ଯେତେବେଳେ ବେଶ ବଦଳେଇ Sourav Ganguly ଙ୍କ ଘରେ ପଶିଗଲେ Amir Khan, ଗାର୍ଡ ତାଙ୍କ ସହିତ କରିଥିଲା ଏମିତି କାମ ! ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ କ୍ରିକେଟର ମାନେ ବଲିଉଡ ର ଦିୱାନା ଥିବା ବେଳେ । ବଲିଉଡ ର ଅଭିନେତା ମଧ୍ୟ କ୍ରିକେଟର ମାନଙ୍କ ର ଦିୱାନା ଥାଆନ୍ତି । ଏହା ଛଡା ଆମ ଦେଶ ରେ କ୍ରିକେଟ ଏବଂ ସିନେମା ଦୁଇଟାକୁ ବହୁତ ଅଧିକ ମଧ୍ୟ ଦେଖିଥାନ୍ତି । ଏମାନଙ୍କ ବିନା ଦେଶ ଏକଦମ ଅଧୁରା ଲାଗେ । ଅନେକ ଥର କ୍ରିକେଟର ଏବଂ ବଲିଉଡ କଳାକାର ଙ୍କ ସହ ବହୁତ ଭଲ ବନ୍ଧୁତା ଦେଖିବାକୁ ମିଳେ । ହିନ୍ଦୀ ସିନେମାର ଜଣାଶୁଣା ଏବଂ ଲୋକପ୍ରିୟ ଅଭିନେତା ଆମିର ଖାନ କ୍ରିକେଟ ର ବଡ଼ ଦିୱାନା ।

୨୦୧୧ ବର୍ଷ ରେ ହୋଇଥିବା ଭାରତୀୟ କ୍ରିକେଟ ଦଳ ଯେତେବେଳେ ୨୮ ବର୍ଷ ପରେ ବିଶ୍ୱକପ ଜିତିବା ପାଇଁ ଆଗକୁ ବଢ଼ୁଥିଲେ ସେତେବେଳେ ଷ୍ଟାଡିୟମରେ ଆମିର ଖାନ ଙ୍କୁ ଚିୟର ଅଫ କରିବାର ଦେଖିବାକୁ ମିଳିଥିଲା । ଆମିର ଖାନ ସୌରଭ ଗାଙ୍ଗୁଲି ଏବଂ ସଚିନ ତେନ୍ଦୁଲକର ଙ୍କ ଭଳି କ୍ରିକେଟର ମାନଙ୍କ ସେ ପ୍ରଶଂସକ ମଧ୍ୟ । ସେ ସାଧାରଣ ଫ୍ୟାନ ଙ୍କ ଭଳି ଖାଲି ପାଦ ରେ ସୌରଭ ଗାଙ୍ଗୁଲି ଙ୍କୁ ଦେଖା କରିବା ପାଇଁ ତାଙ୍କ ଘରେ ପହଂଚି ଯାଇଥିଲେ ।

କିନ୍ତୁ ସୌରଭ ଙ୍କ ସିକ୍ୟୁରୀଟି ଗାର୍ଡ ତାଙ୍କୁ ଯିବାକୁ ଦେଇ ନଥିଲେ । ଏହି ଘଟଣା ଟି ହେଉଛି ୨୦୦୯ ର । ଆମିର ଖାନ ନିଜର ସିନେମା ଥ୍ରୀ ଇଡ଼ିଅଟସ୍ ର ପ୍ରମୋଶନ ପାଇଁ କଲିକତା ରେ ପହଁଚି ଥିଲେ । କଲିକତା ରେ ହିଁ ସୌରଭ ଙ୍କ ବହୁତ ବଡ଼ ଘର ରହିଛି । ଆମିର ଖାନ ସୌରଭ ଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ପହଂଚି ଯାଇଥିଲେ ।

କିନ୍ତୁ ତାଙ୍କୁ ସୌରଭ ଙ୍କୁ ଦେଖା କରିବା ପାଇଁ ଦେଇ ନଥିଲେ । ଦାଦା ନାମରେ ପ୍ରସିଦ୍ଧ ସୌରଭ ଗାଙ୍ଗୁଲି ଙ୍କ ଗାର୍ଡ ମାନେ ଆମିର ଙ୍କୁ ଭିତରକୁ ଯିବା ପାଇଁ ଦେଲେ ନାହିଁ । କାରଣ ଆମିର ଖାନ ସୌରଭ ଙ୍କୁ ଦେଖା କରିବା ପାଇଁ ଜଣେ ସାଧାରଣ ଫ୍ୟାନ ଙ୍କ ଭଳି ବେଶ ଭୂଷା ହୋଇ ଯାଇଥିଲେ । ଯାହାଦ୍ୱାରା ତାଙ୍କୁ କେହି ନ ଜାଣି ପାରନ୍ତୁ । ଆମିର ଯେତେବେଳେ କହିଲେ କି ଦାଦା ଙ୍କୁ ଭେଟିବାର ଅଛି ସେତେବେଳେ ଗାର୍ଡ ଆମିର ଙ୍କୁ ଜାଣି ପାରିଲେ ନାହିଁ ଏବଂ ଘରୁ ବାହାର କୁ ଯିବା ପାଇଁ କହିଲେ ।

ତେବେ ଏହି ଘଟଣା ସମ୍ପର୍କରେ ଯେତେବେଳେ ସୌରଭ ଙ୍କୁ ଜଣା ପଡିଲା ସେତେବେଳେ ସୌରଭ ଆମିର ଏବଂ କିରଣ ଙ୍କୁ ତାଙ୍କ ଘରେ ଖାଇବା ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ଦୁଇ ପରିବାର ବହୁତ ସମୟ ମଧ୍ୟ ବିତାଇଥିଲେ । ତେବେ ଆମିର ଖାନ ବେଶ ବଦଳାଇବା ପରେ ଲୋକ ମାନଂକୁ ସୌରଭ ଗାଙ୍ଗୁଲି ଙ୍କ ଘରର ଆଡ଼ରେଶ ମଧ୍ୟ ପଚାରିବାର ନଜର ଆସିଥିଲେ ଏକ ଭାଇରାଲ ଭିଡିଓ ରେ ।

Leave a Reply

Your email address will not be published. Required fields are marked *