ଝିଅର ପେଟ ପୋଷିବା ପାଇଁ ଭିକ୍ଷା ମାଗୁଥିଲି, ଗୀତ ଗାଇବାକୁ ଇଛା ଥିଲେ ବି ସୁବିଧା ନଥିଲା, ଏଭଳି କହିଛନ୍ତି Sushmita Jena

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ସୁସ୍ମିତା ଜେନା ଯୁବତୀ ଯିଏ କି ଅସୀମା ପଣ୍ଡାଙ୍କ ପରି ଗୀତ ଗାଆନ୍ତି ତେବେ ସୋସିଆଲ ମିଡିଆରେ ସେ ଗୀତ ଗାଇଥିବା ଏକ ଭିଡିଓ ବହୁତ ଚର୍ଚ୍ଚା ଧରିଥିଲା । ତେବେ ଭାଗ୍ୟବିଧି ବି କେତେକ ମହତ କେବେ କିପରି କାହା ପାଖକୁ ଆସି ପହଞ୍ଚିବ କିଏ ଜାଣିପାରେ ନାହିଁ । ଏହି ମହିଳା ଜଣଙ୍କ ମଧ୍ୟ ଖୁବ୍ ଭଲ ଗୀତ ଗାଆନ୍ତି କିନ୍ତୁ କୁନି ଝିଅର ପେଟ ପୋଷିବା ପାଇଁ ଭିକ୍ଷା ବୃତ୍ତି କରୁଥିଲେ ।

ମାତ୍ର ଆଜି ତାଙ୍କ ଭାଗ୍ୟ ଫିଟିଛି ଦୁଃଖର ଅନ୍ଧକାରରେ ଆଶାର ଆଲୁଅଟିଏ ପ୍ରକାଶିତ ହୋଇଅଛି । ଆସନ୍ତୁ ଜାଣିବା ସୁସ୍ମିତା ତାଙ୍କ ଭାଗ୍ୟପରିବର୍ତ୍ତନ ବାବଦରେ ସୋସିଆଲ ମିଡିଆରେ କହିଛନ୍ତି । ତାଙ୍କ କହିବା ଅନୁସାରେ ଖୁବ୍ କାମ ବୟସରେ ତାଙ୍କର ବିବାହ କରାଯାଇଥିଲା । ବାପାମା’ ଙ୍କର ପାଞ୍ଚ ଝିଅ ହୋଇଥିବା କାରଣରୁ ଅଧିକ ପାଠ ପଢାଇପାରିଲେ ନାହିଁ ।

ସୁସ୍ମିତା ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ବିବାହ ହେବ ପରେ ତାଙ୍କ ସ୍ଵାମୀ ଚୋରି ,ଡକାୟତ କାମ କରୁଥିବା କାରଣରୁ ସୁସ୍ମିତା ନିଜ ଆଡୁ ତାଙ୍କୁ ଛାଡିଦେଇଥିଲେ । ପରେ ଝିଅର ପେଟ ପୋଷିବା ପାଇଁ ବାଲେଶ୍ଵରରୁ ଭୁବନେଶ୍ଵରକୁ ଆସି ଲୀଙ୍ଗରାଜ ମନ୍ଦିର ବାହାରେ ବସି ଭିକ୍ଷା ବୃତ୍ତି କରି ପେଟ ପୋଷୁଥିଲେ ।

ଦିନେ ସେ ଗାଇଥିବା ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେଣୁ ତାଙ୍କୁ ଗୀତ ଗାଇବାର ସୁବର୍ଣ୍ଣ ସୁଯୋଗ ମିଳିଥିଲା । ଏବେ ତାଙ୍କର ଗୀତର ସୁଟିଙ୍ଗ ସରିଛି ତେବେ ସୁସ୍ମିତା କହୁଛନ୍ତି କି ସେ ଏହାରେ ଶ୍ରେୟ ଭଗବାନକୁ ଦେବାକୁ ଚାହୁଛନ୍ତି ଏବଂ ଏହା ପରେ ନିଜକୁ ମଧ୍ୟ । ତାଙ୍କ ପରି ଅନେକ ଝିଅମାନେ ହାର ମାନି ବସିଥାନ୍ତି କିନ୍ତୁ ସେମାନଙ୍କୁ ଗୋଟିଏ ବିଷୟ କହିବାକୁ ଚାହୁଁଛନ୍ତି କି ଆଗକୁ ଆସି ଚେଷ୍ଟା କରନ୍ତୁ ନିଶ୍ଚୟ ଭଗବାନ ଆପଣଙ୍କୁ ସାହାଯ୍ୟ କରିବେ ।

ଅନେକ ଲୋକେ ସେ ଭିକ୍ଷା ବୃତ୍ତି କରୁଥିବା ବେଳେ କାହିଁକି ଏମିତି କାମ କରୁଛୁ ବୋଲି କହୁଥିଲେ କିନ୍ତୁ କେହି ସାହାଯ୍ୟର ହାତ ବଢାଇ ନ ଥିଲେ । ଆଜି ସେ ନିଜ ପରିଶ୍ରମରେ ସଫଳତାକୁ ପ୍ରାପ୍ତ କରିଛନ୍ତି । ଏହି ଖବରକ୍କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *