ଏହି ଝିଅଟିକୁ ଭାଇ ଜଣକ ଏମିତି କଣ କହିଲେ, ଯାହା ଏବେ ସୋସିଆଲ ମିଡିଆରେ ନିଆଁ ପରି ହେଉଛି ଭାଇରାଲ, ଦେଖନ୍ତୁ Video

ବନ୍ଧୁଗଣ କରୋନା ମହାମାରୀ ପାଇଁ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ ପ୍ରାୟତଃ ଅଧିକାଂଶ ଲୋକ ବର୍ତ୍ତମାନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ସରକାର କିଛି ରାଜ୍ୟର ସଂକ୍ରମଣ ହାରକୁ ଦେଖି ଲକଡାଉନ ଘୋଷଣା କରିଛନ୍ତି ।

ଲକଡାଉନ କାରଣରୁ ଶିକ୍ଷା କ୍ଷେତ୍ର ଓ ଆର୍ଥିକ ଅବସ୍ଥାରେ ବିଶେଷ ପ୍ରଭାବ ପଡୁଛି । ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଅନଲାଇନ କ୍ଳାସ କରିବା ପାଇଁ ନିର୍ଦେଶ ଦିଆଯାଇଛି । ଗତ କିଛି ଦିନ ତଳେ ମାଟ୍ରିକ ରେଜଲ୍ଟ ବାହାରିଥିଲା ।

ଏଥର ମାଟ୍ରିକ ପରୀକ୍ଷାରେ ପ୍ରାୟ ଅଧିକାଂଶ ଛାତ୍ର ୮୦ ପ୍ରତିଶତରୁ ଅଧିକ ମାର୍କ ଆଣିଛନ୍ତି । ବିନା ପରୀକ୍ଷାରେ ଭଲ ମାର୍କ ଆଣି ମଧ୍ୟ କିଛି ଛାତ୍ର ଛାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନୁଆ ପକ୍ଷରେ କିଛି ଛାତ୍ର ଛାତ୍ରୀଙ୍କ ମାର୍କ ୫୦ ପ୍ରତିଶତରୁ କମ ଥିବାରୁ ସେମାନେ ବହୁତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗତ କିଛି ଦିନ ହେବ କିଛି ମାଟ୍ରିକ ଛାତ୍ର ଛାତ୍ରୀଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । କିଛି ଛାତ୍ରୀ ମାନେ ନିଜ ମାର୍କକୁ ବଢାଇବା ପାଇଁ ସୀମା ପାର କରିଛନ୍ତି । ଏପରିକି ସରକାରୀ ସ୍କୁଲ ଓ ପ୍ରାଇଭେଟ ସ୍କୁଲକୁ ତୁଳନା ମଧ୍ୟ କରିଛନ୍ତି ।

ସରକାରୀ ସ୍କୁଲର ପିଲା ମାନଙ୍କୁ ପ୍ରାଇଭେଟ ସ୍କୁଲର ପିଲା ମାନେ ନୀଚ ନଜରରେ ଦେଖିଥିବାରୁ ସେମାନଙ୍କୁ କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଟ୍ରୋଲ କରାଯାଉଛି । ମାଟ୍ରିକ ରେଜଲ୍ଟକୁ ନେଇ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି କହୁଛନ୍ତି-‘ ନମସ୍କାର ଜଣାଉଛି ସମସ୍ତଙ୍କୁ ବର୍ତ୍ତମାନର ସମୟରେ ମେଟ୍ରିକ ରେଜଲ୍ଟ ପରେ ପିଲା ମାନଙ୍କୁ ଯେଉଁ ପରି ଭାବରେ ଟ୍ରୋଲ କରାଯାଉଛି ତାହା ତ ଆପଣ ମାନେ ଜାଣିଥିବେ । ପିଲା ମାନେ ନିଜ ମର୍କ ପ୍ରତି ଅସନ୍ତୋଷ ପ୍ରକାଶ କରୁଛନ୍ତି ଓ ସରକାରଙ୍କ ଉପରେ ସବୁ ଦୋଷ ପକାଉଛନ୍ତି’ ।

ଏହାପରେ ଆଗକୁ ବ୍ୟକ୍ତି କହିଲେ-‘ଏହି ସମୟରେ ଆପଣ ମାନେ ପିଲା ମାନଙ୍କର କଥାବାର୍ତ୍ତା ଉପରେ ଟିକେ ନଜର ପକାନ୍ତୁ । ପିଲା ମାନେ କିପରି ସରକାରୀ ସ୍କୁଲ ବିଷୟରେ ଖରାପ କଥା କହୁଛନ୍ତି ଆପଣ ଟିକେ ନଜର ପକାନ୍ତୁ । କେତେକ ପିଲା ସରକାରୀ ସ୍କୁଲ ପିଲାଙ୍କ ଷ୍ଟାଣ୍ଡାଡ ବିଷୟରେ କହିଛନ୍ତି । ଆପଣ ମାନେ କଣ କୌଣସି ସରକାରୀ ସ୍କୁଲକୁ ଯାଇ ସର୍ଭେ କରିଛନ୍ତି କି’।

ଏହାପରେ ଆଗକୁ ବ୍ୟକ୍ତି କହିଲେ-‘ ଏତେ ବଡ ବଡ କଥା କହିବା ପୂର୍ବରୁ ଏସବୁ ବିଚାର ପିଲା ମାନଙ୍କ ମନକୁ ଆସୁଛି କେମିତି । ବୋଧେ ସ୍କୁଲ କର୍ତ୍ତୁରପକ୍ଷ ମାନେ ପିଲା ମାନଙ୍କ ମନରେ ଏହି ସବୁ କଥା ପୁରାଇ ପାରନ୍ତି । ତେଣୁ ଆମ ମାନଙ୍କୁ ତାଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ପଡିବ ଓ ସରକାରଙ୍କୁ ତାଙ୍କ ମାର୍କ ଉପରେ ଧ୍ୟାନ ଦେବାକୁ ପଡିବ’ ।

ବନ୍ଧୁଗଣ ଏହି ପ୍ରସଙ୍ଗରେ ଆପଣଙ୍କ ମତାମତ କଣ ? ପ୍ରାଇଭେଟ ଛାତ୍ରୀ ମାନେ ଯେଉଁଭଳି ଭାବେ ସରକାରୀ ବିଦ୍ୟାଳୟର ପିଲାଙ୍କୁ ନିମ୍ନ ଧାଡିରେ ଦେଖୁଛନ୍ତି ତାହା କେତେ ଦୂରେ ଠିକ ? ଆପଣଙ୍କ ମତାମାତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *