HDFC Finance କମ୍ପାନିର ସବୁ ସୁବିଧା ମିଳିବ ।

ଏହାର ଅର୍ଥ ବ୍ୟାଙ୍କରେ ଲୋନ , ବ୍ୟାଙ୍କ ସମ୍ବନ୍ଧୀୟ ସୁବିଧାମାନ ସହଜରେ ଉପଲବ୍ଧ ରହିବ । ଏହା ବ୍ୟତୀତ RBI FD ରେ ଆଣିପାରେ ବଡ ପରିବର୍ତ୍ତନ । ଏମିତି ହିଁ  FD ରେ ମିଳୁଥିବା ସୁଧ ଲୋକମାନଙ୍କୁ ବେଶ୍ ଆକର୍ଷିତ କରୁଥିବା ବେଳେ ଜୁଲାଇରେ ଏହା 8.5 ପ୍ରତିଶତ ବୃଦ୍ଧି ପାଇବ ବୋଲି ସୂଚନା ରହିଛି । ଦେଶରେ ଖରାପ ଗୁଣବତ୍ତା ଚପଲ ଉପରେ ଲାଗିବ ରୋକ ।

କାରଣ ଏହା ଉପରେ ନିୟନ୍ତ୍ରଣ କରିବାକୁ ଘୋଷଣା ଜାରି କରିଛନ୍ତି କେନ୍ଦ୍ରସରକାର । ତେଣୁ କରି ସମସ୍ତ ଚପଲ ବ୍ୟାପାରିମାନେ ଏହି ନିୟମକୁ ମାନିବା ବାଧ୍ୟତା ଅଟେ । ବ୍ୟାଙ୍କ ଗ୍ରାହକଙ୍କ ନିମନ୍ତେ ଗୁରୁତ୍ଵପୂର୍ଣ୍ଣ ସୂଚନା ହେଉଛି ଚଳିତ ମାସରେ ମୋଟ 15 ଦିନ ବନ୍ଦ ରହିବ ବ୍ୟାଙ୍କ । ଏହି ମାସର ପର୍ବପର୍ବାଣି ମିଶାଇ ଘୋଷଣା ଜାରି ହୋଇଛି । ଏହି କ୍ରମରେ ଜୁଲାଇ 5 ,6,11,13,17,21,28 ଓ 29 ବନ୍ଦ ରହିବା ସୂଚନା ମିଳିଛି । ଖବରକ୍କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *