ଆଲବମରେ କ୍ଵିନ କରିବେ ଏବଂ ତାଙ୍କୁ ଟଙ୍କା ଦେବେ, ଏଭଳି କିଛି ପ୍ରଲୋଭନ ଦେଖାଇ ଜଣେ ଯୁବକ ଫୁଲବାଣୀରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ଆସିଛି । ଫୁଲବାଣୀର ଜଣେ ମହିଳା ଏହି ଅଭିଯୋଗ ଆଣିଛନ୍ତି କେବଳ ଶାରୀରିକ ସମ୍ପର୍କ ନୁହେଁ ଦେହ ବ୍ୟବସାୟରେ ମଧ୍ୟ ଲିପ୍ତ କରେଇଥିବା ଅଭିଯୋଗ ଆଣିଛନ୍ତି ମହିଳା । ଅଭିଯୋଗ ନେଇ ମହିଳା ଜଣକ ମହିଳା କମିଶନଙ୍କ ପାଖକୁ ଆସିଛନ୍ତି ।

ତେବେ ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ ନିଜ ଅଭିଯୋଗ କହିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ । ମହିଳା ଜଣକ କହିଛନ୍ତି-‘ମୁ କନ୍ଧମାଳରୁ ଆସିଛି ମୁ ଯାହା ନାମରେ ଅଭିଯୋଗ କରିଛି ତା ନାମ ହେଉଛି ମିଲନ କହର’ ।
ଆଗକୁ ସେ କହିଛନ୍ତି-‘ମିଲନ ନିଜକୁ ଏକ ବହୁତ ବଡ ଡନ୍ ଭାବେ । ତାର ଜଣେ ଭଉଣୀ ଫୁଲବାଣୀ ମହିଳା କମିଶନରେ ଅଛି । ମୋତେ ସେ ଆଲବମ କ୍ଵିନ ଓ ଟଙ୍କାର ପ୍ରଲୋଭନା ଦେଖାଇ କିଡ୍ନାପ କରି ଭୁବନେଶ୍ଵର ଧରି ଚାଲିଆସିଥିଲା । ସେଠି ନେଇ ସେ ମୋତେ ଦେହ ବ୍ୟବସାୟରେ ରଖିଥିଲା ୮ ମାସ । ଗତ ୨୦୨୦ ଡିସେମ୍ବରରୁ ନେଇ ୨୦୨୧ ଜୁଲାଇ ପର୍ଯ୍ୟନ୍ତ ସେ ମୋତେ ଦେହ ବ୍ୟବସାୟରେ ରଖିଥିଲା’ ।
ଆଗକୁ ସେ କହିଛନ୍ତି- ‘ସେ ମୋର ଭିଡିଓ ଆଉ ଫଟୋ ମଧ୍ୟ ରଖିଛନ୍ତି । ସେହି ସ୍ଥାନରୁ କେମିତି କଣ କରିକି ମୁ ମୋ ସ୍ଵାମୀ ପାଖକୁ ପଳେଈ ଆସିଲି ଆଉ ମୁ ମୋ ସ୍ଵାମୀଙ୍କୁ ସବୁ କିଛି କହିଲି । ସ୍ଵାମୀ ମତେ ସାହାର୍ଯ୍ୟ କରିଲେ ଆଉ ଆମେ ଫୁଲବାଣୀ ଥାନାରେ ଗୋଟେ ଏତଲା ବି ଦେଲୁ । ସେହି ଲୋକଟା ଆମକୁ ଧମକ ଚମକ ଦେଉଛି ରାସ୍ତା ଦେଖା ହେଲେ ମାରିଇଦେବ ବୋଲି କହୁଛି’ ।

ଆଗକୁ ସେ କହିଛନ୍ତି-‘ଅବିକା ଫୁଲବାଣୀ ଟାଉନ ଥାନା କୌଣସି ପଦକ୍ଷେପ ନେଇ ନାହାନ୍ତି । ଜାନୁୟାରୀ ୭ ତାରିଖରୁ ଜାନୁୟାରୀ ୨୦, ୨୧ ହେଲାଣି ସେ କିଛି ପଦକ୍ଷେପ ନେଇ ନାହାନ୍ତି । ଜାନୁୟାରୀ ୮ ତାରିଖରେ ମୁ ମାରକେଟ ଯିବା ସମୟରେ ମିଲନ ମତେ କିଇଡ୍ନାପ କରି ଜୋର ଜବରଦସ୍ତି ସମ୍ବଲପୁର ନେଇଗଲା ସେଇଠୁ ମୁ ୧୮ ତାରିଖ ଖସିକି ଆସିଲି ବରମୁଣ୍ଡା ବସ ଷ୍ଟାଣ୍ଡକୁ । କାଲି ମୁ ଏୟାରଫିଲ ଥାନାକୁ ଯାଇଥିଲି ସେଠି ଯିଏ ମ୍ୟାଡମ ଅଛନ୍ତି ମୁ ତାଙ୍କୁ ସବୁ କଥା କହିଥିଲି । ହେଲେ ସାର ମତେ ଚିଲେଇକି କହିଲେ ତମେ ଏଠୁ ପଳାଅ ଆଉ ତମ ସ୍ଵାମୀଙ୍କୁ ଡାକ’ ।

