ଯୁଆଡେ ଦେଖିଲେ ସିଆଡେ ପାଣି, ଏବେ ପାଣି ଘେରାରେ ରହିଛି ଜୀବନ…. ଏହାକୁ ନେଇ ଅସନ୍ତୋଷ ଜଣାଇଛନ୍ତି ଅଞ୍ଚଳ ବାସୀ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଗତକାଲିର ଲଗାତାର ବର୍ଷା ଯୋଗୁଁ କେତୋଟି ଅଞ୍ଚଳରେ ଜମିଛି ଆଣ୍ଠୁଏ ଆଣ୍ଠୁଏ ପାଣି । ହଁ ଦର୍ଶକବନ୍ଧୁ ଯେପରି ଲାଗୁଛି ଏଠାରେ ପୋଖରୀ ସୃଷ୍ଟି ହୋଇଛି । ଚଳିତ ବର୍ଷର ବର୍ଷା ଆରମ୍ଭ ହୋଇଥିବା ବେଳେ କେତେକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଆପଣ ଭାବୁଥିଲେ ଏହା ତଳିଆ ଅଞ୍ଚଳ ହୋଇଥିବ କିନ୍ତୁ ତାହା ନୁହେଁ ଏହା ହେଉଛି ଉଦଳା ଏନଏସି  ଚିତ୍ର ।

ଏହି ପାଣିରେ ଜୀବନ ବିତାଉଛନ୍ତି ସାତୋଟି ପରିବାର । ଉଦଳାରେ ଲଗାତାର ବର୍ଷା ରାସ୍ତା ପାଲଟିଗଲା ପୋଖରୀ ଏବଂ ଯିବାଆସିବା କରିବାରେ ଲୋକମାନେ  ସମସ୍ଯା ସମ୍ମୁଖୀନ ହେଉଛନ୍ତି । ଉଦଳା ଏନଏସି 7 ନାନବର ୱାର୍ଡ ର ଘରମାନଙ୍କରେ ପଶିଛି ବର୍ଷା ପାଣି ଓ ଲୋକମାନଙ୍କୁ ପାଣି ଭିତରେ ରହିବାକୁ ପଡୁଛି । କାରଣ ଭିତର ଓ ବାହାର ଉଭୟ ସ୍ଥାନରେ ପାଣି ରହିଛି । ତେଣୁ ଛଅ ରୁ ଅଧିକ ପରିବାର ଜଳବାନ୍ଧି ଅବସ୍ଥାରେ ରହିଛନ୍ତି ।

ଏହାକାର ଲୋକମାନଙ୍କରେ ପାଣି ପଶିଥିବା ହେତୁ ଘରେ ରୋଷାଇ କରିବା କଷ୍ଟକର ହୋଇଯାଇଛି ଲୋକମାନେ ପ୍ରଥମେ ଘରୁ ପାଣି ବାହାରକୁ ବାହାର କରିବାର ରାସ୍ତା ଖୋଜୁଛନ୍ତି କାରଣ ପାଣିରେ ରହିବା ଅତ୍ୟନ୍ତ କଷ୍ଟଦାୟକ ଅଟେ । ରାସ୍ତାରେ ବି ପାଣି ଜମିବାରୁ ବାହାରକୁ ଯାଇ ଅବଶ୍ୟକ ଜିନିଆ ଆଣିବା ସମ୍ଭବ ହୋଇପାରୁନି ।

ଉଦଳାରେ ପରିସ୍ଥିତି ଏଭଳି ଥିବା ବେଳେ ଏମାନଙ୍କ ପାଖକୁ ପ୍ରଶାସନ ବା ଏନଏସିର କୋଣସି ସାହାଯ୍ୟ ପହଞ୍ଚିନୀ । ତେଣୁ ଏହାକୁ ନେଇ ଏହି ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଞ୍ଚଳବାସୀଙ୍କ କହିବା ଅନୁସାରେ ପାଣି ଜମିବା କାରଣରୁ ମଶାର ସଂଖ୍ୟା ବୃଦ୍ଧି ପାଉଛି ଏବଂ ଲୋକମାନଙ୍କୁ କାମୁଡି ମ୍ୟାଲେରିଆ ଭଳି ରୋଗ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ।

ଲୋକମାନେ କହୁଛନ୍ତି ଏହା ପ୍ରତି ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଉ । କାରଣ ଆମ ପିଲାମାନଙ୍କ ଶରୀର ଅସୁସ୍ଥ ହେଉଛି ଏବଂ ପାଣିରେ ରୋଷେଇ କରିକି ଖାଇବା ବହୁତ ଅସୁବିଧା  ହେଉଛି । ତିନିମାସ ପୂର୍ବରୁ ଅସୀମ ପଣ୍ଡା ଆସିଥିଲେ କିନ୍ତୁ ଗତକାଲି ତ୍ରିବର ବର୍ଷା ହେଲା କେହି ବି ଆସି ଦେଖିନାହାଁନ୍ତି ଯେ ଆମେ କେତେ ହଇରାଣ ହେଉଛୁ ବୋଲି । ତେବେ ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *