Juhi Chawla ଙ୍କ ସହିତ Bollywood ର ଏହି Actress ମାନଙ୍କ ସଉତୁଣୀ ବି ଦେଖିବାକୁ ଏମାନଙ୍କ ଠାରୁ ବି ଅଧିକ ସୁନ୍ଦର, ଦେଖନ୍ତୁ ଫଟୋ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ବିଭିନ୍ନ ଫିଲ୍ମ ଦେଖିଥିବେ । ସଉତୁଣୀ ଉପରେ ବଲିଉଡରେ ବହୁତ ଫିଲ୍ମ ହୋଇସାରିଛି  ହେଲେ ବଲିଉଡରେ ଏମିତି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ରିଅଲ ଲାଇଫରେ ଏହି ସମ୍ପର୍କକୁ ସହ୍ୟ କରୁଛନ୍ତି । ଏହି ଅଭିନେତ୍ରୀ ମାନେ କେତେକ ତଲାକ ସୁଦା ସ୍ଵାମୀ ମାନଙ୍କ ସହ ବିବାହ କରିଛନ୍ତି ଓ ଅନ୍ୟ କେତେକ ଅଭିନେତ୍ରୀ ନିଜ ସ୍ଵାମୀକୁ ତଲାକ ଦେଇଛନ୍ତି । ଯାହା ଫଳରେ ସେମାନଙ୍କୁ ଏହି ସଉତୁଣୀର ଖରାପ ସମ୍ପର୍କ ସହ୍ୟ କରିବାକୁ ପଡୁଛି ।

ବନ୍ଧୁଗଣ ଆପଣ ମାନେ ଏମିତି କେତେକ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀଙ୍କ ସଉତୁଣୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ସେହି ବଲିଉଡ ଅଭିନେତ୍ରୀ ମାନଙ୍କ ଠାରୁ ଅଧିକ ସୁନ୍ଦର ଓ ସଫଳ ଅଟନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


କରିସ୍ମା କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ କରିସ୍ମା କପୁର । କରିସ୍ମା ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । କରିସ୍ମାଙ୍କ ସୁନ୍ଦରତା ଓ ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । କରିସ୍ମା ୨୦୦୩ ମସିହାରେ ବିଜନେସ ମ୍ୟାନ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ପିଲା ମଧ୍ୟ ଜନ୍ମ ହୋଇଥିଲେ । ହେଲେ ବିବାହର କିଛି ବର୍ଷ ପରେ ଏହି ଦୁଇଜଣଙ୍କର ଡିଭୋର୍ସ ହୋଇଯାଇଥିଲା । ଏହା ପରେ ସଞ୍ଜୟ ପ୍ରିୟା ସଚଦେବଙ୍କ ସହ ବିବାହ କରିଥିଲେ । ଆଜି ସଞ୍ଜୟ ଓ ପ୍ରିୟା ଦୁଇଟି ପିଲା ର ମାତା ପିତା ହୋଇ ଏକ ସୁଖମୟ ଜୀବନ ଅତିବାହିତ କରୁଛନ୍ତି । ପ୍ରିୟା ପ୍ରଥମେ ଅଭିନୟ କରୁଥିଲେ ହେଲେ ବର୍ତ୍ତମାନ ସେ ଜଣେ ସଫଳ ବିଜନେସ ୱୋମେନ ଅଟନ୍ତି ।


ବିପାଶା ବାସୁ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ବିପାଶା ବାସୁ । ବିପାଶା ବାସୁ ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ବିପାଶା ଅଭିନେତା କରନ ସିଂହ ଗ୍ରୋବରଙ୍କ ସହ ବିବାହ କରିଛନ୍ତି । କରନ ଦୁଇଟି ବିବାହ କରିସାରିଛନ୍ତି । ବିପାଶାଙ୍କ ସଉତୁଣୀ ହେଉଛନ୍ତି ଅଭିନେତ୍ରୀ ଜେନିଫର ବିଙ୍ଗେଟ ।

ପ୍ରଥମେ କରନ ଜେନିଫରଙ୍କ ସହ ବିବାହ କରିଥିଲେ, ହେଲେ ସେ ଜେନିଫରଙ୍କୁ ତଲାକ ଦେଇ ବିପାଶାଙ୍କ ସହ ବିବାହ କରିଥିଲେ । ସୁନ୍ଦରତା ମାମଲାରେ ଜେନିଫର ବିପାଶାଙ୍କ ଠାରୁ ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ଜେନିଫର ବିପାଶାଙ୍କୁ ଘୃଣା କରନ୍ତି ହେଲେ ସେ ବର୍ତ୍ତମାନ ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ହୋଇ ସାରିଛନ୍ତି ଓ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ଜୁହୀ ଚାୱଲା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଜୁହୀ ଚାୱଲା । ଅଭିନେତ୍ରୀ ଜୁହୀ ଚୱଲା ନିଜ ଠାରୁ ଦୁଇଗୁଣ ଅଧିକ ବର୍ଷ ବଡ ଜୟ ମେହେତାଙ୍କ ସହ ବିବାହ କରିଛନ୍ତି । ଏହି ଦୁଇଜଣଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି । ହେଲେ ଜୟ ଜୁହୀଙ୍କ ସହ ବିବାହ କରିବା ପୂର୍ବରୁ ସୁଜାତା ବିର୍ଲାଙ୍କ ସହ ବିବାହ କରି ସାରିଥିଲେ । ହେଲେ ବର୍ତ୍ତମାନ ସୁଜାତା ଏହି ଦୁନିଆରେ ନାହାନ୍ତି ।

କାରଣ ୧୯୯୦ ମସିହାରେ ଏକ ପ୍ଳେନକ୍ରାସରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେହି ସମୟରେ ଜୟ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲେ ହେଲେ ଜୁହୀ ତାଙ୍କୁ ବହୁତ ସପୋର୍ଟ କରିଥିଲେ । ଏହା ପରେ ପାଞ୍ଚ ବର୍ଷ ପରେ ୧୯୯୫ ମସିହାରେ ଜୁହୀ ଓ ଜୟ ବିବାହ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *