ଏମିତି ଝିଅ ମାନଙ୍କ ଠାରୁ ଟିକେ ରୁହନ୍ତୁ ସାବଧାନ୍, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ, ଅଧିକାଂଶ ସମୟରେ ଆପଣ ମାନେ ନିଶ୍ଚିତ ଦେଖିଥିବେ ଯେ କିଛି ଝିଅ ଅଥବା ପୁଅ ନିଜ ହାତରେ ବେଗ ଧରି କିଛି ଜିନିଷ ଯେପରି ସାବୁନ, ତେଲ, ପାଉଡର ଇତ୍ୟାଦି ବିଭିନ୍ନ ପ୍ରକାରର ଜିନିଷ ବିକ୍ରି କରିଥାନ୍ତି । ସେମାନେ ଏଭଳି ବହୁତ ପ୍ରକାରର ପ୍ରଡ଼କ୍ଟ ଧରି ଆପଣଙ୍କ ପାଖକୁ ବିକ୍ରି କରିବାକୁ ଆସିଥାନ୍ତି । ସେମାନେ ଆପଣଙ୍କ ଘରକୁ ମଧ୍ୟ ବହୁତ ଜିନିଷ ଧରି ଆସିଥାନ୍ତି ମାତ୍ର ଆପଣ କେବେ ଭାବିଛନ୍ତି ଯେ କାହିଁକି ସେମାନେ ମାର୍କେଟ ରେ ଯେଉଁ ଜିନିଷ ୧୦ ଟଙ୍କା ରେ ମିଳେ, ସେମାନେ ସେହି ଜିନିଷ କୁ ଆପଣଙ୍କ ଘରକୁ ଆସି ସେତିକି ଦରରେ ଆପଣଙ୍କୁ ବିକ୍ରି କରିଥାନ୍ତି ।

ଆପଣ ଜାଣିଛନ୍ତି କି ଏଥିରେ ସେମାନଙ୍କର କେଉଁ କେଉଁ ଫାଇଦା ହୋଇଥାଏ ? ଏବଂ ସେମାନେ କାହିଁକି ସେଲ କରିବା ପରେ ଆପଣଙ୍କ ଫୋନ ନମ୍ବର ମାଗିଥାନ୍ତି ? ଆଜି ଆମ୍ଭେ ଆପଣ ମାନଙ୍କୁ ଏହିସବୁ ବିଷୟ ପଛର ତତ୍ଵ ପ୍ରଦାନ କରିବାକୁ ଯାଉଅଛୁ । ଏହିଭଳି ଝିଅ ଅଥବା ପୁଅ ମାନେ ବ୍ୟାଗ ରେ କିଛି ପ୍ରଡ଼କ୍ଟ ଧରି ଆପଣଙ୍କ ଘର ନିକଟକୁ ଆସିଥାନ୍ତି ଏବଂ ସେମାନେ କୁହନ୍ତି ଯେ ଆମ୍ଭ କମ୍ପାନି ଏହି ନୂଆ ପ୍ରଡ଼କ୍ଟ କୁ ବାହାର କରିଛି ।

ଏହାର ମୂଲ୍ୟ ୧୨ ଟଙ୍କା ରହିଛି ମାତ୍ର ଏହା ନୂତନ କରି ଲଞ୍ଚ ହୋଇଥିବାରୁ ଆପଣଙ୍କୁ ଏହା ୧୦ ଟଙ୍କା ରେ ବିକ୍ରି କରାଯାଉଅଛି । ଏଭଳି ଶୁଣିବା ମାତ୍ରେ କିଛି ଲୋକ ମନା କରିଦେଇଥାନ୍ତି । ଏଥିପାଇଁ କମ୍ପାନୀ ମାନେ ପୁଅ ଅପେକ୍ଷା ଝିଅ ମାନଙ୍କୁ ଏହିଭଳି କାର୍ଯ୍ୟ ନିମନ୍ତେ ନିଯୁକ୍ତି ଦେଇଥାନ୍ତି । କାରଣ ପୁଅ ଅପେକ୍ଷା ଝିଅ ମାନଙ୍କୁ ଲୋକେ ବହୁତ ବିଶ୍ଵାସ କରି ଜିନିଷ କିଣିବେ । ଏହାପରେ ଏହି ଝିଅ ମାନେ ଅତି ଚତୁରତାର ସହିତ ଜିନିଷ ବିକ୍ରି କରି ସେମାନଙ୍କ ଫୋନ ନମ୍ବର ମାଗିଥାନ୍ତି ।

ଏହାପରେ ସେହି ଫୋନ ନମ୍ବର କୁ ନେଇ ସେମାନେ ଏକ ନମ୍ବର ରେ ମିସକଲ କରନ୍ତି । ଏହାପରେ ଆପଣଙ୍କ ଫୋନ କୁ ଏକ OTP ଯାଇଥାଏ । ସେମାନେ ଏହି OTP କୁ ଲୁଚାଇ ନେଇ ଯାଇଥାନ୍ତି । ସେମାନେ ଆପଣଙ୍କ ଫୋନ କୁ ଆସିଥିବା OTP କୁ ନେବାପରେ ଆପଣଙ୍କ ଫୋନ କୁ ଆସିଥିବା ସମସ୍ତ ଡାଟା, ସମସ୍ତ ଇନ୍ଫୋରମେସନ ତାଙ୍କ ପାଖକୁ ଚାଲି ଯାଇଥାଏ । ଏହା ଛଡା କମ୍ପାନୀ ନାମ ରେ ଆସିଥିବା କିଛି ଠ-କ ମାନେ ଏହି OTP କୁ ନେଇ ଆପଣଙ୍କ ଫୋନ କୁ ହା-କ କରିଦେଇଥାନ୍ତି ।

ଆପଣ କେବେ ଧ୍ୟାନ ଦେଇଛନ୍ତି ଯେ ଅଧିକାଂଶ ସମୟରେ ଆପଣଙ୍କ ଫୋନ କୁ କିଛି ବ୍ୟାଙ୍କ ସମ୍ବନ୍ଧିତ ମେସେଜ ଅଥବା ଜିମେଲ ରେ ବହୁତ ଗୁଡାଏ ଆପ୍ଲିକେସନ ୱେବସାଇଟ ର ମେସେଜ ଆସିଥାଏ । ଏହା ସମ୍ବନ୍ଧରେ ଆପଣ ଆଦୌ କିଛି ଜାଣି ନଥାନ୍ତି ।

ଏହିସବୁ ର କାରଣ ହେଉଛି ଓଟିପି । ସେମାନେ ଆପଣଙ୍କ ଫୋନ ମାଧ୍ୟମରୁ ଏହିଭଳି ଭାବରେ ସମସ୍ତ ତଥ୍ୟ ନେଇଯାଇଥାନ୍ତି । ଏଣୁ ଆପଣ ଏଥିପ୍ରତି ସତର୍କ ଦିଅନ୍ତୁ । ଆପଣ ମାନେ ମଧ୍ୟ ସାବଧାନ ରୁହନ୍ତୁ ଏହି ଭଳି ଠକୁଆ ଙ୍କ ଠାରୁ । ଏହି ଲେଖାଟି କେବଳ ସଚେତନତା ପାଇଁ, କାହାର କାମକୁ ଅପମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ । ନିଜର ମତାମତ ଆମକୁ ଜଣେଇବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *