ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଝିଅକୁ ଆଇଏଏସ କରିବା ପଛରେ ରହିଛି ମା ‘ ତ୍ୟାଗ । ସାଧାରଣତଃ ମା’ ନିଜର ସନ୍ତାନ ପାଇଁ କିଛି କରିବାକୁ ପଛେଇନଥାଏ । ତେବେ ଏହା ହେଉଛି ଆଇଏଏସ ଜାଗୃତି ଅୱାସ୍ଥିଙ୍କ କାହାଣୀ । ଆଜି ସେ ଆଇଏଏସ ହୋଇଛନ୍ତି ଏବଂ ନିଜ ସିଟ୍ ରେ ମାଆ ଙ୍କୁ ବସାଇ ଖୁସି ମନାଉଥିବା କିଛି ଫଟୋ ସୋସିଆଲ ମିଡିଆରେ ଜୋର ଚର୍ଚ୍ଚା ଧରିଛି । ତେବେ ଜାଗୃତିଙ୍କ ସଫଳତା ପଛରେ ରହିଛନ୍ତି ତାଙ୍କ ପରିବାର ଏବଂ ମା ଅବଦାନ ।
ଏମାନଙ୍କ ସହଯୋଗରେ ଜାଗୃତି ଆଜି ଏତେ ବଡ ବିଜୟ ପାଇଛନ୍ତି ବୋଲି କହିଛନ୍ତି । ଜାଗୃତିଙ୍କ ମା ‘ ମଧୁଲତା ଅୱାସ୍ଥି ହେଉଛନ୍ତି ଜଣେ ଶିକ୍ଷୟତ୍ରୀ ଏବଂ ବାପା ହେଉଛନ୍ତି ପ୍ରାଧ୍ୟାପକ । ଆଇଏଏସ ଜାଗୃତି ହେଉଛନ୍ତି ମଧ୍ୟପ୍ରଦେଶର ବାସିନ୍ଦା ଦ୍ଵାଦଶ ଶେଷ ପରେ ସେ ଭୋପାଳ ସ୍ଥିତ ରାଜ୍ୟ ପ୍ରଜ୍ଯୁଗିକ ସଂସ୍ଥାନରେ ସେ ଇଞ୍ଜିନିୟର ସ୍ମାତକ କରିଥିଲେ ।
ଏହା ପରେ ତାଙ୍କୁ ଭାରତ ଏବି ଲିମିଟେଡରେ ଚାକିରୀ ମିଳିଥିଲା କିନ୍ତୁ ତାଙ୍କର ଇଛା ଥିଲା ପ୍ରଶାସନରେ ରହି ଦେଶର ସେବା କରିବା । ଏହି ସ୍ଵପ୍ନଙ୍କୁ ପୁରା କରିବା ପାଇଁ ଜାଗୃତି ଦିଲ୍ଲୀ ଆଇଏଏସ କୋଚିଙ୍ଗ ରେ ଭର୍ତ୍ତି ହୋଇଥିଲେ । ସେଠାରେ କିଛି ମାସ କୋଚିଙ୍ଗ ନେବା ପରେ ସେ ଘରକୁ ଆସି ପାଠପଢିବା ଆରମ୍ଭ କରିଥିଲେ । ପ୍ରଥମ ଥର ପରୀକ୍ଷାରେ ଜାଗୃତି ଅସଫଳ ହୋଇଥିଲେ କିନ୍ତୁ ସେ ନିରାଶ ନ ହୋଇ ।
ନିଜର ଦୁର୍ବଳତାକୁ ଅନୁସନ୍ଧାନ କରି ପୁନର୍ବାର ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ଦ୍ଵିତୀୟ ଥର ପ୍ରୟାସରେ ସେ ସଫଳ ହୋଇଥିଲେ ଯାହାକୁ ଶୁଣିବା ପରେ ଘର ଲୋକେ ବହୁତ ଖୁସି ହୋଇଥିଲେ । ତେବେ ଜାଗୃତିକ କହିବ ଅନୁସାରେ ମା ମଧୁଲତା ତାଙ୍କ ପାଠପଢା ପାଇଁ ସରକାରୀ ଚାକିରୀ ଛାଡିଦେଇଥିଲେ ଓ ଘରଲୋକେ ଯେମିତି ଜାଗୃତିଙ୍କ ପାଠରେ ବାଧା ନ ହୁଏ ସେଥିପାଇ ଟିଭି ଦେଖା ବନ୍ଦ କରିଦେଇଥିଲେ ।
2020 ରେ ପ୍ରକାଶିତ ହୋଇଥିବା ଇଉପିଏସ ପରୀକ୍ଷାରେ ଟପ୍ 2 ସ୍ଥାନ ଅଧିକାର କରିଥିଲେ । ଜାଗୃତି ତାଙ୍କ କର୍ମକ୍ଷେତ୍ରରରେ ମା ‘ ବସାଇ ସଫଳତାର ଶ୍ରେୟା ପ୍ରଦାନ କରୁଥିବା ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।