Ollywood ସିଙ୍ଗର Ira Mohanty ଙ୍କ ଜୀବନୀ ଓ ପରିବାର ଆଗରୁ କେବେ ବି ଦେଖି ନଥିବେ…

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

କେବଳ ସିନେମା କିମ୍ବା ଅଭିନେତା ଏବଂ ଅଭିନେତ୍ରୀ ନୁହେଁ ବରଂ ବର୍ତ୍ତମାନ ସିନେମା ରେ ଥିବା ସଙ୍ଗୀତ ଏବଂ ଗାୟକ ଗାୟିକା ଙ୍କ ପ୍ରତି ମଧ୍ୟ ଅଧିକ ରୁଚି ରଖୁଛନ୍ତି ଏବଂ ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି । ତେବେ ଆସନ୍ତି ଓଲିଉଡ ଜଗତ ର ଜଣେ ସୁନ୍ଦରୀ ଏବଂ ଲୋକପ୍ରିୟ ଗାୟିକା ଇରା ମହାନ୍ତି ଙ୍କ ଜୀଵନ ବିଷୟ ରେ କିଛି ଆଲୋଚନା କରିନେବା ।

ଇରା ମହାନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ସୁନାମ ଅର୍ଜନ କରିଥିବା ଗାୟିକା । ସେ ଅନେକ ଭଜନ ଏବଂ ସିନେମା ରେ ନିଜର କଣ୍ଠଦାନ କରିଛନ୍ତି । ତେବେ ତାଙ୍କ ର ଗୀତ କୁ ଲୋକମାନେ ଖୁବ ପସନ୍ଦ କରିବା ସହ ବହୁତ ଭଲ ପାଇବା ମଧ୍ୟ ଦେଇଥାନ୍ତି । ତେବେ ଇରା ମହାନ୍ତି ଙ୍କ ଭଲ ନାମ ହେଉଛି ମଧୁମିତା ମହାନ୍ତି । ତାଙ୍କର ଜନ୍ମଦିନ ହେଉଛି ୨୩ ଜୁଲାଇ ଏବଂ ଜନ୍ମ ସ୍ଥାନ ହେଉଛି ଖୋର୍ଦ୍ଧା ରେ କିନ୍ତୁ ବର୍ତ୍ତମାନ ସେ ଭୁବନେଶ୍ୱର ରେ ରହୁଛନ୍ତି ।

ତାଙ୍କ ବାପାଙ୍କ ନାମ ଜିତେନ୍ଦ୍ର ମହାନ୍ତି ଏବଂ ମାତାଙ୍କ ନାମ କଳ୍ପନା ମହାନ୍ତି । ତାଙ୍କର ଗୋଟିଏ ଭଉଣୀ ଏବଂ ଗୋଟିଏ ଭାଇ ମଧ୍ୟ ଅଛନ୍ତି । ତେବେ ଇରା ମହାନ୍ତି ଛୋଟ ବେଳୁ ହିଁ ଗୀତ ପ୍ରତି ବହୁତ ଆଗ୍ରହ ଥିଲେ ଏବଂ ମାତା ପିତାଙ୍କ ପ୍ରେରଣା କ୍ରମେ ସେ ଗୀତ ଗାଇବା ଆରମ୍ଭ କରିଥିଲେ । ଏହାଛଡା ସେ ସାରେଗାମାପା ୨୦୦୩ ରେ ଦ୍ଵିତୀୟ ସ୍ଥାନ ଗ୍ରହଣ କରିଥିଲେ । ଏହା ସହ ସକଳ ତୀର୍ଥ ତୋ ଚରଣେ ଗୀତ ଗାଇ ଖୁବ ପ୍ରସିଦ୍ଧି ଲାଭ କରିଥିଲେ ।

ତେବେ ଇରା ମହାନ୍ତି ୨୦୧୧ ରେ ଷ୍ଟେଟ ଫିଲ୍ମ ଆୱାର୍ଡ ରେ ସମ୍ମାନିତ ହୋଇଥିଲେ,ତରଙ୍ଗ ସିନେ ଆୱାର୍ଡ ରେ ଅନେକ ସମ୍ମାନ ପାଇଛନ୍ତି । ତେବେ ଇରା ମହାନ୍ତି ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ଇରା ମହାନ୍ତି ଆମ ଓଲିଉଡ କୁ ଅନେକ ହିଟ ଏବଂ ସୁନ୍ଦର ଗୀତ ଭେଟି ଦେଇଛନ୍ତି । ତେବେ ଆପଣ ଙ୍କୁ କେଉଁ ଗୀତ ଭଲ ଲାଗେ ଇରା ମହାନ୍ତି ଙ୍କର ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *