ଯଦି ଏହି ସର୍ତ୍ତ କୁ ମାନି ନେଇଥାନ୍ତେ Shilpa Shetty, ତ ସେ ଆଜି ବନିଯାଇଥାନ୍ତେ ଅଭିନେତା Akshay Kuamr ଙ୍କ ପିଲାର ମା’

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଙ୍କ ନାଁ ଅନେକ ଅଭିନେତ୍ରୀ ଙ୍କ ସହିତ ଯୋଡ଼ା ଯାଇଛି । ସେଥି ମଧ୍ୟରୁ ଶିଳ୍ପା ସେଟ୍ଟୀ ଏବଂ ରବିନା ଟଣ୍ଡନ ଙ୍କ ନାମ ଅନ୍ୟତମ । କିନ୍ତୁ ଏହି ଅଭିନେତା ଶେଷରେ ଟ୍ୱିଙ୍କଲ ଖାନ୍ନା ଙ୍କୁ ବିବାହ କରିଥିଲେ ଏବଂ ଏହି ଯୋଡ଼ି ଙ୍କ ବିବାହ କୁ ବର୍ତ୍ତମାନ ୧୯ ବର୍ଷ ପୂରଣ ହୋଇ ସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଡ଼ି ଙ୍କ ମଧ୍ୟରେ କେବେବି କୌଣସି ଝଗଡା ହେବାର ଖବର ସାମ୍ନା କୁ ଆସିନାହିଁ ।

ଏହି ଯୋଡ଼ି ଙ୍କ କେମିଷ୍ଟ୍ରି ଖୁବ ସୁନ୍ଦର ଅଟେ । ବିବାହ ପରେ ଅକ୍ଷୟ କୁମାର କେବଳ ଟ୍ୱିଙ୍କଲ ଙ୍କ ଇସାରା ରେ ଚାଲୁଛନ୍ତି ଏବଂ ତାଙ୍କୁ ହିଁ ଭଲ ପାଉଛନ୍ତି ଏହା ସତ । କିନ୍ତୁ ଏକ ସମୟ ଏଭଳି ଥିଲା ଯେଉଁ ସମୟରେ ରହି ଅଭିନେତା ଙ୍କ ନାମ ଅନେକ ଅଭିନେତ୍ରୀ ଙ୍କ ସହିତ ଯୋଡ଼ା ହେଉଥିଲା ଏବଂ ଅନେକ ଅଭିନେତ୍ରୀ ତାଙ୍କ ପାଇଁ ପାଗଳ ଥିଲେ ।

ଅଭିନେତା ଅକ୍ଷୟ କୁମାର ଙ୍କ ନାମ ସେହି ସମୟରେ ଶିଳ୍ପା ସେଟ୍ଟୀ ଏବଂ ରବିନା ଟଣ୍ଡନ ଙ୍କ ସହିତ ବିଶେଷ କରି ଯୋଡ଼ା ଯାଇଥିଲା । କେବଳ ନାମ ହିଁ ଯୋଡ଼ା ଯାଇ ନଥିଲା ଏମାନଙ୍କ ପ୍ରେମ ସମ୍ବନ୍ଧ ମଧ୍ୟ ଚର୍ଚ୍ଚା ର ବିଷୟ ଥିଲା । ସୂଚନା ଅନୁସାରେ ଅଭିନେତା ଅକ୍ଷୟ କୁମାର ନିଜ ଗାର୍ଲଫ୍ରେଣ୍ଡ ଙ୍କ ଆଗରେ ଏଭଳି ଏକ ସର୍ତ୍ତ ରଖୁଥିଲେ ଯେଉଁ ସର୍ତ୍ତ କୁ ଶିଳ୍ପା ସେଟ୍ଟୀ ମାନି ନଥିଲେ । କିନ୍ତୁ ଏହି ସର୍ତ୍ତ କୁ ଟ୍ୱିଙ୍କଲ ଖାନ୍ନା ମାନି ନେଇଥିଲେ । ଏହି କାରଣରୁ ଅକ୍ଷୟ କୁମାର ଶିଳ୍ପା ସେଟ୍ଟୀ ଙ୍କ ହୃଦୟ କୁ ଭାଙ୍ଗି ଟ୍ୱିଙ୍କଲ ଖାନ୍ନା ଙ୍କୁ ବିବାହ କରିଥିଲେ ।

ଶିଳ୍ପା ସେଟ୍ଟୀ ଏବଂ ଅକ୍ଷୟ କୁମାର ଙ୍କୁ ପ୍ରଥମେ ଫିଲ୍ମ ‘ମେ ଖିଲାଡି ତୁ ଅନାଡୀ’ ରେ ଦେଖିବାକୁ ମିଳିଥିଲା । ଏହାପରେ ଦୁହେଁ ‘ଜାନବର’ ଫିଲ୍ମ ରେ ଏକାଠି ନଜର ଆସିଥିଲେ ଏବଂ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ସୃଷ୍ଟି ହୋଇଥିଲା । ଶିଳ୍ପା ଅକ୍ଷୟ ଙ୍କ ସହିତ ବିବାହ କୁ ନେଇ ମଧ୍ୟ ଅନେକ ସ୍ୱପ୍ନ ଦେଖିଥିଲେ । ଏହି ଯୋଡ଼ି ଙ୍କ ପ୍ରେମ ସମ୍ବନ୍ଧ ଚର୍ଚ୍ଚା ର ବିଷୟ ସାଜିଥିଲା । କିନ୍ତୁ ଏହି ସମୟରେ ଅକ୍ଷୟ ଙ୍କ ଜୀବନ ରେ ଟ୍ୱିଙ୍କଲ ଖାନ୍ନା ଆସିଥିଲେ । କୁହାଯାଏ ଯେ ଅକ୍ଷୟ କୁମାର ଗୋଟିଏ ସମୟରେ ଶିଳ୍ପା ସେଟ୍ଟୀ ଏବଂ ଟ୍ୱିଙ୍କଲ ଖାନ୍ନା କୁ ଡେଟ କରୁଥିଲେ ।

ଅଭିନେତା ଅକ୍ଷୟ କୁମାର ଏହାପରେ ଶିଳ୍ପା ସେଟ୍ଟୀ ଙ୍କ ସହିତ ବ୍ରେକଅପ କରି ରାଜେଶ ଖାନ୍ନା ଙ୍କ ଝିଅ ଟ୍ୱିଙ୍କଲ ଖାନ୍ନା ଙ୍କୁ ବିବାହ କରିଲେ । ଶିଳ୍ପା ଅକ୍ଷୟ ଙ୍କ ଉପରେ ବହୁତ ରାଗୀ ଯାଇଥିଲେ ଏବଂ ମିଡିଆ ସାମ୍ନା ରେ ତାଙ୍କୁ ଗାଳି ମଧ୍ୟ ଦେଇଥିଲେ । ଏହା ମଧ୍ୟ କୁହାଯାଏ ଯେ ଶିଳ୍ପା ଅକ୍ଷୟ ଙ୍କ ମୁହଁ ମଧ୍ୟ ଦେଖିବାକୁ ଚାହୁଁ ନଥିଲେ ।

ସୂଚନା ଅନୁସାରେ ଅଭିନେତା ଅକ୍ଷୟ କୁମାର ଶିଳ୍ପା ସେଟ୍ଟୀ ଙ୍କ ସାମ୍ନା ରେ ଏହା ସର୍ତ୍ତ ରଖିଥିଲେ ଯେ ବିବାହ ପରେ ତାଙ୍କୁ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେବାକୁ ହେବ ଏବଂ ଘର ଦାୟିତ୍ବ ସମ୍ଭାଳିବାକୁ ହେବ । ଏହି ସର୍ତ୍ତ କୁ ଶିଳ୍ପା ସେଟ୍ଟୀ ମାନି ନଥିଲେ ଯେଉଁ କାରଣରୁ ଅକ୍ଷୟ ଶିଳ୍ପା ଙ୍କ ସହିତ ବ୍ରେକଅପ କରିଥିଲେ ଏବଂ ଏହି ସର୍ତ୍ତ ଯେହେତୁ ଟ୍ୱିଙ୍କଲ ଖାନ୍ନା ମାନି ନେଇଥିଲେ ସେ ତାଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ଏହି ଯୋଡ଼ି ଖୁସି ରେ ନିଜର ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *