ନିଜ ଝିଅ ସହ ଡ୍ୟାନ୍ସ କରି ଟ୍ରୋଲ ହେଲେ ଲୋକପ୍ରିୟ କୋରିୟଗ୍ରାଫର Ganesh Acharya, ଦେଖନ୍ତୁ ବାପ ଝିଅଙ୍କ ଧମାକେଦାର ଡ୍ୟାନ୍ସ…ଦେଖନ୍ତୁ Video

ବନ୍ଧୁଗଣ ଏବେ ବାପା ଝିଅଙ୍କର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହି ଡ୍ୟାନ୍ସ ଭିଡିଓଟିକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ବାପା ଝିଅ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି ଏ ହେଉଛନ୍ତି ବଲିଉଡର ନାମିଦାମି କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟ ଓ ତାଙ୍କ ଝିଅ । ଗଣେଷ ଆଚାର୍ଯ୍ୟଙ୍କୁ ତ ଆପଣ ମାନେ ସମସ୍ତେ ବେସ ଭଲ ଭାବରେ ଜାଣିଥିବେ । ଗଣେଷ ଆଶ୍ଚର୍ଯ୍ୟ କହିବାକୁ ଗଲେ ଗୋଟେ ସମୟରେ ସବୁଠାରୁ ଫେମସ କୋରିଓଗ୍ରାଫର ରୂପେ ପରିଚିତ ଥିଲେ ।

ଗଣେଷ ଆଚାର୍ଯ୍ୟ ଏବେ ପୁଣି ଚର୍ଚ୍ଚାରେ ଆସିଯାଇଛନ୍ତି । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗଣେଷ ନିଜ ଝିଅ ସହ ଡ୍ୟାନ୍ସ କରି ଚର୍ଚ୍ଚାରେ ଆସିଯାଇଛନ୍ତି । ତାଙ୍କର ଏହି ଡ୍ୟାନ୍ସ ଭିଡିଓକୁ ଟିକେ ଭଲ ଭାବରେ ଦେଖନ୍ତୁ । ଏହି ଭିଡିଓରେ ନିଜ ଝିଅ ସହ ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଗଣେଷ ।

ଆପଣ ମାନେ ଏହି ଭିଡିଓରେ ଦେଖିପାରୁଥିବେ ଗଣେଷ ଓ ତାଙ୍କ ଝିଅ କେମିତି ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ମାନେ କମେଣ୍ଟ ବର୍ଷଣ କରୁଛନ୍ତି । ଏହା ସହିତ ଅନେକ ୟୁଜର୍ସ ଗଣେଷଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି । ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଗଣେଷ ଆଚାର୍ଯ୍ୟଙ୍କୁ କିଏ ବା ନ ଜାଣନ୍ତି ।

ସେ ନିଜ ଡ୍ୟାନ୍ସ ଦ୍ଵାରା ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବନ୍ଧୁଗଣ ଗଣେଷ ସବୁବେଳେ ନିଜ ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆଉ ଏବେ ଗଣେଷ ଆଲୋଚନାରେ ରହିବାର ମୁଖ୍ୟ କାରଣ ହେଉଛି ତାଙ୍କ ଝିଅ ସହ ଏହି ଡ୍ୟାନ୍ସ ଭିଡିଓ । ଏହି ଭିଡିଓଟିକୁ ଗଣେଷ ନିଜେ ତାଙ୍କ ଇନ୍ସ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଭିଡିଓରେ ଗଣେଷ ଗୀତର ତାଳେ ତାଳେ ନିଜ ଝିଅ ସହ ରୋମାଣ୍ଟିକ ହୋଇଥିବାର ନଜର ଆସିଛନ୍ତି ।

ଆଉ ଏହାକୁ ନେଇ ଲୋକମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି । ବାପ-ଝିଅ ନାଚର ଏହି ଯୁଗଲବନ୍ଦିକୁ ଦେଖିବା ପରେ ୟୁଜର୍ସ ମାନେ କହିବାକୁ ଗଲେ ଜମା ବି ପସନ୍ଦ କରି ନାହାନ୍ତି । ବାପ-ଝିଅଙ୍କ ଏଭଳି ଡ୍ୟାନ୍ସ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଅନେକ ୟୁଜର୍ସ । କେହି କେହି ତ ଏହାକୁ ନିନ୍ଦା କରି ନିଜ କମେଣ୍ଟ ରଖିଛନ୍ତି । ତା ହେଲେ ବନ୍ଧୁଗଣ ଗଣେଷ ଆଉ ତାଙ୍କ ଝିଅଙ୍କ ଏହି ଡ୍ୟାନ୍ସ ଭିଡିଓ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *