ଜଲ୍ଦି ପ୍ରେଗନେଣ୍ଟ ହେବା ପାଇଁ କେଉଁ ଦିନ ସହବାସ କରିବେ, ଜାଣନ୍ତୁ ଏହାର ସଠିକ ନିୟମ- Health Tips

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମହିଳା ମାନଙ୍କ ପାଇଁ ଗର୍ଭବତୀ ହେବା ହେଉଛି ଏକ ସୁଖଦ ଅନୁଭୃତି । ହେଲେ ଏମିତି ମଧ୍ୟ କିଛି ମହିଳା ଅଛନ୍ତି ଯେଉଁମାନେ ଏହି ସୁଖରୁ ବଞ୍ଚିତ ହେଉଛନ୍ତି । ଅନେକ ଥର ଚେଷ୍ଟା କରିଲେ ମଧ୍ୟ ସେମାନେ ଗର୍ଭବତୀ ହେଉନାହାନ୍ତି । ବନ୍ଧୁଗଣ ଏହାର ମୁଖ୍ୟ କାରଣ ହେଉଛି ସଠିକ ସମୟରେ ସହବାସ ନ କରିବା । ଗର୍ଭ ଧାରଣ ପାଇଁ ସଠିକ ସମୟରେ ସହବାସ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଶୀଘ୍ର ଗର୍ଭବତୀ ହେବାର ସଠିକ ଉପାୟ କହିବୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ପ୍ରତ୍ୟେକ ମାସରେ ଏପରି କିଛିଟା ଦିନ ଥାଏ ଯେଉଁ ଦିନ ସହବାସ କରିବା ଦ୍ଵାରା ଗର୍ଭବତୀ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଥାଏ । ଏହି ଦିନ ଗୁଡିକ ପ୍ରତ୍ୟକ ମହିଳା ମାନଙ୍କ ପାଇଁ ଅଲଗା ଅଲଗା ହୋଇଥାଏ । ଏହି ଦିନ ଗୁଡିକ ମହିଳା ମାନଙ୍କର ମାସିକ ଧର୍ମ ଉପରେ ନିର୍ଭର କରିଥାଏ ।

ମହିଳା ମାନଙ୍କର ପିରିଅଡ୍ସ ହେବାର ୬ ଦିନ ପରେ ମାସିକ ଧର୍ମ ବନ୍ଦ ହୋଇ ଯାଇଥାଏ । ଏହା ପରେ ମହିଳାଙ୍କର ଅଣ୍ଡାଶୟରେ ଗୋଟିଏ ଅଣ୍ଡା ଡେଭଲପ ହେବାକୁ ଲାଗିଥାଏ । ଏହି ଅଣ୍ଡା ସଂପୂର୍ଣ୍ଣ ଭାବରେ ବିକଶିତ ହେବା ପାଇଁ ପାଞ୍ଚ ଦିନର ସମୟ ନେଇଥାଏ । ଅର୍ଥାତ ପିରିଅଡ୍ସ ଆରମ୍ଭ ହେବା ପରଠାରୁ ୧୧ ଦିନ ପରେ ଗୋଟିଏ ଅଣ୍ଡା ବିକଶିତ ହୋଇଥାଏ । ଏହାକୁ ଏଭୁଲେସନ କୁହନ୍ତି ।


ବନ୍ଧୁଗଣ ଏହି ଅଣ୍ଡା ପୁରୁଷଙ୍କ ଡିମ୍ବାଣୁ ସହ ମିଶିବା ପାଇଁ ଗର୍ଭାଶୟରେ ଆସି ଅପେକ୍ଷା କରିଥାଏ । ଏଭୁଲେସନ ହେବା ଦିନ ଠାରୁ ପରବର୍ତୀ ପାଞ୍ଚ ଦିନ ହେଉଛି ସହବାସ କରିବାର ସଠିକ ସମୟ । ଅର୍ଥାତ ପିରିଅଡ୍ସ ସରିବାର ୧୧ ଦିନ ପରେ ଆପଣ ପାଞ୍ଚ ଦିନ ମଧ୍ୟରେ ସହବାସ କରିପାରିବେ । ଏହା ଦ୍ଵାରା ଆପଣ ଗର୍ଭବତୀ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ ।

ଯଦି ଏହି ସମୟରେ ପୁରୁଷର ଶୂକ୍ରାଣୁ ସ୍ତ୍ରୀର ଅଣ୍ଡାଶୟରେ ମିସିଥାଏ ତା ହେଲେ ଗର୍ଭ ଧାରଣ ହୋଇଯାଇଥାଏ । କିନ୍ତୁ ପିରିଅଡ୍ସ ହେବାର ୨୦ ଦିନ ପରେ ଗର୍ଭବତୀ ହେବାର ସମ୍ଭାବନା ବହୁତ କମି ଯାଇଥାଏ । ତେଣୁ ଆପଣ ଏହି ସମୟରେ ଯେତେ ଚେଷ୍ଟା କରିଲେ ମଧ୍ୟ ଗର୍ଭଧାରଣ ହୋଇ ନଥାଏ । ତେଣୁ ଯଦି ଆପଣ ଗର୍ଭ ଧାରଣ କରିବାକୁ ଚାହୁଁଛନ୍ତି ତା ହେଲେ ନିଜ ପିରିଅଡ୍ସ ଡେଟକୁ ନୋଟ କରନ୍ତୁ । ସେହି ଡେଟ ଅନୁସାରେ ୧୧ ଦିନ ଛାଡି ପ୍ରତ୍ୟେକ ଦିନ ସହବାସ କରନ୍ତୁ ।

ଯଦି ଆପଣ ନିଜର ଏଭୁଲେସନ ଦିନ ଜାଣିବାକୁ ଚାହୁଁଛନ୍ତି ତା ହେଲେ ମାର୍କେଟରେ ଏଭୁଲେସନ କିଟ୍ ମଧ୍ୟ ମିଳୁଛି । ଆପଣଙ୍କ ପିରିଅଡ୍ସ ସରିବା ପରେ ପ୍ରତ୍ୟକ ଦିନ ଏହି ଏଭୁଲେସନ କିଟ୍ ରେ କିଛି ପରିସ୍ରା ପକାଇ ଏହାକୁ ଟେଷ୍ଟ କରନ୍ତୁ । ଏହା ଦ୍ଵାରା ଆପଣ ଜାଣିପାରିବେ ଯେ କେଉଁ ଦିନ ଆପଣଙ୍କ ଅଣ୍ଡାଶୟରୁ ଅଣ୍ଡା ରିଲିଜ ହେଲା । ତା ହେଲେ ବନ୍ଧୁଗଣ ଗର୍ଭ ଧାରଣ କରିବା ପାଇଁ ନିଶ୍ଚୟ ଏହି ଉପାୟକୁ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ମଧ୍ୟ ଏହାର ପରାମର୍ଶ ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମ ଆର୍ଟିକିଲ ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *