ହସଖୁସିର ସଂସାରକୁ ଲାଗିଗଲା କାହାର ନଜର, ଝିଅକୁ ଗେଲ କରିଲା …. ଆଉ ତା ପରେ ମା ‘ନିଜ …….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଝିଅକୁ ଗେଲ କରିବା ପରେ ବିଷ ଦେଇ ପିଆଇଦେଲା ମା’ । ଯେଉଁ ମା ସନ୍ତାନକୁ ଜନ୍ମ କରେ ସେହି ମା ‘ ଆଜି ନିଜ ଝିଅକୁ  ନିଜ ହାତରେ ବିଷ ପିଆଇବା ଖବର ବେସ୍ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଝିଅର ବା କଣ ଭୁଲ ଥିଲା ଯେ ମାତ୍ର ଅଡେଇ ବର୍ଷରେ ତାଙ୍କୁ ଏହି ଦୁନିଆ ଛାଡି ଯିବାକୁ ପଡିଲା ।

ତେବେ ସୂଚନା ଅନୁସାରେ ଏହି ଘଟଣାଟି ହେଉଛି ଗଞ୍ଜାମ ଜିଲ୍ଲା ବାଲିପାଦ ନିକଟରେ ଥିବା ପୋଛାମୁଣ୍ଡି ଗ୍ରାମରେ ପରିବାରପକ୍ଷଙ୍କ  କହିବା ଅନୁସାରେ ପୋଛାମୁଣ୍ଡାର କୃଷ୍ଣଚନ୍ଦ୍ର ବିଶୋଇ 23 ବର୍ଷ ଆରତି ବିଶୋଇକୁ ପୂର୍ଣ୍ଣ ରୀତିନୀତି ରେ ବିବାହ କରିଥିଲେ । ଉଭୟଙ୍କ ବୈବାହିକ ଜୀବନ ବେସ୍ ହସଖୁସିରେ କଟୁଥିଲା ।

ସେମାନଙ୍କ ଜୀବନରେ ଭଗବାନଙ୍କ ଦାନ ସ୍ୱରୂପ ଛୋଟ ଖୁସି ଟିଏ ଜନ୍ମ ହୋଇଥିଲା । କହିବାକୁ ଗଲେ ଏହା ଏକ ସୁନ୍ଦର ସଂସାର ବୋଧେ ଏହି ସଂସାରକୁ ଲାଗିଯାଇଥିଲା କାହାରି ନଜର ତେଣୁ କରି ମା ‘ଓ ଝିଅ ସମସ୍ତ୍ତକୁ ଛାଡି ଆରପରି କୁ ଚାଲିଗଲେ । ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କୋଣସି ଏକ କାରଣ ପାଇଁ ଝଗଡା ଦେଖିବାକୁ ମିଳିଥିଲା ।

କୃଷ୍ଣ କଟକରେ  ପାଉରୁଟି ଦୋକାନ କରି କାମ କରୁଥିଲେ ଓ  ମଝିରେ ମଝିରେ  ବିଧବା ମା ଓ ସ୍ତ୍ରୀ ଝିଅକୁ ଦେଖିବା ପାଇଁ ଗାଁ କୁ ଯିବାଆସିବା କରୁଥାନ୍ତି । ମାତ୍ର ଗତକାଲି ମଧ୍ୟ ଆସିଥିଲେ ଦିନସାରା ଭଲରେ ରହିଲେ । ମାତ୍ର ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା ତେବେ ଏହି ପ୍ରକ୍ରିୟା ଆରତି ବିଷ ଖାଇଦେଇଥିଲେ । ଯେବେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇକିଯାଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘରଲୋକେ କୁନି ଝିଅ ଘରେ ଶୋଇଥିବା ଦେଖି ବୋଧେ ଝିଅ ଶୋଇଛି ଭାବିଲେ ମାତ୍ର ମା ‘ଗେଲ କରିବା ବାହାନାରେ ମା’ ଝିଅକୁ  ବିଷ ଦେଇ ଶୁଆଇ ଦେଇ ତା ପରେ ନିଜେ ମଧ୍ୟ ଖାଇଦେଇଥିଲେ । ତେବେ ବୈବାହିକ ଝଗଡା ପାଇଁ କୁନି ଝିଅକୁ ବିଷ ଦେଇଦେଲେ ମାଆ ।

ତେବେ ବାରିପଦା ପୋଲିସ ଏହି ଘଟଣାକୁ ତଦାରଖ କରୁଛି । ମାତ୍ର ଏଭଳି ଏକ ଦୁଃଖଦାୟକ ଖବର ପୋଛାମୁଣ୍ଡି ଗାଁ ଲୋକମାନଙ୍କୁ ଶୋକାକୁଳ କରିଦେଇଛି । କୁନି ଝିଅକୁ ଦେଖି ଲୋକେ ମଧ୍ୟ କାନ୍ଦି ପକାଉଛନ୍ତି ।

Leave a Reply

Your email address will not be published. Required fields are marked *