“ଟଙ୍କା ନେଲେ ହେଲେ ଟ୍ରୀଟମେନ୍ଟ କଲେନି, ମୋ ବାପାଙ୍କୁ ମାରିଦେଲେ”, ହସ୍ପିଟାଲ ର କଳା କାରନାମା ଆସିଲା ସାମ୍ନାକୁ, ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଏହି Video

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଦେଶ ରେ କରୋନା ସଂକ୍ରମଣ ଯେଉପରି ଭାବରେ ବଢି ଚାଲିଛି ତାକୁ ନେଇ ସମ୍ପୂର୍ଣ୍ଣ ଦେଶ ବହୁତ ଚିନ୍ତିତ ଅଛନ୍ତି । ଏହି ପରି ସମୟ ରେ ଓଡିଶା ରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି ।

ଜଣେ କରୋନା ରୋଗୀ ଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା ନାମ ରେ ତାଙ୍କ ପରିବାର ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଲା ପରେ ମଧ୍ୟ ରୋଗୀ ଙ୍କୁ ବଞ୍ଚାଇ ପାରି ନ ଥିଲେ କଳିଙ୍ଗ ହସ୍ପିଟାଲ ର ଡାକ୍ତର ମାନେ । ପ୍ରାୟ ଦେଢ଼ ମାସ ଧରି ଚିକିତ୍ସା ନା ରେ ରୋଗୀ ଙ୍କ ପରିବାର ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁ-ଟି ନେଇଥିଲେ । ତାଙ୍କ ଜୀବନ ର ସମସ୍ତ ଅର୍ଜିତ ଧନ କୁ ସେ ହସ୍ପିଟାଲ କତ୍ତୃପକ୍ଷ ଙ୍କୁ ଦେଇ ଥିଲେ ମଧ୍ୟ ସେ ତାଙ୍କ ବାପା ଙ୍କ ଜୀବନ କୁ ବଞ୍ଚାଇ ପାରିନଥିଲେ ।


ବନ୍ଧୁଗଣ ଭୁବନେଶ୍ୱର ର ଚନ୍ଦ୍ରଶେଖର ପୁର ଅଞ୍ଚଳ ର ଅରବିନ୍ଦ ନଗର ବସ୍ତିର ବିନୋଦ ସାହୁ ଙ୍କ ଠାରେ କିଛି ଦିନ ତଳେ କରୋନା ର ସାଧାରଣ ଲକ୍ଷଣ ଦେଖାଯାଇଥିଲା । ଏହାପରେ ସେ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ କୋଭିଡ ପରୀକ୍ଷା କରିଥିଲେ ଓ ତାଙ୍କ ରିପୋର୍ଟ ପଜେଟିଭ ଆସିଥିଲା । ଏହା ପରେ ସରକାରୀ କୋଭିଡ ଡାକ୍ତରଖାନାରେ ବେଡ଼ ନ ମିଳିବାରୁ ସେ କଳିଙ୍ଗ ହସ୍ପିଟାଲରେ ତାଙ୍କ ପରିବାର ଲୋକେ ତାଙ୍କୁ ଭର୍ତ୍ତି କରିଥିଲେ ।

ଯେତେବେଳେ ଭର୍ତ୍ତି ହୋଇଥିଲେ ସେତେବେଳେ ତାଙ୍କ ଠାରେ ବିଶେଷ କିଛି ଅସୁସ୍ଥତା ଦେଖାଯାଇ ନ ଥିଲା । କିନ୍ତୁ କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ଅବସ୍ଥା ବହୁତ ଗୁରୁତର ହୋଇ ପଡ଼ିଥିଲା । ତାଙ୍କୁ ସୁସ୍ଥ କରିବା ପାଇଁ ତାଙ୍କ ପରିବାର ଲୋକ ମାନେ ନିଜର ଜୀବନ ର ସମସ୍ତ ଅର୍ଜିତ ଧନ କୁ ଖର୍ଚ୍ଚ କରିଦେଇଥିଲେ ।

ବିନୋଦ ସାହୁ ବୃତ୍ତି ରେ ଜଣେ ଅଣ୍ଡା ବେପାରୀ ଅଟନ୍ତି । ତେଣୁ ତାଙ୍କ ପାଖରେ ବିଶେଷ କିଛି ଅର୍ଥ ନ ଥିଲା କିନ୍ତୁ ମେଡିକାଲ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । ସେଠାରେ କିଛିଦିନ ପରେ ଡାକ୍ତର ମାନେ ମନା କରିଦେଇଥିଲେ ଯେ ତାଙ୍କ ହାତ ରେ କିଛି ନାହିଁ ବୋଲି । ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ହେବ । କିନ୍ତୁ ସ୍ଥାନାନ୍ତର ପୂର୍ବ ରୁ ହସ୍ପିଟାଲର ସମସ୍ତ ଖର୍ଚ୍ଚ ପୈଠ କରିବାକୁ ପଡିବ ।

ଏଥିପାଇଁ ବିନୋଦ ଙ୍କ ପରିବାର ଲୋକ ନିଜର ସମସ୍ତ ଘର ବାଡ଼ି ଓ ସୁନା ବନ୍ଧକ ରଖି ଟଙ୍କା ଯୋଗାଡ଼ କରି ହସ୍ପିଟାଲ ର ବିଲ ଦେଇଥିଲେ । କିନ୍ତୁ ଶେଷ ରେ ବିନୋଦ ଙ୍କ ର ମୃ-ତ୍ୟୁ ହୋଇଯାଇଥିଲା । ୪୦ ଦିନ ରେ ଚିକିତ୍ସା ମଧ୍ୟରେ ନିଜର ସମସ୍ତ ସମ୍ପତ୍ତି ଦେଇ ସାରିବା ପରେ ମଧ୍ୟ ଡାକ୍ତର ମାନେ ତାଙ୍କ ବାପା ଙ୍କୁ ବଞ୍ଚାଇ ପାରିଲେ ନାହିଁ । ଟଙ୍କା ଲୋଭ ରେ ତାଙ୍କ ବାପା ଙ୍କୁ ହସ୍ପିଟାଲ କତ୍ତୃପକ୍ଷ ମାରିଦେଲେ ବୋଲି ଅଭିଯୋଗ କରିଛନ୍ତି ବିନୋଦ ଙ୍କ ପୁଅ ।

ଏହାକୁ ଅଧିକ ରୁ ଅଧିକ ମାତ୍ରାରେ ଶେୟାର କରନ୍ତୁ ଯାହା ଦ୍ଵାରା ସମସ୍ତେ ସତର୍କ ହେଇ ପାରିବେ ଓ ଏହି ପରିବାରକୁ ନ୍ୟାୟ ମିଳି ପାରିବ । ଆଶା କରୁଛି ଆପଣ ମାନେ ନିଶ୍ଚୟ ଏଥିରେ ନିଜର ସହଯୋଗ ଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *