ମଜାଳିଆ ଜୋକ୍ସ: ଝିଅଟି ତାର ବିବାହକୁ ଆସିଥିବା ନିଜ ପୁରୁଣା ବୟଫ୍ରେଣ୍ଡକୁ କହିଲା… କାଲି ମୋ ବାହାଘର ଓ ତା ପରେ ଚଉଠି… ପୁଅଟି ଯାହା କହିଲା, ଆପଣ ନ ହସି ରହିପାରିବେନି

ବର୍ତ୍ତମାନର ସମୟରେ ସବୁ ମଣିଷ ଟଙ୍କା କମେଇବା ପାଇଁ ଦିନ ରାତି କଷ୍ଟ କରୁଛନ୍ତି । ଯାହା ଫଳରେ ସେମାନେ ଅଧିକାଂଶ ସମୟ ଚିନ୍ତା ଓ କ୍ଳାନ୍ତ ହୋଇ ରହୁଛନ୍ତି । ଜୀବନରେ ଖୁସି ରହିବା ବହୁତ ଆବଶ୍ୟକ ହୋଇଥାଏ । ଖୁସି ରହିବା ଦ୍ଵାରା ଆମେ ବହୁତ ଭଲ ଭାବରେ ନିଜ କାମ କରିବା ସହ ଅଧିକ ଚିନ୍ତା ନେବାରୁ ମଧ୍ୟ ବଞ୍ଚିଥାଉ । ସେଥିପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ଓଡିଆ ଜୋକ୍ସ ଆଣିଛୁ, ଯାହାକୁ ପଢିଲେ ଆପଣଙ୍କୁ ଖୁସି ଓ ଆନନ୍ଦ ମିଳିବ । ତେବେ ଆସନ୍ତୁ ଜାଣିବା ଏହି ଜୋକ୍ସ ବିଷୟରେ ।

ଜୋକ୍ସ-୧

ସ୍ତ୍ରୀ- ତୁମକୁ ମୋର ସୁନ୍ଦରତା ଅଧିକ ଭଲ ଲାଗେ ନା ସଂସ୍କାର ?

ପତି- ହା ହା ହା… ମୋତେ ତ ତୁମର ଏହି ମଜାକ କରିବାର ଅଭ୍ୟାସ ଟା ବହୁତ ଭଲ ଲାଗେ ।

ଜୋକ୍ସ-୨

ଛୁରୀ ଦ୍ଵାରା ଗଛରେ ନିଜ ପ୍ରେମିକାର ନାମ ଲେଖିବା ଠାରୁ ଭଲ ହେବ ଗୋଟେ ଗଛ ନେଇ ନିଜ ପ୍ରେମିକା ଘର ସାମ୍ନାରେ ଲଗାଇଦେବା ଓ ସବୁବେଳେ ଗଛକୁ ପାଣି ଦେବା ବାହାନାରେ ନିଜ ପ୍ରେମିକାକୁ ଦେଖି ମଧ୍ୟ ହେବ ।

ଜୋକ୍ସ-୩

ପତ୍ନୀ- ସୋମବାର ଦିନ ସପିଙ୍ଗ, ମଙ୍ଗଳବାର ଦିନ ହୋଟେଲ, ବୁଧବାର ଦିନ ବୁଲିବାକୁ, ଶୁକ୍ରବାର ଦିନ ସିନେମା ଓ ଶନିବାର ଦିନ ପିକ ନିକ, ଜାନୁ କେତେ ମଜା ଲାଗିବ ।

ପତି- ହଁ ଆଉ ବାକି ରହିଯାଇଥିବା ରବିବାର ଦିନ ମନ୍ଦିର ଯିବା ।

ପତ୍ନୀ- କାହିଁକି ?

ପତି- ଭିକ ମାଗିବା ପାଇଁ ।

ଜୋକ୍ସ-୪

ପତି ପତ୍ନୀଙ୍କ ମଧ୍ୟରେ ଝଗଡା ହେଲା ଯାହାଫଳରେ ବହୁତ ଦିନ ସେମାନେ ପରସ୍ପର ସହ କଥା ବାର୍ତା ନହୋଇ ରହିଲେ । ଦିନେ ପତ୍ନୀ ଆସି ପତିକୁ କହିଲା ଏମିତି ଝଗଡା କରି ରହିଲେ ଭଲ ଲାଗୁନି ଚାଲ ଆମେ ବୁଝାବଣା କରିନେବା, ଅଳ୍ପ ତମେ କରିବ ଅଳ୍ପ ମୁଁ କରିବି ।

ପତି- ଠିକ ଅଛି ତା ହେଲେ ମୋତେ କଣ କରିବାକୁ ହେବ ?

ପତ୍ନୀ- ଭୁଲ ମାଗିନିଅ ମୁ କ୍ଷମା କରିଦେବି ।

ଜୋକ୍ସ-୫

ଶଶୁର- ଆସନ୍ତୁ ଜ୍ଵାଇଁ ବାବୁ… ଆଜି ସକାଳୁ ସକାଳୁ ହଠାତ ଦର୍ଶନ ଦେଇଦେଲ ?

ଜ୍ଵାଇଁ- ଆପଣଙ୍କ ଝିଅ ସହ ଝଗଡା ହୋଇଯାଇଥିଲା ତ । ସେ କହିଲା ନର୍କକୁ ଯାଅ ।

ଜୋକ୍ସ-୬

ସନ୍ତା ବହୁତ କଠୋର ତପସ୍ୟା କରୁଥିଲା

ଭଗବାନ ପ୍ରସନ୍ନ ହୋଇ ପ୍ରକଟ ହୋଇ ଗଲେ ।

ଭଗବାନ- ମାଗ ବତ୍ସ କଣ ବରଦାନ ଦରକାର ?

ସନ୍ତା- ସିଷ୍ଟମରେ ଚାଲନ୍ତୁ ପ୍ରଭୁ… ପ୍ରଥମେ ତପସ୍ୟା ଭଙ୍ଗ କରିବା ପାଇଁ ଆସୁଥିବା ଅପସରା ମାନେ କୁଆଡେ ଗଲେ ।

ଜୋକ୍ସ-୭

ପତି- ଏହି ଜୀବନରୁ ମୁଁ ବିରକ୍ତ ହୋଇ ଗଲିଣି, ହେ ପ୍ରଭୂ ମୋତେ ଉଠେଇ ନିଅ ।

ପତ୍ନୀ- ନା ଭଗବାନ ମୋ ପତିଙ୍କୁ ଉଠାଇବା ପୂର୍ବରୁ ପ୍ରଥମେ ମୋତେ ଉଠେଇ ନିଅ ।

ପତି- ହେ ପ୍ରଭୁ, ମୁଁ ମୋର ଇଛାକୁ ଫେରେଇ ଆଣିଲି, ପ୍ରଥମେ ତୁମେ ମୋ ପତ୍ନୀର କଥା ଶୁଣି ନିଅ ।

ଜୋକ୍ସ-୮

ଝିଅଟି ତାର ବିବାହକୁ ଆସିଥିବା ନିଜ ପୁରୁଣା ବୟଫ୍ରେଣ୍ଡକୁ କହିଲା…

ଝିଅ – କାଲି ମୋ ବାହାଘର

ଓ ତା ପରେ ମୋ ଚାତୁର୍ଥୀ ରାତି…

ଏବେ ପୁଣି କାହିଁକି ଆସିଛ ମୋ ଜୀବନରେ ?

ପୁଅ – Dj ର ଅର୍ଡର ମତେ ହିଁ ମିଳିଛି …

ଏବେ କାମ-ଧନ୍ଦା ବି ଛାଡିଦେବି ନା କଣ

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଜୋକ୍ସ କିପରି ଲାଗିଲା ଆମକୁ ଜଣାନ୍ତୁ । ଭଲ ଲାଗିଥିଲେ ନିଜେ ହସିବା ସହ ଶେୟାର କରି ଅନ୍ୟମାନଙ୍କୁ ବି ହସାନ୍ତୁ । ପ୍ରତିଦିନ ଏମିତି ନୂଆ ନୂଆ ମଜାଳିଆ ପୋସ୍ଟ ପାଇଁ ପେଜକୁ ଲାଇକ କରି ଆମ ସହ ଯୋଡି ହୁଅନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *