ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ହାଇ ୱେ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଥରେ ଲୋକ ଗଲା ପରେ ଫେରିବ ନା ନାହିଁ ତାର କୌଣସି ନିଶ୍ଚିନ୍ତତା ନଥାଏ । ଏହି ହାଇ ୱେ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ହାଇ ୱେ ବିଷୟରେ । ହା କହିବା ମୁସ୍କିଲ ଯେ, ଦୁନିଆର ସବୁଠାରୁ ଲମ୍ବା ମରୁ ଭୂମିରେ ରାସ୍ତା କଉଟା କାରଣ ସମୟ ସହିତ ଏହି ଟାଇଟେଲ ବଦଳି ଚାଲିଛି ।
ହେଲେ ଯେଉଁ ହାଇ ୱେ ବିଷୟରେ କହିବାକୁ ଯାଉଛୁ ତାହା ୯୯୮ କିଲୋମିଟର ଲମ୍ବା ହାଇ ୱେ । ଏହା ଚୀନ ରାଜଧାନୀକୁ ଚୀନର ଉତ୍ତର ଦିଗରେ ଥିବା ଅଚନମାଚ ରିସୋର୍ଟକୁ ଯୋଡି ଥାଏ । ଏହି ହାଇ ୱେର କାମ ୨୦୧୬ ମସିହା ସେପ୍ଟେମ୍ବର ୨୫ ତାରିଖରେ ଶେଷ ହୋଇଥିଲା । ଏହି ହାଇ ୱେ ସେହି ସମୟ ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ମରୁ ଭୂମି ରାସ୍ତା ଥିଲା ।
ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ହାଇ ୱେକୁ ନିର୍ମାଣ କରିବା ପାଇଁ ୫.୫ ମିଲିୟନ ଡଲାର ଖର୍ଚ୍ଚ ହୋଇଛି । ଏହି ହାଇ ୱେକୁ ନେଇ କୁହାଯାଏ ଯଦି କେହି ରାତିରେ ଏହି ହାଇ ୱେରେ ରହିଯାନ୍ତି ତା ହେଲେ ସକାଳେ ସିଧା ତାଙ୍କର ମୃତ୍ୟୁ ଖବର ହିଁ ଆସେ । ଚୀନର ଅନେକ ବଡ ସରକାରୀ ସଂସ୍ଥା ଏହି ରୋଡ କାମ କରିଛନ୍ତି ଯେଉଁଠି ହଜାର ହଜାର ଲୋକ ଏହି ରୋଡ ନିର୍ମାଣ ପାଇଁ କାମ କରୁଥିଲେ ।
ବନ୍ଧୁଗଣ ଥରେ ଚିନ୍ତା କରନ୍ତୁ ଏତେ ଲୋକ ଏତେ ଅଧିକ ଖରାରେ କେମିତି କାମ କରୁଥିବେ । ଚୀନ ଜାଣିଥିଲା ଏହି ରୋଡ ଦ୍ଵାରା ସେ ଅନେକ ଦେଶ ସହ ବାଣିଜ୍ୟ କାରବାର କରିପାରିବ । ଏହି ରୋଡ ପୁରା ନୂଆଁ ଦେଖାଯାଏ ହେଲେ ବନ୍ଧୁଗଣ ଏହି ରୋଡଟି ବହୁତ ସାଂଘାତିକ ଅଟେ । କାରଣ ଏହି ରୋଡ ଚାରି ପାଖରେ ଥିବା ବାତାବରଣ ଅସହ୍ୟନିୟ ।
ଏହି ରାସ୍ତାରେ ଯାଇଥିବା ଯାତ୍ରୀ ମାନଙ୍କ ମତରେ, ଏହି ରୋଡରେ ଥରେ ଗାଡି ରହିଲେ ଆଉ ଷ୍ଟାର୍ଟ ହୁଏ ନାହିଁ । ବନ୍ଧୁଗଣ ଏହା ବ୍ଯତୀତ ରୁଷିଆରେ ଏକ ରୋଡ ଅଛି ଯାହା ବହୁତ ଲମ୍ବା ଅଟେ ତାହା ହେଉଛି ଟ୍ରାନ୍ସ ସାଇବେରିଆନ ହାଇ ୱେ ।
ଏହି ରୋଡଟି ୧୧ ହଜାର ୨୬୫ କିଲୋମିଟର ଲମ୍ବା ଅଟେ ଓ କୁହାଯାଏ ଏହି ରୋଡଟି ସଂପୂର୍ଣ୍ଣ କଏଦୀ ମାନଙ୍କୁ ନେଇ ନିର୍ମାଣ କରାଯାଇଛି । ଏହି ରୋଡର କିଛି ବାଟ ଯିବା ପରେ ଏହା ନର୍କ ସହ ସମାନ କାରଣ ଏହି ରୋଡର ଅଧା ଅଂଶ ପାଣିରେ ମିଶି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ରୋଡ ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।