Indira Gandhi ଙ୍କ ଲୁକ ରେ ଏହି ଅଭିନେତ୍ରୀ ଜଣକ କିଏ ? ଯାହାଙ୍କ ପାଇଁ ଫ୍ୟାନ୍ସ କରୁଛନ୍ତି ଆୱାର୍ଡ ର ଡିମାଣ୍ଡ ? କଣ ଆପଣ ଜାଣନ୍ତି ?

ବନ୍ଧୁଗଣ ଗତ କିଛି ସମୟ ପୂର୍ବରୁ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ବେଲ ବଟମ’ର ଟ୍ରେଲର ଲଞ୍ଚ ହୋଇଛି । ଏହି ଫିଲ୍ମର ଟ୍ରେଲରକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ।

ହେଲେ ଏହି ଫିଲ୍ମର ଟ୍ରେଲର ଦେଖିବା ପରେ ଅଧିକାଂଶ ଲୋକ ଅକ୍ଷୟଙ୍କ ଜାଗାରେ ଅଭିନେତ୍ରୀ ଲାରା ଦତ୍ତଙ୍କ ପ୍ରଶଂସା କରୁଛନ୍ତି । ବନ୍ଧୁଗଣ ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ଲାରା ଦତ୍ତ ଭାରତର ପୂର୍ବତ୍ତମ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଭୂମିକାକୁ ଭଲ ଭାବରେ କରିବା ପାଇଁ ଲାରା ବହୁତ କଷ୍ଟ କରିଛନ୍ତି ।

ପରଧାମ ମନ୍ତ୍ରୀ ଇନ୍ଦ୍ରା ଗାନ୍ଧୀଙ୍କ ଲୁକ୍ ନେବା ପାଇଁ ଲାରାଙ୍କ ମେକ ଅପ୍ ଯେମିତି ହୋଇଛି ତାକୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ମେକ ଅପ୍ ପରେ ଲାରାଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇଛି ।  ଟ୍ରୋଲର ମାନେ ମଧ୍ୟ ଲାରାଙ୍କୁ ଏହି ଲୁକ୍ କୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଲାରାଙ୍କ ମେକ ଅପ୍ ବହୁତ ଭଲରେ ହୋଇଥିବାରୁ ତାଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇଛି । ସେ ଅବିକଳ ପ୍ରଧାନ ମନ୍ତ୍ରୀ ଇନ୍ଦ୍ରା ଗାନ୍ଧୀଙ୍କ ପରି ନଜର ଆସୁଛନ୍ତି ।

ଏହି ଫିଲ୍ମର ଟ୍ରେଲର ଲଞ୍ଚ ହେବା ପରେ ସୋସିଆଲ ମିଡିଆରେ ଲାରା ଓ ତାଙ୍କ ମେକ ଅପ୍ ମ୍ୟାନର ବହୁତ ପ୍ରଶଂସା କରାଯାଉଛି । ଲୋକ ମାନଙ୍କ ମତରେ ଲାରା ଇନ୍ଦ୍ରା ଗାନ୍ଧୀଙ୍କ ଭୂମିକାରେ ପରଫେକ୍ଟ ନଜର ଆସୁଛନ୍ତି । ଏହି ମେକ ଅପ୍ ପାଇଁ ଲାରା ପ୍ରୋସ୍ଥୋଟିକ୍ସ ମେକ୍ ଅପ୍ ର ସାହାରା ନେଇଛନ୍ତି । ଏହି ମେକ ଅପ୍ ପାଇଁ ଲାର ଅବିକଳ ଇନ୍ଦ୍ରା ଗାନ୍ଧୀଙ୍କ ପରି ନଜର ଆସୁଛନ୍ତି ।

ଲାରାଙ୍କ ସହିତ ତାଙ୍କ ମେକ ଅପ୍ ମ୍ୟାନଙ୍କର ପ୍ରଶଂସା ମଧ୍ୟ ଲୋକ ମାନେ ବହୁତ କରୁଛନ୍ତି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତା ଅକ୍ଷୟ କୁମାର ନଜର ଆସିବେ । ସେ ଏହି ଫିଲ୍ମରେ ଏକ ଅଣ୍ଡରକବର ଅଧିକାରୀର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ୮୦ ଦଶକ ସମୟରେ ହୋଇଥିବା ଘଟଣାକୁ ଦର୍ଶା ଯାଇଛି । ଏହି ଫିଲ୍ମଟି ବିମାନ ଅପହରଣର ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି ।

ଏହି ଫିଲ୍ମରେ ଅକ୍ଷୟ କୁମାର, ଲାରା ଦତ୍ତ, ବନି କପୁର ଓ ହୁମା କୁରେସି ନଜର ଆସିବେ । ବନ୍ଧୁଗଣ ଏହି କରୋନା କାଳ ସମୟରେ କେତେକ ବଡ କଳାକାର ମାନେ ନିଜ ଫିଲ୍ମକୁ ରିଲିଜ କରାଉ ନାହାନ୍ତି । ହେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର ନିଜ ଫ୍ୟାନ୍ସ ମାନଙ୍କ ପାଇଁ ନିଜ ଫିଲ୍ମକୁ ଥିଏଟରରେ ରିଲିଜ କରେଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଏହି ଫିଲ୍ମଟି 3Dରେ ରିଲିଜ କରାଯିବ । ବର୍ତ୍ତମାନ ଦର୍ଶକ ମାନେ ମଧ୍ୟ ଏହି ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷାରେ ରହିଛନ୍ତି । ଏହି ଫିଲ୍ମଟି ଆସୁଥିବା ୧୯ ଅଗଷ୍ଟରେ ଥିଏଟରରେ ରିଲିଜ ହେବାକୁ ଯାଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଫିଲ୍ମରେ ଲାରାଙ୍କ ଭୂମିକା କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *